Advertisment

ଅଡୁଆରେ ପାକିସ୍ତାନ; ଡ୍ୟାମ ପ୍ରୋଜେକ୍ଟକୁ ବନ୍ଦ କଲା ଚୀନ

ନିଜ ନାଗରିକଙ୍କ ସୁରକ୍ଷା ଦୃଷ୍ଟିରୁ ଚୀନ ଏହି ପ୍ରୋଜେକ୍ଟ ବନ୍ଦ କରୁଥିବା ଜଣାପଡିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Dam project

Dam project

ଚୀନକୁ ନିଜର ଗଡଫାଦର ଭାବୁଥିବା ପାକିସ୍ତାନ ଏବେ ଅଡୁଆରେ। ଉଭୟ ଦେଶ ମଧ୍ୟରେ ଆର୍ଥିକ ଗତିବିଧି ବୃଦ୍ଧି କରିବା ପାଇଁ କରାଯାଉଥିବା ବିଭିନ୍ନ ଯୋଜନାକୁ ଏବେ ବନ୍ଦ କରିବା ପାଇଁ ବାହାରିଛନ୍ତି ଚୀନ ସରକାର। ପାକିସ୍ତାନରେ ଡ୍ୟାମ ପ୍ରୋଜେକ୍ଟ କରୁଥିବା ଚୀନ ଏବେ ଏହାକୁ ବନ୍ଦ କରିବା ପାଇଁ ବାହାରିଛି।

Advertisment

ଦାସୁ ଓ ଡାଇମେର ଭାଶା ଡ୍ୟାମ ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ରୂପେ ବନ୍ଦ ପାଇଁ ଚୀନ ଘୋଷଣା କରିଛି। ଗତ ସପ୍ତାହରେ ଏହି ନିର୍ମାଣ ଚାଲିଥିବା ବେଳେ ଏକ ଆତ୍ମଘାତି ବିସ୍ଫୋରଣ ଯୋଗୁ ଚୀନର ପାଞ୍ଚ ଜଣ ଇଞ୍ଜିନିୟରଙ୍କ ଜୀବନ ଯାଇଥିଲା। ଯାହାକୁ ନେଇ ଚୀନ ଏବେ ଚିନ୍ତାରେ। ନିଜ ନାଗରିକଙ୍କ ସୁରକ୍ଷା ଦୃଷ୍ଟିରୁ ଚୀନ ଏହି ପ୍ରୋଜେକ୍ଟ ବନ୍ଦ କରୁଥିବା ଜଣାପଡିଛି। ଏହି ଦୁଇଟି ପ୍ରୋଜେକ୍ଟରେ ଏବେ ୧୨୫୦ ଜଣ ଚୀନ ନାଗରିକ କାମ କରୁଛନ୍ତି। ହେଲେ ପାକିସ୍ତାନ ପକ୍ଷରୁ ହେଉଥିବା ଆତଙ୍କୀ ହରକତ ପାଇଁ ଚୀନ ସରକାର ପ୍ରୋଜେକ୍ଟ କାମ ଆଗକୁ ନେବାକୁ ଚାହୁଁନାହାନ୍ତି।

ଅନ୍ୟପକ୍ଷରେ ପାକିସ୍ତାନ ମଧ୍ୟ ଏହି ବିସ୍ଫୋରଣ ପଛରେ ଆଫଗାନିସ୍ତାନର ହାତ ଥିବା କହି ନିଜ ମୁଣ୍ଡରୁ ଦୋଷ କାଢିଦେବା ପାଇଁ ଚେଷ୍ଟା କରୁଛି। କାରଣ ଏହି ଡ୍ୟାମ ପ୍ରୋଜେକ୍ଟ ହେଲେ ପାକିସ୍ତାନର ଆର୍ଥିକ ଗତିବିଧି ବଢିବା ସହ ପଡୋଶୀ ରାଷ୍ଟ୍ର ଉପରେ ନଜର ରଖିବା ପାଇଁ ସହଜ ହୋଇଥାନ୍ତା। ହେଲେ ଚୀନର ପଛଘୁଞ୍ଚା ଦେଖି ପାକିସ୍ତାନ ସରକାର ମଧ୍ୟ ଅଡୁଆରେ ପଡ଼ିଛନ୍ତି।

Advertisment
Pakistan China