Advertisment

El Mencho Killed: ଡ୍ରଗ୍‌ ମାଫିଆ ଏଲ ମେଞ୍ଚୋ ନିହତ ପରେ ଜଳୁଛି ମେକ୍ସିକୋ, ଭାରତୀୟଙ୍କୁ ଏପରି ପରାମର୍ଶ ଦେଲା ଦୂତାବାସ

ଦଙ୍ଗାକାରୀଙ୍କୁ ନିୟନ୍ତ୍ରଣ କରିବା ପରେ ସୁରକ୍ଷାକର୍ମୀଙ୍କ ସହ ସେମାନଙ୍କର ସଂଘର୍ଷ ହୋଇଛି। ଏହି ସଂଘର୍ଷ ଯୋଗୁ ଗୁଆଡାଲାହାରା, ଜଲିସ୍କୋ ଓ ମିକୋହାନକରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ନ୍ୟାସନାଲ ଗାର୍ଡ ସୈନିକ ରହିଛନ୍ତି।

Mexico

ବ୍ୟାପକ ହିଂସାକାଣ୍ଡ

Advertisment

କୁଖ୍ୟାତ ଡ୍ରଗ୍ ମାଫିଆ ନେମେସିଓ "ଏଲ୍ ମେଞ୍ଚୋ" ଓସେଗୁଏରାର ମୃତ୍ୟୁ ପରେ ସାରା ମେକ୍ସିକୋ(Mexico)ରେ କାର୍ଟେଲ୍ ହିଂସାର ଭୟଙ୍କର ରୂପ ଦେଖିବାକୁ ମିଳିଛି। ମେଞ୍ଚୋର ସମର୍ଥନରେ ବନ୍ଧୁକଧାରୀମାନେ ବିଭିନ୍ନ ସହରରରେ ହିଂସାକାଣ୍ଡ ଘଟାଇଛନ୍ତି। ସେମାନେ ଶହଶହ ଗାଡ଼ିରେ ନିଆଁ ଲଗାଇ ଦେଇଥିବା ବେଳେ ହାଇୱେ ବ୍ଲକ୍ କରିଛନ୍ତି ଓ ଦେଶର ସବୁଠାରୁ ବଡ଼ ବିମାନବନ୍ଦରରେ ଆତଙ୍କ ଖେଳାଇଛନ୍ତି।

Advertisment

ସୁରକ୍ଷାକର୍ମୀଙ୍କ ଗୁଳିରେ ମେଞ୍ଚୋ ନିହତ ହୋଇଥିବାରୁ ସାରା ଦେଶରେ ଏହାର ପ୍ରତିଶୋଧ ପାଇଁ ତା’ର ସମର୍ଥକମାନେ ଏପରି ହିଂସାକାଣ୍ଡ ଘଟାଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ମେକ୍ସିକୋ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଦେଶର ଶକ୍ତିଶାଳୀ ‘ଜଲିସ୍କୋ ନ୍ୟୁ ଜେନେରେସନ କାର୍ଟେଲ୍’ର ମୁଖ୍ୟ ଥିଲା ୬୦ ବର୍ଷୀୟ ଓସେଗୁଏରା।

ତେବେ ଜଲିସ୍କୋର ଟପାଲପାରେ ମେକ୍ସିକାନ ସ୍ପେଶାଲ ଫୋର୍ସର ସ୍ୱତନ୍ତ୍ର ଅପରେସନରେ ସେ ପ୍ରାଣ ହରାଇଛି। ଅପରେସନ ବେଳେ ମେଞ୍ଚୋ ଦେହରେ ଗୁଳିମାଡ଼ ହୋଇଥିଲା। ତା’କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଉଥିବା ବେଳେ ତା’ର ମୃତ୍ୟୁ ହୋଇଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ଡ୍ରଗ କାରବାରରେ ଲିପ୍ତ ଥିବା କାର୍ଟେଲ ପକ୍ଷରୁ ପୋଡ଼ାଜଳା ଆରମ୍ଭ ହୋଇଛି। 

Advertisment

ସୁରକ୍ଷା ଅଧିକାରୀଙ୍କ ଅନୁଯାୟୀ, ରବିବାର ଦିନ କାର୍ଟେଲ୍ ଗୁଣ୍ଡାମାନେ ଅତି କମରେ ୨୦ଟି ରାଜ୍ୟରେ ୨୫୦ଟି ସ୍ଥାନରେ ପୋଡ଼ାଜଳା କରି ରାସ୍ତା ଅବରୋଧ କରିଥିଲେ। ଏଥିଯୋଗୁ ପରିବହନ ବ୍ୟବସ୍ଥା ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ବ୍ୟାପକ ହିଂସାକାଣ୍ତ ଯୋଗୁ ଲୋକମାନେ ଘରୁ ବାହାରି ପାରି ନାହାନ୍ତି। ପ୍ୟୁର୍ଟୋ ଭାଲାର୍ଟା ରିସର୍ଟରେ ପର୍ଯ୍ୟଟକମାନେ ପୋଷ୍ଟ କରିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ବନ୍ଧୁକଧାରୀଙ୍କ ଆତଙ୍କ ଯୋଗୁ ଲୋକମାନେ ବିମାନବନ୍ଦରରୁ ପ୍ରାଣ ବିକଳରେ ଅନ୍ୟତ୍ର ଦୌଡ଼ୁଛନ୍ତି। ସେହିପରି ସମୁଦ୍ର କୂଳରେ ମଧ୍ୟରେ ପୋଡ଼ାଜଳା ହୋଇଛି।

ସ୍ଥିତିକୁ ଦୃଷ୍ଟିରେ ରଖି ଏୟାର କାନାଡା, ୟୁନାଇଟେଡ୍ ଓ ଆମେରିକାନ ଏୟାରଲାଇନ୍ସ ଭଳି ବଡ଼ କମ୍ପାନୀଗୁଡ଼ିକ ସେମାନଙ୍କର ବିମାନ ସେବାକୁ ବନ୍ଦ କରି ଦେଇଛନ୍ତି। ମେକ୍ସିକୋର ଦ୍ୱିତୀୟ ବୃହତ୍ତମ ସହର ଗୁଆଡାଲାହାରାରେ ପୋଡ଼ାଜଳା ଯୋଗୁ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ପୋଡ଼ାଜଳା ଯୋଗୁ ଯୋଗୁ ରାସ୍ତାଘାଟ ଶୂନଶାନ ହୋଇଯାଇଛି। ଜଲିସ୍କୋ ଗଭର୍ଣ୍ଣର ପାବ୍ଲୋ ଲେମସ କହିଛନ୍ତି ଯେ ଏବେ ଗୋଟିଏ ଅତ୍ୟନ୍ତ ଜଟିଳ ସମୟ ସୃଷ୍ଟି ହୋଇଛି। ଲୋକମାନେ ଘରୁ ବାହାରନ୍ତୁ ନାହିଁ। ସାଧାରଣ ପରିବହନ ବ୍ୟବସ୍ଥାକୁ ବ୍ୟବହାର କରନ୍ତୁ ନାହିଁ। 

ଏପିର ରିପୋର୍ଟ ଅନୁଯାୟୀ, ଦଙ୍ଗାକାରୀଙ୍କୁ ନିୟନ୍ତ୍ରଣ କରିବା ପରେ ସୁରକ୍ଷାକର୍ମୀଙ୍କ ସହ ସେମାନଙ୍କର ସଂଘର୍ଷ ହୋଇଛି। ଏହି ସଂଘର୍ଷ ଯୋଗୁ ଗୁଆଡାଲାହାରା, ଜଲିସ୍କୋ ଓ ମିକୋହାନକରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ନ୍ୟାସନାଲ ଗାର୍ଡ ସୈନିକ ରହିଛନ୍ତି। 

ମେକ୍ସିକୋର ସ୍ଥିତି ବିଗୁଡ଼ୁଥିବାରୁ ଆମେରିକା ଓ କାନାଡା ଦୂତାବାସ ପକ୍ଷରୁ ନିଜ ଦେଶର ନାଗରିକଙ୍କ ପାଇଁ 'ଶେଲ୍ଟର-ଇନ୍-ପ୍ଲେସ' (Shelter-in-place) ଆଲର୍ଟ ଜାରି କରାଯାଇଛି। ସେହିରି ମେକ୍ସିକୋର ଅଧିକାଂଶ ସହରରେ ଥିବା ସ୍କୁଲ ଗୁଡ଼ିକୁ ଆଜିକ ପାଇଁ ବନ୍ଦ ରଖାଯାଇଛି। ମେକ୍ସିକୋରେ ଥିବା ଭାରତୀୟ ଦୂତାବାସ ମଧ୍ୟ ନିଜ ନାଗରିକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ, ଭିଡ଼ଠାରୁ ଦୂରେଇ ରହିବାକୁ ଓ ଯାତାୟାତ କମ୍ କରିବାକୁ ପରାମର୍ଶ ଦେଇଛି। 

ଏଲ୍ ମେଞ୍ଚୋ ବିରୋଧରେ ହୋଇଥିବା ଏହି ଅପରେସନ ମେକ୍ସିକୋର ଡ୍ରଗ୍ ନେଟୱର୍କ ଉପରେ ଏକ ବଡ଼ ପ୍ରହାର। କିନ୍ତୁ ଏହା ପରେ ହୋଇଥିବା ବ୍ୟାପକ ହିଂସାକାଣ୍ତ କାର୍ଟେଲର ଭୟଙ୍କର ଶକ୍ତିକୁ ପ୍ରମାଣିତ କରୁଛି। ଏହାପୁ ନେଇ ମେକ୍ସିକୋ ସରକାର ଚିନ୍ତାରେ ରହିଛନ୍ତି। 

Mexico
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe