Advertisment

ଓସାମା ବିନ ଲାଡେନର ସହଯୋଗୀ ପାକିସ୍ତାନରୁ ଗିରଫ

ବିନ ଲାଡେନକୁ ଆମେରିକା ୨୦୧୧ରେ ହତ୍ୟା କରିବା ପରେ ଅମୀନ ପାକିସ୍ତାନରେ ଲୁଚି ରହିଥିଲା।

Al-Qaeda

Al-Qaeda

Advertisment

କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ କାଏଦର ପ୍ରମୁଖ ସଦସ୍ୟ ଅମୀନ ଉଲ ହକ୍‌ ପାକିସ୍ତାନରୁ ଧରା ପଡ଼ିଛି। ପାକିସ୍ତାନର ଆତଙ୍କବାଦ ନିରୋଧ ସ୍କ୍ୱାଡ ଅମୀନକୁ ଗିରଫ କରିଛି। ମିଳିତ ଜାତିସଂଘ ଦ୍ୱାରା ଆତଙ୍କବାଦୀ ଘୋଷିତ ହୋଇଥିବା ଅମୀନ ହେଉଛି ନିହତ ଆତଙ୍କବାଦୀ ଓସାମା ବିନ ଲାଡେନର ଘନିଷ୍ଠ ସହଯୋଗୀ। 

Advertisment

ଅନେକ ବର୍ଷ ପରେ ପାକିସ୍ତାନରୁ ପ୍ରଥମଥର ପାଇଁ କୌଣସି ଅଲକାଏଦ ସଦସ୍ୟକୁ ଗିରଫ କରାଯାଇଛି। ପାକିସ୍ତାନର ପଞ୍ଜାବ ପ୍ରଦେଶ ପକ୍ଷରୁ ଅମୀନ ନାଁରେ ମାମଲା କରାଯାଇଥିଲା।

ପଞ୍ଜାବ ପ୍ରଦେଶରେ ଥିବା ଥିବା କିଛି ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବା ପାଇଁ ସେ ଷଡ଼ଯନ୍ତ୍ର କରୁଥିବା ଜଣାପଡ଼ିବା ପରେ ଏପରି ପଦକ୍ଷେପ ନିଆଯାଇଥିଲା। ତେବେ ପ୍ରତିଷ୍ଠାନଗୁଡ଼ିକ ସମ୍ପର୍କରେ କୌଣସି ପ୍ରକାରର ବିସ୍ତୃତ ତଥ୍ୟ ମିଳିନାହିଁ।

Advertisment

ଆତଙ୍କବାଦ ନିରୋଧ ବିଭାଗର ମୁଖପାତ୍ର କହିଛନ୍ତି, “ଆତଙ୍କବାଦ ବିରୋଧରେ ବିଭାଗ ଆରମ୍ଭ କରିଥିବା ଅପରେସନକୁ ବଡ଼ ସଫଳତା ମିଳିଛି। ଗୁଇନ୍ଦା ବିଭାଗର ସୂଚନା ଆଧାରରେ ସୁରକ୍ଷାକର୍ମୀ ଅମୀନ ଉଲ ହକକୁ ସଫଳତାର ସହ ଗିରଫ କରିଛନ୍ତି। ଅମୀନ ଅଲକାଏଦାର ଜଣେ ବରିଷ୍ଠ ସଦସ୍ୟ। ମିଳିତ ଜାତିସଂଘ ଜାରି କରିଥିବା ଆତଙ୍କବାଦୀ ତାଲିକାରେ ତା’ ନାଁ ରହିଛି।”

ପାକିସ୍ତାନର ଆଭ୍ୟନ୍ତରୀଣ(ଗୃହ) ମନ୍ତ୍ରଣାଳୟ ଏ ସମ୍ପର୍କରେ ଏଯାଏ କୌଣସି ପ୍ରତିକ୍ରିୟା ଦେଇନାହିଁ। ୨୦୦୧ରେ ମିଳିତ ଜାତିସଂଘ ପ୍ୟାନେଲର ତାଲିକା ଅନୁସାରେ ଗିରଫ ବ୍ୟକ୍ତି ଜଣକ ହେଉଛି ଅମୀନ ମହମ୍ମଦ ଉଲ ହକ ସାମ ଖାନ।

ସେ ବିନ ଲାଡେନର ସୁରକ୍ଷା ସଂଯୋଜକ ଭାବେ କାମ କରୁଥିଲା। ସେ ଅସ୍ତ୍ରଶସ୍ତ୍ର ଚାଲାଣ, ବିକ୍ରି ଓ ଏହାକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନରୁ ସ୍ଥାନାନ୍ତରଣ ଆଦି କାମ ବୁଝୁଥିଲା। ବିନ ଲାଡେନକୁ ଆମେରିକା ୨୦୧୧ରେ ହତ୍ୟା କରିବା ପରେ ଅମୀନ ପାକିସ୍ତାନରେ ଲୁଚି ରହିଥିଲା।

Pakistan Osama Bin Laden Al-Qaeda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe