Advertisment

ଆମେରିକାରେ ଇସ୍ରାଏଲ ବିରୋଧୀ ଆନ୍ଦୋଳନ; ଗିରଫ ହେଲେଣି ୫୫୦ରୁ ଅଧିକ ଛାତ୍ରଛାତ୍ରୀ

କଲମ୍ବିଆ ୟୁନିଭରସିଟିର ଇସ୍ରାଏଲ ବିରୋଧୀ ଆନ୍ଦୋଳନ ନେତାଙ୍କୁ କ୍ୟାମ୍ପସ ପ୍ରବେଶ ଉପରେ କଟକଣା ଲଗାଯାଇଛି...

author-image
Debibandita Barick
ଅଦ୍ୟତନ ହୋଇଛି
Protest

Protest

ଆମେରିକାରେ ଦିନକୁ ଦିନ ତୀବ୍ର ହେଉଛି ଇସ୍ରାଏଲ୍ ବିରୋଧୀ ଆନ୍ଦୋଳନ। ଅଧିକାଂଶ ୟୁନିଭରସିଟିରେ ଆନ୍ଦୋଳକୁ ଓହ୍ଲାଇଛନ୍ତି ହଜାର ହଜାର ଛାତ୍ରଛାତ୍ରୀ। ଏହାରି ମଧ୍ୟରେ କଲମ୍ବିଆ ୟୁନିଭରସିଟି ଇସ୍ରାଏଲ ବିରୋଧୀ ଆନ୍ଦୋଳନର ନେତାଙ୍କୁ କ୍ୟାମ୍ପସ ପ୍ରବେଶ ଉପରେ କଟକଣା ଲଗାଯାଇଛି।

Advertisment

ଏକ ଭିଡିଓରେ ସେ 'ଜିଓନିଷ୍ଟମାନେ ବଞ୍ଚିବା ପାଇଁ ଯୋଗ୍ୟ ନୁହଁନ୍ତି, ସେମାନଙ୍କୁ ହତ୍ୟା କରାଯିବା ଉଚିତ୍' ବୋଲି କହୁଥିବା ଶୁଣିବାକୁ ମିଳୁଛି। ୟୁନିଭରସିଟି କର୍ତ୍ତୃପକ୍ଷଙ୍କ ନିକଟରେ ଏହି ଭିଡିଓ ପହଞ୍ଚିବା ପରେ ସେମାନେ ତାଙ୍କ କ୍ୟାମ୍ପସ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି। ଅନ୍ୟପଟେ ଏହି ମାମଲାରେ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟରୁ ୫୫୦ରୁ ଅଧିକ ଛାତ୍ରଛାତ୍ରୀ ଗିରଫ ହୋଇ ସାରିଲେଣି।

ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇବାର କାରଣ ହେଉଛି, ସେମାନଙ୍କ କହିବା କଥା ଇସ୍ରାଏଲ-ହମାସ ଯୁଦ୍ଧ ପାଇଁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ସହ ଦିନକୁ ଦିନ ମାନବିକ ସଙ୍କଟ ବଢୁଛି। ତେଣୁ ବିଶ୍ୱବିଦ୍ୟାଳୟଗୁଡିକ ଇସ୍ରାଏଲ ସହ ଆର୍ଥିକ ସମ୍ପର୍କ ବନ୍ଦ କରନ୍ତୁ ଏବଂ କମ୍ପାନୀଗୁଡିକ ଏହି ବିବାଦରୁ ଦୂରେଇ ରୁହନ୍ତି। ଯଦି ଦାବି ପୂରଣ ନହୁଏ, ତେବେ ଆଗକୁ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। 

Advertisment

ପ୍ରକାଶ ଥାଉକି, କିଛିଦିନ ହେବ ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଏହି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବର୍ତ୍ତମାନ ସୁଦ୍ଧା ୫୫୦ରୁ ଅଧିକ ଛାତ୍ରଛାତ୍ରୀ ଗିରଫ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଭାରତୀୟ ବଂଶୋଦ୍ଭବ ଅଛନ୍ତି। ତେବେ ଆଗକୁ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ କେଉଁ ମୋଡ଼ ନେଉଛି, ତା' ଉପରେ ମସସ୍ତଙ୍କ ନଜର। 

Anti-Israeli Protest US Protest Protest In US