Advertisment

ହେଜବୁଲ୍ଲା ମୁଖ୍ୟ କାର୍ଯ୍ୟାଳୟର କମାଣ୍ଡର ନିପାତ

ବେରୁଟ ଆକ୍ରମଣରେ ହେଜବୁଲ୍ଲାର ମୁଖ୍ୟ କାର୍ଯ୍ୟାଳୟରେ ଥିବା କମାଣ୍ଡର ବି ନିପାତ ହୋଇଛି।

author-image
Debibandita Barick
War Spot

War Spot

ହେଜବୁଲ୍ଲା ଶକ୍ତିକୁ ଦୁର୍ବଳ କଲା ଇସ୍ରାଏଲ। ସଂଗଠନର ମୁଖ୍ୟ ହାସନ ନସ୍ରଲ୍ଲା ଏବଂ ତାଙ୍କ ଉତ୍ତରାଧିକାରୀ ହାସିମ ସୈଫୁଦ୍ଦିନଙ୍କ ପରେ ଏବେ ମୁଖ୍ୟ କାର୍ଯ୍ୟାଳୟର କମାଣ୍ଡରଙ୍କୁ ନିପାତ କରିଛି। ଏନେଇ ଇସ୍ରାଏଲ ସେନା ପକ୍ଷରୁ ସୂଚନା ଦିଆଯାଇଛି। 

Advertisment

ଇସ୍ରାଏଲ ସେନା ଏକ ଏକ୍ସ ପୋଷ୍ଟରେ କହିଛି ଯେ, ହେଜବୁଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଥିବା କମାଣ୍ଡର ସୁହେଲ ହୁସେନ ହୁସେନୀ ସଫା ହୋଇଛି। ଗତକାଲି ବେରୁଟରେ ହୋଇଥିବା ଏୟାର ଷ୍ଟ୍ରାଇକରେ ହୁସେନ ହୁସେନୀର ନିପାତ ହୋଇଛି। ତେବେ ଏନେଇ ହେଜବୁଲ୍ଲା ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।  

ଗତକାଲି ଇସ୍ରାଏଲ-ହମାସ ଯୁଦ୍ଧକୁ ଗୋଟିଏ ବର୍ଷ ପୂରିଛି। ଏହି ଗୋଟିଏ ବର୍ଷ ମଧ୍ୟରେ ପାଲେଷ୍ଟାଇନ ଓ ଇସ୍ରାଏଲ ବିବାଦ ସମଗ୍ର ମଧ୍ୟପ୍ରାଚ୍ୟକୁ ଅଶାନ୍ତ କରିଦେଇଛି। ଅକ୍ଟୋବର 7ରେ ଇସ୍ରାଏଲ ପାଲେଷ୍ଟାଇନର ସମର୍ଥିତ ସଂଗଠନ ହମାସ ଇସ୍ରାଏଲ ଉପରେ କରିଥିବା ଆକ୍ରମଣରେ 1200 ଲୋକଙ୍କ ମୃତ୍ୟୁ ଘଟି ଥିବାବେଳେ 250ରୁ ଅଧିକ ଲୋକଙ୍କୁ ପଣବନ୍ଦୀ ହୋଇଥିଲେ।

Advertisment

ଏହାପରେ ବନ୍ଧକଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଚଲାଇଥିଲା ହମାସ। କିନ୍ତୁ ଇସ୍ରାଏଲ ଏହାର କଡ଼ାଗଣ୍ଡା ହିସାବ ନେଇଛି। କେବଳ ହମାସ ନୁହେଁ, ଏହାର ସମର୍ଥିତ ରାଷ୍ଟ୍ରଙ୍କୁ ମଧ୍ୟ ଜବାବ ଦେଇଛି। ଏହି କ୍ରମରେ ଇରାନର ସମର୍ଥିତ ସଂଗଠନ ହେଜବୁଲ୍ଲାର ମେରୁଦଣ୍ଡ ଭାଙ୍ଗି ଦେଇଛି ଇସ୍ରାଏଲ।

Israel Israel-Palestine War Hezbollah