Advertisment

ମଝି ନଦୀରେ ଓଲଟିଲା ଡଙ୍ଗା; ୮୦ ମୃତ, ୧୮୫ ଯାତ୍ରୀ ଉଦ୍ଧାର

ନଦୀରେ ଏକ ଡଙ୍ଗା ଓଲଟିବାରୁ ୮୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ପ୍ରାୟ ୧୮୫ ଲୋକ ପହଁରି ପହଁରି ନିଜ ଜୀବନ ରକ୍ଷା କରି ପାରିଛନ୍ତି।

author-image
Niharika Rout
Boat Tragedy

Boat Tragedy

ମଧ୍ୟ ଆଫ୍ରିକୀୟ ଦେଶ କାଙ୍ଗୋରେ ଘଟିଛି ଦୁଃଖଦ ଘଟଣା । କାଙ୍ଗୋ ରାଜଧାନୀ କିଂଶାସା ନିକଟରେ ଥିବା ନଦୀରେ ଏକ ଡଙ୍ଗା ଓଲଟିବାରୁ ୮୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ପ୍ରାୟ ୧୮୫ ଲୋକ ପହଁରି ପହଁରି ନିଜ ଜୀବନ ରକ୍ଷା କରି ପାରିଛନ୍ତି। କାଙ୍ଗୋ ରାଷ୍ଟ୍ରପତି ଏହି ଦୁଃଖଦ ଘଟଣା ସମ୍ପର୍କରେ ବୁଧବାର ସୂଚନା ଦେଇଛନ୍ତି।

Advertisment

ଡଙ୍ଗାରେ ପ୍ରାୟ ୨୭୦ରୁ ଅଧିକ ଲୋକ ଥିବା ବେଳେ ତାହା କିଂଶାସା ଅଭିମୁଖେ ଯାଉଥିଲା। ମାତ୍ର ମଝି ନଦୀରେ ଡଙ୍ଗାର ଇଞ୍ଜିନ ଖରାପ ହୋଇଯିବାରୁ ଏପରି ଅଘଟଣ ଘଟିଥିଲା।

ତୁରନ୍ତ ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ବହୁ ଲୋକଙ୍କୁ ନଦୀରୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ। ବହୁ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, କାଙ୍ଗୋର ଅଧିକାଂଶ ସ୍ଥାନକୁ ଭଲ ସଡ଼କ ପଥର ବ୍ୟବସ୍ଥା ନ ଥିବାରୁ ଦୈନଦିନ କାମ ନିମନ୍ତେ ଲୋକେ ନଦୀ ପଥ ଉପରେ ନିର୍ଭର କରିଥାନ୍ତି। ଫଳରେ ବିପଦ ସଙ୍କୁଳ ଭାବେ ବହୁ ସଂଖ୍ୟାରେ ଯାତ୍ରୀ ଡଙ୍ଗାରେ ନଦୀ ପାର କରିଥାନ୍ତି। ଓଭର ଲୋଡିଂ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କଡ଼ା ଚେତାବନୀ ଦେଉଥିବା ବେଳେ ଏହାକୁ କିନ୍ତୁ ଲୋକେ ଖାତିର କରୁ ନାହାନ୍ତି। ଫଳରେ ଏପରି ଅଘଟଣ ଘଟିଥିବା ଜଣାଯାଇଛି।

କାଙ୍ଗୋରେ ପୂର୍ବରୁ ବି ଏପରି ଅଘଟଣ ଘଟିଛି। ଗତ ଫେବୃୟାରୀରେ ଓଭରଲୋଡିଂ ପାଇଁ ଏକ ଡଙ୍ଗା ଓଲଟି ବହୁ ଲୋକଙ୍କ ମୃତ୍ୟୁ ହୋଇଥିଲା।

Accident