Advertisment

ମହିଳାଙ୍କୁ  ଗର୍ଭନିରୋଧକ ଔଷଧ ବ୍ୟବହାର ମନା, ଲାଗିଲା ବ୍ୟାନ୍

ମହିଳାମାନଙ୍କୁ ଗର୍ଭ ନିରୋଧକ ଔଷଧ ବ୍ୟବହାର ନକରିବାକୁ ଧମକ ଦେଉଛନ୍ତି।

author-image
Madhupriya Mistry
Muslim Woman

Muslim Woman

ଉଚ୍ଚଶିକ୍ଷା ପରେ ଏବେ ବ୍ୟାନ୍ ହେଲା ଗର୍ଭନିରୋଧକ ଔଷଧ। ଗୋଟିଏ ପରେ ଗୋଟିଏ ଅତ୍ୟାଚାର କରି ଚାଲିଛି ତାଲିବାନ। ଆଫଗାନିସ୍ତାନରେ ସମସ୍ତ ପ୍ରକାରର ଗର୍ଭନିରୋଧକ ଔଷଧ ଉପରେ ପ୍ରତିବନ୍ଧକ ଲଗାଇଛି ତାଲିବାନ ସେନା। ଗର୍ଭନିରୋଧକ ଔଷଧ ଯୋଗାଇ ମୁସଲିମ ସମ୍ପ୍ରଦାୟର ଜନସଂଖ୍ୟାକୁ କଣ୍ଟ୍ରୋଲ  କରିବାକୁ ପଶ୍ଚିମଦେଶମାନେ ଚକ୍ରନ୍ତ କରୁଥିବା ତାଲିବାନ ଦାବି କରିଛି।  

Advertisment

ରିପୋର୍ଟ ମୁତାବକ ତାଲିବାନ ସେନା ଆଫଗାନିସ୍ତାନର ପ୍ରତିଟି ଘର ଘର ବୁଲି ଛାନଭିନ୍ କରୁଛନ୍ତି। ମହିଳାମାନଙ୍କୁ ଗର୍ଭ ନିରୋଧକ ଔଷଧ ବ୍ୟବହାର ନକରିବାକୁ ଧମକ ଦେଉଛନ୍ତି। ଏହାସହ ସେମାନଙ୍କ ଘରେ ଥିବା ଗର୍ଭନିରୋଧକ ଔଷଧକୁ ନଷ୍ଟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଉଛନ୍ତି। କେବଳ ସେତିକି ନୁହେଁ ଆଫଗାନିସ୍ତାନରେ ଥିବା ବିଭିନ୍ନ ଔଷଧ ଦୋକାନରେ ମଧ୍ୟ ତାଲିବାନ ସେନା ଚଢାଉ କରି ଗର୍ଭନିରୋଧକ ଔଷଧଗୁଡିକୁ ନଷ୍ଟ କରୁଛନ୍ତି। 

ତାଲିବାନ ସଂଗଠନର ସଦସ୍ୟମାନେ ବିଭିନ୍ନ ଫାର୍ମାସୀ ବୁଲି ଯାଞ୍ଚ କରୁଛନ୍ତି। ଏହାସହ କାବୁଲରେ ଥିବା କିଛି ଫାର୍ମାସୀ କମ୍ପାନୀ ଉପରେ ମଧ୍ୟ ଚଢାଉ କରି ସେମାନଙ୍କୁ ଗର୍ଭନିରୋଧକ ଔଷଧ ପ୍ରସ୍ତୁତ ନକରିବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି। 

Advertisment

ଆଫଗାନିସ୍ତାନର କିଛି ସ୍ୱେଚ୍ଛାସେବୀ ସଂସ୍ଥା ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଉପରେ କାମ କରୁଛନ୍ତି। ଏବେ ତାଲିବାନ ସେନା ତରଫରୁ ସେହି ସଂସ୍ଥାର ସ୍ୱେଚ୍ଛାସେବୀମାନଙ୍କୁ ଧମକ ଦିଆଯାଉଛି। ଆଫଗାନିସ୍ତାନର ସାମାଜିକ କର୍ମକର୍ତ୍ତା ଶବନମ୍ ନସୀମୀ କହିଛନ୍ତି, ତାଲିବାନୀମାନେ ଆଫଗାନ ମହିଳାଙ୍କୁ ତାଙ୍କର କାମ ଓ ଶିକ୍ଷା ଉପରେ ରୋକ ଲଗାଇବା ପରେ ଏବେ ସେମାନଙ୍କ ଶରୀର ଉପରେ ବି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି।

ପୂର୍ବରୁ ଆଫଗାନିସ୍ତାନରେ ମହିଳାମାନଙ୍କୁ ବାହାରକୁ ଯାଇ କାମ କରିବା ଉପରେ ତାଲିବାନ ସରକାର ବ୍ୟାନ୍ ଲଗାଇଥିଲା। ପରେ ସେମାନଙ୍କ ଉଚ୍ଚ ଶିକ୍ଷା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିଲା । କୌଣସି ଯୁବତୀ ଉଚ୍ଚଶିକ୍ଷା ନେଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରି କରିଥିଲା ତାଲିବାନ। ଏବେ ଗର୍ଭନିରୋଧକ ଔଷଧ ଉପରେ ମଧ୍ୟ ବ୍ୟାନ୍ ଲଗାଇ ତାଲିବାନ ମହିଳାଙ୍କୁ ଅକଥନୀୟ ଅତ୍ୟାଚାର କରୁଛି। 

Taliban Muslim Woman