Advertisment

୧୨ ବର୍ଷର କନିଆଁକୁ ୬୩ ବର୍ଷର ବର, ବିବାହକୁ ଜୋରଦାର ବିରୋଧ

ଜଣେ ୬୩ ବର୍ଷର ପାଦ୍ରୀ ୧୨ ବର୍ଷର ନାବାଳିକାଙ୍କୁ ବିବାହ କରିଛନ୍ତି। ଏହି ବିବାହ ବେଳର ଫଟୋ ଆଉ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଜୋରଦାର ବିବାଦ ଉପୁଜିଛି। ଉକ୍ତ ନାବାଳିକାଙ୍କୁ ପୁଲିସ ଉଦ୍ଧାର କରିଛି।

Priest marries 12 year old girl

Priest marries 12 year old girl

Advertisment

ପ୍ରାୟତଃ ସମାନ ବୟସର ଲୋକଙ୍କ ମଧ୍ୟରେ ବିବାହ ହୋଇଥାଏ। ତଥାପି ବେଳେ ବେଳେ କିଛି ଅସାଧାରଣ ବିବାହ ମାମଲା ମଧ୍ୟ ସାମ୍ନାକୁ ଆସେ। ଯେଉଁଥିରେ ବର ଓ କନ୍ୟାର ବୟସ ମଧ୍ୟରେ ଢ଼େର ଅଧିକ ପାର୍ଥକ୍ୟ ରହିଛି। ଏଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି ପଶ୍ଚିମ ଆଫ୍ରିକାରୁ। ଏଠାକାର ଘାନା ଅଞ୍ଚଳରେ ଜଣେ ୧୨ ବର୍ଷର ନାବାଳିକାଙ୍କୁ ବିବାହ କରିଛନ୍ତି ଜଣେ ୬୩ ବର୍ଷର ବ୍ୟକ୍ତି। ଏହି ବିବାହକୁ ନେଇ ଏବେ ବିବାଦ ଉପୁଜିଛି।

Advertisment

ପଶ୍ଚିମ ଆଫ୍ରିକା ଘାନାର ଜଣେ ୬୩ ବର୍ଷୀୟ ପାଦ୍ରୀ ନୁଉମୋ ବୋରକେଟେ ଲାବେହ ତ୍ସୁରୁ ୧୨ ବର୍ଷର ନାବାଳିକାଙ୍କୁ ବିବାହ କରିଛନ୍ତି। ମାର୍ଚ୍ଚ ୩୦ ତାରିଖରେ କୋବ୍ରାର ନୁଙ୍ଗୁଆରେ ଏକ ପାରମ୍ପରିକ ସମାରୋହରେ ଏହି ବିାବହ ଅନୁଷ୍ଠିତ ହୋଇଥିଲା। ଯେତେବେଳେ ଝିଅର ବୟସ ୬ ବର୍ଷ ଥିଲା ସେତେବେଳେ ହିଁ ଏହି ବିବାହ ସ୍ଥିର ହୋଇଥିଲା। ଏହି ଅଦ୍ଭୁତ ବିବାହର ଫଟୋ ଆଉ ଭିଡିଓ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବିବାହର ଫଟୋ ଆଉ ଭିଡିଓ ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଏହାନୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ଏହି ବିବାହକୁ ଅନେକ ଲୋକେ ବିରୋଧ ଆରମ୍ଭ କରିଛନ୍ତି। ଏହାକୁ ନେଇ ଲୋକେ ରାଗି ଯାଇଛନ୍ତି। ଏହି ବିବାହରେ ଶତାଧିକ ଲୋକେ ସାମିଲ ହୋଇଥିଲେ। ଏହାକୁ ନେଇ ମଧ୍ୟ ଲୋକେ ଆପତ୍ତି ଉଠାଇଛନ୍ତି।

Advertisment

ପାଦ୍ରୀ ନୁଉମୋ ବୋରକେଟେ ଲାବେହ ତ୍ସୁରୁ ଘାନାର ରାଜଧାନୀ ଅକରାର ଜଣେ ପ୍ରଭାଶାଳୀ ବ୍ୟକ୍ତି ଅଟନ୍ତି। ତାଙ୍କର ସେଠାରେ ବେଶ୍‌ ଦବ୍‌ଦବା ରହିଛି। ସେ ଜଣେ ପ୍ରଭାବଶାଳୀ ଧାର୍ମିକ ନେତା। ଏହାର ସୁଯୋଗ ନେଇ ସେ ଜଣେ ନାବାଳିକାଙ୍କୁ ବିବାହ କରିଥିବା ଲୋକେ ଅଭିଯୋଗ କରିଛନ୍ତି।

ସେପଟେ ୬ ବର୍ଷ ବୟସରୁ ନାବାଳିକା ଜଣକ ଉକ୍ତ ପାଦ୍ରୀଙ୍କ ପ୍ରେମରେ ପଡିଥିଲେ। ତେଣୁ ସେ ତାଙ୍କୁ ବିବାହ କରିଥିବା କୁହାଯାଉଛି। ଏହି ବିବାହକୁ ନେଇ ବିବାଦ ଉପୁଜିବା ପରେ ପୁଲିସ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରିଛି। ବର୍ତ୍ତମାନ ସେ ନିଜ ମା'ଙ୍କ ପାଖରେ ଅଛନ୍ତି।

ଘାନାରେ ବିବାହ ପାଇଁ ଝିଅଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ରହିଛି। କିନ୍ତୁ ଏବେବି କେତେକ ସମ୍ପ୍ରଦାୟର ଲୋକମାନେ ଝିଅମାନଙ୍କ ବାଲ୍ୟ ବିବାହ କରୁଛନ୍ତି। ସରକାର ଏହା ଉପରେ କଡା ପଦକ୍ଷେପ ନେଉନାହାଁନ୍ତି।

Child Marriage Controversy Priest Marries 12-Year-Old Girl Ghana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe