Advertisment

ପୁଣି ଫେରିବ କି କରୋନା! ସପ୍ତାହ ଭିତରେ ଚିହ୍ନଟ ହେଲାଣି ୫୬ ହଜାର ମାମଲା

ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖି କରୋନା ନିୟମ ପାଳନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

corona

corona

Advertisment

ପୁଣି କଡ଼ ଲେଉଟାଣି ମହାମାରୀ କରୋନା। ଚାରିଆଡେ ଏହାକୁ ନେଇ ପୁଣିଥରେ ଲୋକେ ଭୟଭୀତ ହୋଇପଡିଛନ୍ତି। ସିଙ୍ଗାପୁରରେ ଦିନକୁ ଦିନ କରୋନା ମାମଲା ହୁ ହୁ ବଢ଼ି ଚାଲିଛି। ଏକ ସପ୍ତାହ ଭିତରେ ଏଠାରେ ୫୬ ହଜାର ନୂଆ ମାମଲା ସାମ୍ନାକୁ ଆସିଛି। ଗତ ସପ୍ତାହରେ ୩୨,୦୩୫ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Advertisment

ସିଙ୍ଗାପୁରର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ସପ୍ତାହରେ ଦେଶରେ କରୋନା ମାମଲା ୭୫ ପ୍ରତିଶତ ବୃଦ୍ଧି ପାଇଛି। ଏଥିପାଇଁ ସିଙ୍ଗାପୁରର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଡିସେମ୍ବର ୧୯ରୁ ପ୍ରତିଦିନ କରୋନା ଅପଡେଟ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛି।

ସେପଟେ କରୋନା ନିୟମ ପାଳନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ଭିଡ଼ ବା ଜନଗହଳି ପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ଲୋକଙ୍କୁ ସିଙ୍ଗାପୁର ସରକାର କହିଛନ୍ତି। ଯଦିଓ ଲୋକମାନେ ଅସୁସ୍ଥ ନୁହଁନ୍ତି, ସେମାନଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଉଛି। ବିଶେଷକରି ବୟସ୍କ ବ୍ୟକ୍ତିଙ୍କ ସହ ରହୁଥିବା ଲୋକଙ୍କୁ ଘର ଭିତରେ ମଧ୍ୟ ମାସ୍କ ପିନ୍ଧିବାକୁ କୁହାଯାଇଛି। ଅନ୍ୟପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥି ଦେଖି ସିଙ୍ଗାପୁରର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ସିଙ୍ଗାପୁର ଏକ୍ସପୋ ହଲ ନମ୍ବର ୧୦ରେ କରୋନା ରୋଗୀଙ୍କ ପାଇଁ ଶୀଘ୍ର ବେଡ୍‌ ବ୍ୟବସ୍ଥା କରାଯିବ। କ୍ରୋଫୋର୍ଡ ହସ୍ପିଟାଲ ପୂର୍ବରୁ କୋଭିଡ ରୋଗୀଙ୍କ ଚିକିତ୍ସା କରୁଛି।

Advertisment

ମିଡିଆ ରିପୋର୍ଟ ଅନୁଯାୟୀ, ସିଙ୍ଗାପୁରର ଅଧିକାଂଶ ରୋଗୀ କରୋନାର ନୂଆ ଭାରିଏଣ୍ଟ JN.1 ରେ ସଂକ୍ରମିତ, ଯାହା BA.2.86 ସହିତ ଜଡିତ। ଏହି ସଂକ୍ରମଣ ହେତୁ ହାରାହାରି ପ୍ରତିଦିନ ୨୨୫ ରୁ ୩୫୦ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି।

ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ର କୋଭିଡ୍ ଟାସ୍କ ଫୋର୍ସର ସହ-ଚେୟାରମ୍ୟାନ୍ ଡ ରାଜୀବ ଜୟଦେବନ କହିଛନ୍ତି ଯେ ଭାରତ ବାହାରେ ଜେଏନ୍‌.୧ ସବଫର୍ମରେ ବହୁ ସଂଖ୍ୟକ ରୋଗୀ ସଂକ୍ରମିତ ଅଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଭାରତର କେରଳରେ ଏହି ମାମଲା ସାମ୍ନାକୁ ଆସିଛି। ତେବେ ଭାରତ ପାଇଁ କୌଣସି ଚିନ୍ତାର ବିଷୟ ନାହିଁ। କାରଣ କେରଳରେ ଯେଉଁ ଜେଏନ୍‌.୧ର ଚିହ୍ନଟ ହୋଇଛି ତାହା ବିଏ.୨.୮୬ରୁ ଉତ୍ପନ୍ନ ହୋଇଛି, ଯାହା ଆନ୍ତର୍ଜାତୀୟ ସ୍ତରରେ ପିରୋଲା ନାମରେ ଜଣାଶୁଣା। 

କ'ଣ ଏହି ନୂଆ ଭାରିଏଣ୍ଟ?

ଜେଏନ୍‌.୧ ହେଉଛି କରୋନାର ସବ୍‌ ଭାରିଏଣ୍ଟ। ଚୀନ୍‌ରେ ଏହି ନୂଆ ଭାରିଏଣ୍ଟର ୭ଟି ମାମଲା ଚିହ୍ନଟ ହୋଇଛି। ବର୍ତ୍ତମାନ ଜେଏନ୍‌.୧ ବିସ୍ତାର ହେବାର ଆଶଙ୍କା ବହୁତ କମ, କିନ୍ତୁ ଭବିଷ୍ୟତରେ ଏହାର ବିପଦ ଯଥେଷ୍ଟ ବୃଦ୍ଧି ପାଇପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ଯୁକ୍ତରାଷ୍ଟ୍ରର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ଅନୁଯାୟୀ, କୋଭିଡ-୧୯ସୃଷ୍ଟି କରୁଥିବା ଜୀବାଣୁଙ୍କର ଜେଏନ.୧, ବିଏ.୨.୮୬ର ଏକ ଅଂଶ। ସିଡିସି ଅନୁଯାୟୀ, ସ୍ପାଇକ ପ୍ରୋଟିନରେ ଜେଏନ.୧ ଏବଂ ବିଏ.୨.୮୬ ମଧ୍ୟରେ କେବଳ ଗୋଟିଏ ପାର୍ଥକ୍ୟ ରହିଛି।

Covid19 Singapore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe