Advertisment

ବିମାନ ଭିତରେ ସେକ୍ସ କରୁଥିଲେ ଦମ୍ପତି, ଭିଡିଓ ଭାଇରାଲ କଲେ ପାଇଲଟ୍‌

ଏୟାର ପ୍ୟାସେଞ୍ଜର ଜେଟର କକପିଟ ନିୟନ୍ତ୍ରଣାଧୀନ ସିକ୍ୟୁରିଟି କ୍ୟାମେରାରେ ରେକର୍ଡ କରାଯାଇଥିଲା।

Swiss

Swiss

Advertisment

ଗୋଟିଏ ବ୍ୟବସାୟିକ ବିମାନରେ ଦମ୍ପତି ସେକ୍ସ କରୁଥିବା ବେଳେ ଏହାକୁ ଗୁପ୍ତ ଭାବେ କକପିଟରେ ଥିବା ପାଇଲଟ ରେକର୍ଡ କରିଛନ୍ତି। ଏହା ସୋଶାଲ ମିଡିଆରେ ଭାଇରାଲ ହେବା ପରେ ବିବାଦ ତୀବ୍ର ହୋଇଛି।

Advertisment

ଏୟାର ଲାଇନ ପକ୍ଷରୁ ଘଟଣାର ଆଭ୍ୟନ୍ତରୀଣ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସ୍ୱିସ ଏୟାର ପ୍ୟାସେଞ୍ଜର ଜେଟର କକପିଟ ନିୟନ୍ତ୍ରଣାଧୀନ ସିକ୍ୟୁରିଟି କ୍ୟାମେରାରେ ରେକର୍ଡ କରାଯାଇଥିଲା। ଏଥିରେ ଦେଖିବାକୁ ମିଳିଛି ଯେ ଦମ୍ପତି ନିଜ ପାଇଁ ବୁକ କରିଥିବା ବିମାନର ଅତ୍ୟାଧୁନିକ ଗାଲେରୀରେ ଯୌନ କାର୍ଯ୍ୟକ୍ରମରେ ଲିପ୍ତ ରହିଛନ୍ତି। ସ୍ୱିସ ଏୟାରର ୧୨ ଘଣ୍ଟିଆ ବିମାନରେ ନଭେମ୍ବର ମାସରେ ଏପରି ଘଟଣା ଘଟିଥିଲା। ବିମାନଟି ବ୍ୟାଙ୍କକରୁ ଜୁରିଚ ଯାଉଥିଲା।

ଜଣେ ବ୍ୟକ୍ତି ଏକ୍ସରେ ଲେଖିଛନ୍ତି ଯେ ଏହି ଦମ୍ପତି ନିକଟରେ ସ୍ୱିସ ଏୟାର ଫ୍ଲାଇଟ ଧରି ବ୍ୟାଙ୍କକରୁ ଜୁରିଚ ଯାଉଥିଲେ। ସେମାନେ ବିମାନର ପ୍ରଥମ ଶ୍ରେଣୀ ଗାଲେରୀର ସେକ୍ସ କରିଥିଲେ।

Advertisment

ଅତ୍ୟାଧୁନିକ ସିଟ ପାଖରେ ସେମାନେ ଯୌନ କାର୍ଯ୍ୟରେ ଲିପ୍ତ ଥିବା ବେଳେ ଏହାକୁ ଗୁପ୍ତ ଭାବେ ପାଇଲଟଙ୍କ ଦ୍ୱାରା ରେକର୍ଡ କରାଯାଇଥିଲା। ଏହି ଭିଡିଓକୁ ବିମାନର କ୍ରୁ ଶେୟାର କରିଥିଲେ। ଏବେ ଏହା ଭାଇରାଲ ହେବା ପରେ ବିମାନରେ ଥିବା ସଦସ୍ୟମାନେ ତଦନ୍ତ ପରିସର ଭୁକ୍ତ ହୋଇଥିବା ବ୍ୟକ୍ତି ଜଣଙ୍କ କହିଛନ୍ତି।

ଏପରି ଭିଡିଓ ରେକର୍ଡିଂ ଯାତ୍ରୀଙ୍କ ପ୍ରାଇଭେସିକୁ ଉଲ୍ଲଙ୍ଘନ କରିଛି। ତେଣୁ ସ୍ୱିସ ଏୟାର ଏହାର ତଦନ୍ତ ଆରମ୍ଭ କରିଛି। ଏୟାର ଲାଇନ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ଯେ ଦମ୍ପତିଙ୍କ ବିନା ଅନୁମତିରେ ଭିଡିଓ ରେକର୍ଡ କରିବା ଓ ଏହାକୁ ସୋଶାଲ ମିଡିଆରେ ପୋଷ୍ଟ କରିବା ଘଟଣାରେ ସାମିଲ ଥିବା କ୍ରୁ ସଦସ୍ୟମାନଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Airlines
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe