Advertisment

ଶରୀର ଭିତରେ ୫୦ ଥର ରୂପ ବଦଳାଇଲା କରୋନା, ୬୧୩ ଦିନ ପରେ ନେଲା ଜୀବନ

୭୨ ବର୍ଷୀୟ ଡଚ୍‌ ନାଗରିକ ଜଣଙ୍କ ୨୦୨୨ରେ କରୋନାରେ ଆକ୍ରାନ୍ତ ହୋଇଥିଲେ। କରୋନାରେ ଆକ୍ରାନ୍ତ ହେବାରୁ ଏହି ବୃଦ୍ଧ ଜଣଙ୍କ ବିଭିନ୍ନ ରୋଗରେ ମଧ୍ୟ ପୀଡ଼ିତ ଥିଲେ।

author-image
Hemant Lenka
Corona

Corona

ମହାମାରୀ କରୋନାକୁ ନେଇ ଆସିଛି ସାଂଘାତିକ ତଥ୍ୟ। କରୋନା ଭାଇରସ ଜଣଙ୍କ ଶରୀରରେ ୫୦ ଥର ରୂପ ବଦଳାଇଥିଲା। ଦୀର୍ଘ ୬୧୩ ଦିନ ଧରି ବ୍ୟକ୍ତି ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଶେଷରେ ଜୀବନ ହରାଇଥିଲେ।

Advertisment

କରୋନା ଭାଇରାସରେ ଦୀର୍ଘ ସମୟ ଧରି ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣଙ୍କ ନେଦରଲ୍ୟାଣ୍ଡ୍ସର। ସେ ୨୦୨୩ରେ ପ୍ରାଣ ହରାଇଥିଲେ। ଏବେ ତାଙ୍କ ଉପରେ ଏକ ଗବେଷଣା ରିପୋର୍ଟ Amsterdam University Medical Center ସାର୍ବଜନୀନ କରିଛି।

୭୨ ବର୍ଷୀୟ ଡଚ୍‌ ନାଗରିକ ଜଣଙ୍କ ୨୦୨୨ରେ କରୋନାରେ ଆକ୍ରାନ୍ତ ହୋଇଥିଲେ। କରୋନାରେ ଆକ୍ରାନ୍ତ ହେବାରୁ ଏହି ବୃଦ୍ଧ ଜଣଙ୍କ ବିଭିନ୍ନ ରୋଗରେ ମଧ୍ୟ ପୀଡ଼ିତ ଥିଲେ। ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଅନେକ ମାତ୍ରାରେ ପ୍ରଭାବିତ ହୋଇଥିଲା।

Advertisment

ତାଙ୍କ ଉପରେ ବୈଜ୍ଞେନିକମାନେ କରିଥିବା ଗବେଷଣା ବେଳେ ଜାଣିବାକୁ ପାଇଛନ୍ତି ଯେ କରୋନା ଭାଇରସ ତାଙ୍କ ଶରୀରରେ ୫୦ଥର ମ୍ୟୁଟେସନ ବା ରୂପ ବଦଳାଇଥିଲା। ଶେଷରେ ଏହା ଅଲଟ୍ରା ମ୍ୟୁଟେଡ ଭ୍ୟାରିଏଣ୍ଟରେ ପରିଣତ ହୋଇଥିଲା। ୨୦ ମାସ ଧରି କୌଣସି ବ୍ୟକ୍ତି କରୋନା ରୋଗରେ ପୀଡ଼ିତ ହେବା ପ୍ରଥମ ଘଟଣା। ଏହାପୂର୍ବରୁ ଇଂଲଣ୍ଡର ଜଣେ ବ୍ୟକ୍ତି ୫୦୫ ଧରି କରୋନାରେ ପୀଡ଼ିତ ହୋଇ ପ୍ରାଣ ହରାଇଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଡଚ୍‌ ବ୍ୟକ୍ତି ଜଣଙ୍କ ଓମିକ୍ରନ ଭ୍ୟାରିଏଣ୍ଟରେ ସଂକ୍ରମିତ ହେବା ପୂର୍ବରୁ ଏକାଧିକ କୋଭିଡ-୧୯ ଟିକାର ଡୋଜ୍‌ ନେଇଥିଲେ। ତଥାପି ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇ ନଥିଲା।

କରୋନା ୫୦ ଥର ରୂପ ବଦଳାଇଥିଲେ ହେଁ ଏହା ରୋଗୀଙ୍କ ଶରୀରରୁ ବାହାରେ କାହାକୁ ସଂକ୍ରମିତ କରି ନଥିଲା। କିନ୍ତୁ ବ୍ୟକ୍ତିଙ୍କକୁ ଭିତରୁ ଦୁର୍ବଳ କରି ଦେଇଥିଲା ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି।

New Coronavirus Strain Coronavirus