Advertisment

କୋଭିଡ-୧୯କୁ ନେଇ ଡବ୍ଳ୍ୟୁଏଚ୍‌ଓର ବଡ଼ ଘୋଷଣା

ଯଦିଓ କୋଭିଡ-୧୯ର ଇମର୍ଜେନ୍ସି ପର୍ଯ୍ୟାୟ ଶେଷ ହୋଇଯାଇଛି, ତଥାପି ବିପଦ ପୂରା ଟଳି ନାହିଁ।

WHO Director

WHO Director

Advertisment

କୋଭିଡ-୧୯କୁ ନେଇ ଶୁକ୍ରବାର ଏକ ବଡ଼ ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)। କୋଭିଡ-୧୯ ଆଉ ଏକ ବିଶ୍ୱ ଇମର୍ଜେନ୍ସି ହୋଇ ରହିନାହିଁ ବୋଲି ଡବ୍ଳ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି। ଫଳରେ ଏହା ଏବେ ଏକ ବିଶ୍ୱ ମହାମାରୀ ନୁହେଁ, ଯାହା ଗତ ତିନି ବର୍ଷରୁ ଅଧିକ ସମୟରେ ସାରା ବିଶ୍ୱରେ ୭୦ ଲକ୍ଷ ଲୋକଙ୍କ ଜୀବନ ନେଇଛି। ଏହା ସହିତ ସାରା ବିଶ୍ୱର ଅର୍ଥନୀତିକୁ ପ୍ରଭାବିତ କରିଛି।

Advertisment

ଡବ୍ଳ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି ଯେ, ଯଦିଓ କୋଭିଡ-୧୯ର ଇମର୍ଜେନ୍ସି ପର୍ଯ୍ୟାୟ ଶେଷ ହୋଇଯାଇଛି, ତଥାପି ବିପଦ ପୂରା ଟଳି ନାହିଁ। ଏହା ଏବେ ସାରା ବିଶ୍ୱ ପାଇଁ ଏକ ସ୍ୱାସ୍ଥ୍ୟ ସଙ୍କଟ ହୋଇ ରହିଛି। ନିକଟରେ ଦକ୍ଷିଣପୂର୍ବ ଏସିଆ ଓ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରେ କରୋନା ସଂକ୍ରମଣରେ ହୋଇଥିବା ବୃଦ୍ଧିକୁ ଦୃଷ୍ଟିରେ ଡବ୍ଳ୍ୟୁଏଚ୍‌ଓ ପକ୍ଷରୁ ଏହି କଥା କୁହାଯାଇଛି। ଏବେ ବି ପ୍ରତି ସପ୍ତାହରେ ବିଶ୍ୱରେ ବହୁତ ଲୋକ କରୋନାରେ ପ୍ରାଣ ହରାଉଛନ୍ତି।

୨୦୨୦ ଜାନୁଆରୀ ୩୦ ତାରିଖରେ ଯେତେବେଳେ ଡବ୍ଳ୍ୟୁଏଚ୍‌ଓ କରୋନା ଭୂତାଣୁକୁ ଏକ ଅନ୍ତର୍ଜାତୀୟ ସଙ୍କଟ ବୋଲି ଘୋଷଣା କରିଥିଲା ସେତେବେଳେ କୋଭିଡ-୧୯ର ନାମକରଣ ହୋଇନଥିଲା। ସେହିଭଳି ଚୀନ ବ୍ୟତୀତ ବିଶ୍ୱର ଅନ୍ୟକୌଣସି ସ୍ଥାନରେ କରୋନା ସଂକ୍ରମଣ ବ୍ୟାପକ ରୂପ ନେଇ ନଥିଲା। କିନ୍ତୁ ଗଲା ତିନି ବର୍ଷରୁ ଅଧିକ ସମୟ ଭିତରେ ସାରା ବିଶ୍ୱରେ ୭୬.୪ କୋଟି ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ସାରା ବିଶ୍ୱରେ ପ୍ରାୟ ୫୦୦ କୋଟି ଲୋକ ଅତିକମ୍‌ରେ ଗୋଟିଏ କରୋନା ଟିକା ନେଇଛନ୍ତି।

Advertisment

ଡବ୍ଳ୍ୟୁଏଚ୍‌ଓ ମହାମାରୀ ଘୋଷଣା କରେ ନାହିଁ। କିନ୍ତୁ ୨୦୨୦ ମାର୍ଚ୍ଚରେ ମିଳିତ ଜାତିସଂଘ (UN) ର ଏହି ଏଜେନ୍ସୀ ମହାମାରୀ ଶବ୍ଦ ବ୍ୟବହାର କରିଥିଲା। ଆଣ୍ଟାର୍କଟିକା ବ୍ୟତୀତ ସବୁ ମହାଦେଶକୁ କରୋନା ବ୍ୟାପିବା ପରେ ଡବ୍ଳ୍ୟୁଏଚ୍‌ଓ ମହାମାରୀ ଶବ୍ଦ ବ୍ୟବହାର କରିଥିଲା। ଅବଶ୍ୟ ତା’ର ବେଶ୍ ପୂର୍ବରୁ ଅନେକ ବୈଜ୍ଞାନିକ କରୋନା ମହାମାରୀର ରୂପ ନେଇ ସାରିଛି ବୋଲି କହିସାରିଥିଲେ।

Covid19 WHO
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe