Advertisment

ଭୟଙ୍କର ଭୂମିକମ୍ପ, ଘଣ୍ଟାକରେ ଦୁଇ ଥର ଥରିଲା କ୍ୟୁବା

ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରେକର୍ଡ କରାଯାଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Earthquake

Earthquake

ଶକ୍ତଶାଳୀ ଭୂମିକମ୍ପରେ ଥରିଲା କ୍ୟୁବା। ଘଣ୍ଟାକ ମଧ୍ୟରେ ଲାଗିଲା ଦୁଇ ଥର ଝଟ୍‌କା। ରବିବାର ଦକ୍ଷିଣ କ୍ୟୁବାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିବା ଆମେରିକାର ଭୂବିଜ୍ଞାନୀମାନେ କହିଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରେକର୍ଡ କରାଯାଇଛି। ଠିକ୍‌ ଏହାର ଘଣ୍ଟାକ ପୂର୍ବରୁ ୫.୯ ତୀବ୍ରତାର ଭୂମିକମ୍ପ ହୋଇଥିଲା।

Advertisment

ଏହି ଭୂକମ୍ପର କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ସାଣ୍ଟିଆଗୋ ଡି କ୍ୟୁବା ଏହାର ଆଖପାଖ ଅଞ୍ଚଳର ଘର ଗୁଡ଼ିକ ଥରିବାକୁ ଲାଗିଥିଲା। ଫଳରେ ଲୋକେ ଭୟଭିତ ହୋଇପଡିଥିଲେ। ଭୟରେ ଘର ଛାଡ଼ି ସେମାନେ ବାହାରକୁ ଚାଲି ଆସିଥିଲେ। ଏହି ଘଟଣାରେ କ୍ୟୁବାର ରାଷ୍ଟ୍ରପତି ମିଗୁଏଲ ଡିଆଜ-କାନେଲ ଟ୍ୱିଟରରେ କହିଛନ୍ତି ଯେ ଭୂକମ୍ପ ଯୋଗୁଁ ଭୂସ୍ଖଳନ ଘଟିଛି। କିଛି ଘର ଓ ବିଦ୍ୟୁତ ତାର କ୍ଷତିଗ୍ରସ୍ତ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ କହିଛି ଯେ ବାର୍ଟୋଲୋମ ମାସୋଠାରୁ ପ୍ରାୟ ୪୦ କିଲୋମିଟର ଦକ୍ଷିଣରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା। ସାଣ୍ଟିଆଗୋ ଡି କ୍ୟୁବା ଭଳି ପ୍ରମୁଖ ସହର ସମେତ ପୂର୍ବ କ୍ୟୁବାରେ କମ୍ପନ ଅନୁଭୂତ ହୋଇଥିଲା। ଏହାପୂର୍ବରୁ କ୍ୟୁବା ଏବଂ ଇଣ୍ଡୋନେସିଆରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା।

Advertisment

ସାଣ୍ଟିଆଗୋର ବାସିନ୍ଦା କହିଛନ୍ତି ଯେ ଭୂକମ୍ପ ଯୋଗୁଁ ଅନେକ ଘର ଏବଂ କୋଠାଘର ବ୍ୟାପକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। କାରଣ ଏଠାରେ ଉପସ୍ଥିତ ଥିବା ସମସ୍ତ ସ୍ଥାନ ପୁରୁଣା। ଏହି ଘଟଣା ସହ ଜଡିତ ଅନେକ ଫଟୋ ସୋଶାଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅନେକ ଘରର ଛାତ ଏବଂ ଝରକା ଭାଙ୍ଗିଯାଇଛି।

ଆମେରିକୀୟ ଏଜେନ୍ସି ଅନୁଯାୟୀ, କ୍ୟୁବାରେ ହୋଇଥିବା ଭୂକମ୍ପର ଘଣ୍ଟାକ ପୂର୍ବରୁ ୫.୯ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଥିଲା। କ୍ୟୁବା ଅଧିକାରୀ କହିଛନ୍ତି ଯେ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି। ତେବେ ଏହି ଭୂମିକମ୍ପ ଯୋଗୁ କୌଣସି ସୁନାମୀ ଚେତାବନୀ ଜାରି କରାଯାଇ ନାହିଁ।

Earthquake Cuba