/odisha-reporter/media/post_attachments/uploadimage/library/16_9/16_9_0/Cyclone_1684047381.jpg)
Cyclone
ଓଡ଼ିଶା ଠାରୁ ଦୂରେଇ ଯାଇଥିବା ବାତ୍ୟା ମୋକାର ଭୟଙ୍କର ରୂପ ଧାରଣ କରିଛି। ଅତି ଭୀଷର ବାତ୍ୟାର ରୂପ ନେଇ ମୋକା ମିଆଁମାର ଓ ବାଂଲାଦେଶ ସୀମାରେ ଲ୍ୟାଣ୍ଡଫଲ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛି। ଏହାର ପ୍ରଭାବରେ ବାଂଲାଦେଶର କକ୍ସବଜାର ଓ ମିଆଁମାରର କୟାଉକପୟୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି।
ବର୍ତ୍ତମାନ ମୋକାର ପ୍ରଭାବରେ ବାଂଲାଦେଶ ଓ ମିଆଁମାର ସୀମାରେ ଘଣ୍ଟା ପ୍ରତି ୧୯୦ରୁ ୨୦୦ କିମି ବେଗରେ ପବନ ବହିବାରେ ଲାଗିଛି। ବେଳେବେଳେ ପବନର ବେଗ ୨୨୦ ମଧ୍ୟ ଛୁଇଁଥିବା ଢାକା ଟ୍ରିବ୍ୟୁନରେ ରିପୋର୍ଟ ପ୍ରକାଶ ପାଇଛି।
A communication tower is ripped down by #CycloneMocha.pic.twitter.com/hCjigO0fca
— Scott McClellan (@ChaseTheWX) May 14, 2023
ମୋକାର ପ୍ରଭାବ ଶନିବାର ମଧ୍ୟରାତ୍ରରୁ ହିଁ କକ୍ସବଜାର ଓ ଏହାର ଆଖପାଖ ଅଞ୍ଚଳରେ ପଡ଼ିବା ଆରମ୍ଭ ହୋଇଥିଲା। ଏହାବାଦ ଚିତ୍ତୋଗ୍ରାମ ଓ ପାୟରା ପୋର୍ଟରେ ମଧ୍ୟ ପ୍ରଭାବ ଦେଖିବାକୁ ମିଳିଛି। ବାତ୍ୟାକୁ ଦୃଷ୍ଟିରେ ରଖି ବିମାନ ବାତିଲ କରାଯାଇଥିବା ବେଳେ ଉପକୂଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
କେବଳ ବାଂଲାଦେଶ ନୁହେଁ ମିଆଁମାରରେ ମଧ୍ୟ ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ବାଂଲାଦେଶ ସୀମାନ୍ତରେ ଲକ୍ଷାଧିକ ରୋହିଙ୍ଗ୍ୟା ଶରଣାର୍ଥୀ ରହିଛନ୍ତି। ସେମାନେ ବାତ୍ୟା ଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି। ପବନ ଓ ବର୍ଷା ଯୋଗୁ ଭୂସ୍ଖଳନର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି।
#CycloneMocha Landfall Process started and this video looks so scary.. Another few hours looks so critical.The people should face brunt of #Mocha#Cyclonepic.twitter.com/rmv1fDPcvo
— MasRainman (@MasRainman) May 14, 2023
ବର୍ଷା ଓ ପବନ ଯୋଗୁ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ବେଳେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି। ସେହିପରି ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଗ୍ୟାସ ଷ୍ଟେସନକୁ ବନ୍ଦ କରାଯାଇଥିଲା। ଏଥିଯୋଗୁ ଗ୍ୟାସ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡ଼ିଛି।
ଦୀର୍ଘ ଦୁଇ ଦଶନ୍ଧି ପରେ କୌଣସି ବଡ଼ଧରଣର ବାତ୍ୟା ବାଂଲାଦେଶ ଉପକୂଳରରେ ପ୍ରଭାବ ପକାଇଛି। ବାତ୍ୟା ସିଦ୍ର ପରେ ବାତ୍ୟା ମୋଚା ଅଧିକ ଶକ୍ତିଶାଳୀ ବୋଲି ବାଂଲାଦେଶ ପାଣିପାଗ ବିଭାଗର ମୁଖ୍ୟ ଅଜିତ ରହମାନ କହିଛନ୍ତି।
ତାଙ୍କ କହିବା କଥା ଯେ କକ୍ସବଜାର ଓ ମିଆଁମାର ସୀମାନ୍ତରେ ବାତ୍ୟାର ଆଖି ରହିଛି। ଏହାର ପରିସୀମା ୫୦୦ କିମି ହୋଇଥିବାରୁ କକ୍ସବଜାରର କିଛି ଅଂଶ ଓ ମିଆଁମାର କିଛି ଅଂଶ ଉପରେ ବାତ୍ୟାର ସର୍ବାଧିକ ପ୍ରବାବ ପଡ଼ିଛି। ବାତ୍ୟାର ମୋଚାର ପ୍ରଭାବରେ ସର୍ବାଧିକ ୨୧୫ କିମି ବେଗରେ ପବନ ବହିଥିବା ରେକର୍ଡ କରାଯାଇଛି। ଘଣ୍ଟାପ୍ରତି ଏହାର ପ୍ରଭାବରେ ୧୭୦ରୁ ୧୯୦ ବେଗରେ ପବନ ବହିବାରେ ଲାଗିଛି। ବାଂଲାଦେଶ ଅପେକ୍ଷା ମିଆଁମାରର ବିଭିନ୍ନ ଅଞ୍ଚଳରେ ବାତ୍ୟାର ଅଧିକ କ୍ଷତି କରିପାରେ ବୋଲି ସେ କହିଛନ୍ତି।
ବାଂଲାଦେଶ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ କୁହାଯାଇଛି ଯେ ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କୁ ଶନିବାର ସକାଳୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ସମସ୍ତଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ନିଆଯାଇଛି। ଶତାଧିକ ରୋହିଙ୍ଗ୍ୟା ନିକଟସ୍ଥ ଦ୍ୱୀପକୁ ମଧ୍ୟ ଚାଲି ଯାଇଛନ୍ତି। ପାଣିପାଗ ବିଭାଗର ଆକଳନ ଅନୁସାରେ ଅବିଶ୍ରାନ୍ତ ବର୍ଷା ଯୋଗୁ ଭୂସ୍ଖଳନ ମଧ୍ୟ ହୋଇପାରେ।
More visuals of destruction in #Sittwe as #CycloneMocha landfall process to start soon
Video from Phyo Aung#Myanmarpic.twitter.com/6pHRt7I3Ny
— Weatherman Shubham (@shubhamtorres09) May 14, 2023
ସମୁଦ୍ର ଜୁଆର ୧୩ ଫୁଟ ଉଚ୍ଚକୁ ଉଠିପାରେ। ଏହାଦ୍ୱାରା ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଚିତ୍ତୋଗ୍ରାମରେ ଥିବା ବାଂଲାଦେଶର ସବୁଠାରୁ ବଡ଼ ସି’ପୋର୍ଟରୁ ଅପରେସନ ବନ୍ଦ କରାଯାଇଛି ବୋଲି ବିଭାଗ କହିଛି।
ମିଆଁମାର ପ୍ରଶାସନ ମଧ୍ୟ ରାଖିନେ ଉପକୂଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିଛି। ସୋମବାର ଯାଏ ରାଖିନେକୁ ଓ ରାଖିନେରୁ କୌଣସି ପ୍ରକାରର ବିମାନ ଚଳଚଳ କରିବ ନାଁ। ମିଆଁମାର ରେଡ କ୍ରସ ସୋସାଇଟ ମଧ୍ୟ ସବୁ ପ୍ରକାରର ଜରୁରୀ କାଳୀନ ସ୍ଥିତି ପାଇଁ ପ୍ରସ୍ତୁତ ହୋଇ ରହିଥିବା କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
