Advertisment

'ଦାଉଦଙ୍କୁ ଦିଆଯାଇନି ବିଷ, ହସ୍ପିଟାଲ ନୁହେଁ ଘରେ ଚାଲିଛି ଚିକିତ୍ସା'

ପାକିସ୍ତାନ ଗଣମାଧ୍ୟମର ସୂଚନା ଅନୁସାରେ, ଦାଉଦଙ୍କୁ ବିଷ ଦିଆଯାଇଥିବା ଖବର କେବଳ ଏକ ଗୁଜବ। ତାଙ୍କର ଫୁଡ୍ ପଏଜନିଂ ହୋଇଛି। ଦାଉଦ ଇବ୍ରାହିମଙ୍କ ସ୍ୱାସ୍ଥ୍ୟ ୩ ଦିନ ଧରି ଅସୁସ୍ଥ ଅଛି।

Dawood Ibrahim

Dawood Ibrahim

Advertisment

ଭାରତର ମୋଷ୍ଟ ଓ୍ୱାଣ୍ଟେଡ ଡନ୍‌ ଦାଉଦ ଇବ୍ରାହିମ ଅସୁସ୍ଥ। ତାଙ୍କୁ ବିଷ ଦିଆଯାଇଥିବା ନେଇ ଖବର ସାମ୍ନାକୁ ଆସିଛି। ଏପରିକି ତାଙ୍କୁ ପାକିସ୍ତାନ କରାଚୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କଥା ସୂଚନା ମିଳିଥିଲା। ତେବେ ଏହି ଖବର ମିଥ୍ୟା ବୋଲି ଜଣାପଡିଛି। ଖୋଦ୍‌ ଦାଉଦଙ୍କ ଜଣେ ସମ୍ପର୍କୀୟ ଏହାକୁ ଖଣ୍ଡନ କରିଛନ୍ତି।

Advertisment

ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାର୍‌ରେ ଦାଉଦଙ୍କ ଜଣେ ସମ୍ପର୍କୀୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି। ଦାଉଦଙ୍କୁ କେହି ବିଷ ଦେଇ ନାହାନ୍ତି। ତାଙ୍କର କେବଳ ବାନ୍ତି ହେଉଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ନାହିଁ। ଘରେ ତାଙ୍କର ଚିକିତ୍ସା ଚାଲିଥିବା କଥା ପାକିସ୍ତାନ ଗଣମାଧ୍ୟମ ମଧ୍ୟ କହିଛି।

ପାକିସ୍ତାନ ଗଣମାଧ୍ୟମର ସୂଚନା ଅନୁସାରେ, ଦାଉଦଙ୍କୁ ବିଷ ଦିଆଯାଇଥିବା ଖବର କେବଳ ଏକ ଗୁଜବ। ତାଙ୍କର ଫୁଡ୍ ପଏଜନିଂ ହୋଇଛି। ଦାଉଦ ଇବ୍ରାହିମଙ୍କ ସ୍ୱାସ୍ଥ୍ୟ ୩ ଦିନ ଧରି ଅସୁସ୍ଥ ଅଛି। ସେ ବାନ୍ତି କରୁଥିଲେ, ଯେଉଁଥିପାଇଁ ସେ ବହୁତ ଦୁର୍ବଳ ହୋଇଯାଇଛନ୍ତି। ତାଙ୍କୁ ୧୦୨ ଡିଗ୍ରୀ ଜ୍ୱର ହୋଇଥିଲା। ଏଥିପାଇଁ ତାଙ୍କ ପରିବାର ଡାକ୍ତରଙ୍କୁ ଡାକିଥିଲେ। ସେ ବିଛଣାରୁ ଉଠିପାରୁ ନ ଥିବାରୁ ଘରେ ଡାକ୍ତରଙ୍କ ଏକ ଟିମ୍‌ ଡକାଯାଇ ଚିକିତ୍ସା ଆରମ୍ଭ ହୋଇଥିଲା।

Advertisment

ସୁରକ୍ଷା କାରଣରୁ ତାଙ୍କୁ ଡାକ୍ତରଖାନା ନେବା ଉପଯୁକ୍ତ ମନେ କରାଯାଇ ନ ଥିଲା। ସେ କରାଚୀରେ ଥିବା ତାଙ୍କ ବଙ୍ଗଳାରେ ଅଛନ୍ତି। ବଙ୍ଗଳାର ପ୍ରଥମ ମହଲାରେ ଥିବା ଏକ କୋଠରୀକୁ ଚିକିତ୍ସିା ୱାର୍ଡ ରୁମ୍‌ରେ ପରିଣତ କରାଯାଇଛି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କ ଦେଖାରେଖା କରୁଛି। ୩ ଦିନର ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଛି ଏବଂ ସେ ବିଶ୍ରାମ ନେଉଛନ୍ତି। ତେବେ କିନ୍ତୁ ସେ ଖଟରୁ ଉଠିବାରେ ସକ୍ଷମ ନୁହଁନ୍ତି, ତେଣୁ ଲୋକମାନେ ତାଙ୍କୁ ଭେଟି ପାରୁ ନାହାନ୍ତି।

ସେପଟେ ଦାଉଦଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଖବର ସାମ୍ନାକୁ ଆସିବା ପରଠୁ ପାକିସ୍ତାନରେ ଇନଣ୍ଟରନେଟ୍ ସେବା ବନ୍ଦ ରହିଛି। ଗୁଗଲ, ୟୁଟ୍ୟୁବ ଆଦି ସୋଶାଲ ମିଡିଆ ୱେବସାଇଟକୁ ନିଷେଧ କରାଯାଇଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ଦାଉଦଙ୍କ ବିଷୟରେ ଖବର ପ୍ରଚାର ନ କରିବା ପାଇଁ ଇଣ୍ଟରନେଟକୁ ବାରଣ କରାଯାଇଛି। ତେବେ ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଇଣ୍ଟରନେଟ୍‌ ସେବା ଠପ୍‌ ହେବା ପରଠାରୁ ଦାଉଦ୍‌ ମୃତ ନା ଜୀବିତ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

୧୯୯୩ ମସିହାରେ ମୁମ୍ବାଇରେ ହୋଇଥିବା ସିରିଜି ବମ୍‌ ବ୍ଲାଷ୍ଟର ମାଷ୍ଟର ମାଇଣ୍ଡ ଥିଲେ ଦାଉଦ ଇବ୍ରାହିମ । ଏହି ବିସ୍ଫୋରଣ ପରେ ସେ ଭାରତ ଛାଡ଼ି ପଳାଇଥିଲେ। ଏହାପରେ ସେ ପାକିସ୍ତାନରେ ନିଜ ପରିବାର ସହ ରହୁଥିବା ବିଭିନ୍ନ ସମୟରେ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହୁଥିଲା। ଭାରତରେ ଦାଉଦ ନାଁରେ ଆତଙ୍କୀ ହାମଲା, ହତ୍ୟା, ଅପହରଣ, ସୁପାରୀ ମର୍ଡର, ଡ୍ରଗ୍ସ, ହତିଆର ଚାଲାଣ ଆଦି ସଂକ୍ରାନ୍ତରେ ମାମଲା ରୁଜୁ ହୋଇଛି। ୨୦୦୩ ମସିହାରେ ଦାଉଦକୁ ଗ୍ଲୋବାଲ ଟେରୋରିଷ୍ଟ ଭାବେ ଘୋଷିତ କରାଯାଇଥିଲା। ଏହାସତ୍ତ୍ୱେ ତାଙ୍କୁ ଗିରଫ କରିବା କୌଣସି ଦେଶର ପୁଲିସ୍‌ ପକ୍ଷେ ସମ୍ଭବ ହୋଇ ପାରିନି।

Pakistan Dawood Ibrahim
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe