Advertisment

ଆଜି SCO ବୈଠକ; ଫୋକସରେ...

ଆଜି ପାକିସ୍ତାନରେ ଅନୁଷ୍ଠିତ ହେଉଛି ୨୩ତମ ସାଙ୍ଘାଇ କୋର୍ପରେସନ ଅର୍ଗାନାଇଜେସନ (SCO)

ଅଦ୍ୟତନ ହୋଇଛି
 S Jaishankar

S Jaishankar

Advertisment

ଦୁଇ ଦିନିଆ ପାକିସ୍ତାନ ଗସ୍ତରେ ଅଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ସେ ଆଜି ୨୩ତମ ସାଙ୍ଘାଇ କୋର୍ପରେସନ ଅର୍ଗାନାଇଜେସନ (SCO) ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Advertisment

ଏହି ବୈଠକରେ SCO ସଦସ୍ୟ ରାଷ୍ଟ୍ର ପ୍ରତିନିଧିଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ। ବିଶେଷ କରି ଅର୍ଥନୈତିକ, ବାଣିଜ୍ୟିକ, ସାମାଜିକ-ସାଂସ୍କୃତିକ ତଥା ମାନବିକ ସହଯୋଗ ଉପରେ ଗୁରୁତ୍ୱ ଦେଇପାରନ୍ତି SCO ସଦସ୍ୟ ରାଷ୍ଟ୍ର।

ଏହା ପୂର୍ବରୁ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ମଙ୍ଗୋଲିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ଗତକାଲି ଇସଲାମବାଦ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ଏହାପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ସହ ରାତ୍ର ଭୋଜନ କରିଥିଲେ। ଏଥିରେ ଜୟଶଙ୍କରଙ୍କ ସମେତ ବିଭିନ୍ନ ସଦସ୍ୟ ଦେଶରୁ ଆସିଥିବା ନେତା ଓ ପ୍ରତିନିଧି ମଧ୍ୟ ସାମିଲ ହୋଇଥିଲେ। 

Advertisment

ଦୀର୍ଘ ୯ ବର୍ଷ ପରେ ଭାରତର କୌଣସି ବୈଦେଶିକ ବ୍ୟାପାର ମନ୍ତ୍ରୀ ପାକିସ୍ତାନ ଗସ୍ତ କରିଛନ୍ତି। ଏହା ପୂର୍ବରୁ ୨୦୧୫ରେ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ପାକିସ୍ତାନ ଯାଇଥିଲେ। 

ତେବେ ଭାରତ-ପାକିସ୍ତାନ ତିକ୍ତତା ଏବଂ ଆତଙ୍କବାଦ ଅନୁପ୍ରବେଶ ପ୍ରସଙ୍ଗକୁ ନେଇ ଲଗାତାର ଭାବେ ବିଶ୍ୱସମୁଦାୟ ଆଗରେ ପାକିସ୍ତାନକୁ ଶାଣିତ ଢଙ୍ଗରେ କଟାକ୍ଷ କରି ଆସୁଛନ୍ତି ଏସ ଜୟଶଙ୍କର। ଏସବୁ ମଧ୍ୟରେ ତାଙ୍କର ଏହି ଗସ୍ତ ଖୁବ୍ ଗୁରୁତ୍ୱ ବହନ କରୁଛି। ଆତଙ୍କବାଦର ମୂଳୋତ୍ପଟନକୁ ନେଇ ପାକିସ୍ତାନରେ ଏସ୍ ଜୟଶଙ୍କର କଣ କହୁଛନ୍ତି, ତା' ଉପରେ ସମସ୍ତଙ୍କ ନଜର ରହିବ ନିଶ୍ଚୟ। 

S Jaishankar SCO Summit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe