Advertisment

କତାରରେ ଫସିଥିବା ୮ ଭାରତୀୟଙ୍କୁ ଆଶ୍ୱସ୍ତି, ମିଳିବନି ଫାଶୀ

ଅକ୍ଟୋବର ୨୬ରେ କତାରର ଏକ କୋର୍ଟ ଗୁପ୍ତଚର ଅଭିଯୋଗରେ ଏହି ୮ ପୂର୍ବତନ ନୌସେନା ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ।

Death Penalty Of 8 Indian Sailors

Death Penalty Of 8 Indian Sailors

Advertisment

ଗୁଇନ୍ଦାଗିରି ଅପରାଧରେ କତାରରେ ଫସିଥିବା ୮ ପୂର୍ବତନ ନୌସେନା କର୍ମଚାରୀଙ୍କୁ ମିଳିଲା ଆଶ୍ୱସ୍ତି। ଏମାନଙ୍କୁ ଆଉ ଦିଆଯିବନି ଫାଶୀ। କତାରର ଏକ କୋର୍ଟ ଏମାନଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ ଲଗାଇ ଦେଇଛନ୍ତି।

Advertisment

ଅକ୍ଟୋବର ୨୬ରେ କତାରର ଏକ କୋର୍ଟ ଗୁପ୍ତଚର ଅଭିଯୋଗରେ ଏହି ୮ ପୂର୍ବତନ ନୌସେନା ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ତେବେ ଏହାକୁ ବିରୋଧ କରି ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ ଲଗାଇବା ପାଇଁ ଭାରତ ସରକାର ଅପିଲ କରିଥିଲେ। ଏହା ଉପରେ ଆଜି ଶୁଣାଣି ହୋଇଛି। କୋର୍ଟ ଏବେ ଏମାନଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇ ଦେଇଛନ୍ତି। ସେପଟେ ପୂର୍ବତନ ନୌସେନା ଅଧିକାରୀମାନଙ୍କ ପରିବାରବର୍ଗ ଆଶା କରୁଛନ୍ତି ଯେ ସେମାନେ ନିଶ୍ଚିତ ଭାବରେ ମୁକ୍ତ ହେବେ। କାତାରରେ ବନ୍ଦୀ ହୋଇଥିବା ୮ ଜଣ ଭାରତୀୟଙ୍କ ସମ୍ପର୍କୀୟଙ୍କ ମଧ୍ୟରୁ ଅଧିକାଂଶ କତାରର ରାଜଧାନୀ ଦୋହାରେ ଅଛନ୍ତି।

ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗତ ୨୦୨୨ ଅଗଷ୍ଟ ମାସରେ ଭାରତୀୟ ନୌସେନାର ଏହି ୮ ପୂର୍ବତନ ଅଧିକାରୀଙ୍କୁ କତାରର ଗୁଇନ୍ଦା ସଂସ୍ଥା ଗିରଫ କରିଥିଲା। ସେମାନେ କତାରର ଏକ କଂପାନୀରେ କାମ କରୁଥିଲେ। ତେବେ ଗତ ସେପ୍ଟେମ୍ବର ମାସରେ ପ୍ରଥମ ଥର ପାଇଁ ଭାରତୀୟ ଦୂତାବାସକୁ ଏ ସଂପର୍କରେ ସୂଚନା ଦିଆଯାଇଥିଲା। ପ୍ରାୟ ବର୍ଷେ ଧରି ଜେଲରେ ରଖିବା ପରେ ଗତ ମାସରେ ସେମାନଙ୍କୁ କତାରର ଏକ କୋର୍ଟ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ।

Advertisment

ଏହି ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ ହେଉଛନ୍ତି- କ୍ୟାପଟେନ୍ ନବତେଜ ସିଂହ ଗିଲ୍, କ୍ୟାପଟେନ୍ ବୀରେନ୍ଦ୍ର କୁମାର ବର୍ମା, କ୍ୟାପଟେନ୍ ସୌରଭ ବଶିଷ୍ଟ, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କମାଣ୍ଡର ସୁଗୁଣାକାର ପକାଲା, କମାଣ୍ଡର ସଞ୍ଜୀବ ଗୁପ୍ତା ଓ ସେଲର ରାଗେଶ। ସେମାନେ ବାରମ୍ବାର ଜାମିନ ପାଇଁ ଆବେଦନ କରିଥିଲେ। ହେଲେ ସେ ସବୁ ଖାରଜ ହୋଇଯାଇଥିଲା।

ଡିସେମ୍ବର ୧୮ ରେ କାତାର ଜାତୀୟ ଦିବସରେ କତାର ଅନେକ କଏଦୀଙ୍କ ଦଣ୍ଡକୁ କ୍ଷମା କରି ଦେଇଥିଲା। ତେବେ ଏହି ୮ ଜଣ ଭାରତୀୟଙ୍କୁ ଉକ୍ତ ଦିନ କ୍ଷମା ମିଳିନାହିଁ । ମିଡ଼ିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହି୮ ଜଣ ଭାରତୀୟଙ୍କୁ କତାର ଜାତୀୟ ଦିବସରେ କ୍ଷମା କରାଯାଇ ନାହିଁ କାରଣ ସେମାନଙ୍କର ଶୁଣାଣି ୨୮ ଡିସେମ୍ବରରେ ହେବାର ଥିଲା। ଭାରତ କ୍ରମାଗତ ଭାବରେ କତାରକୁ କହି ଆସୁଛି ଯେ ଏହି ଭାରତୀୟମାନେ କୌଣସି ଭୁଲ କରିନାହାଁନ୍ତି।

ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କ ପରିବାର ସହ ଯୋଗାଯୋଗ କରାଯାଇଥିବା ବେଳେ ସେମାନଙ୍କୁ ମୁକ୍ତ କରିବାକୁ ଯଥାସମ୍ଭବ ଚେଷ୍ଟା ଜାରି ରହିଛି।

Qatar Death Penalty Indian Former Sailors
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe