Advertisment

ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ, ମାଡ଼ି ବସିଲେ ସୁରକ୍ଷା କର୍ମୀ

ସ୍ଲୋଭାକିୟା ପ୍ରଧାନମନ୍ତ୍ରୀଙ୍କ ପରେ ବିଚ୍‌ ରାସ୍ତାରେ ଆକ୍ରମଣର ସମ୍ମୁଖୀନ ହୋଇଛନ୍ତି ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟେ ଫ୍ରେଡେରିକସେନ ।

author-image
Niharika Rout
denmark-prime-minister

denmark-prime-minister

ସ୍ଲୋଭାକିୟା ପ୍ରଧାନମନ୍ତ୍ରୀଙ୍କ ପରେ ବିଚ୍‌ ରାସ୍ତାରେ ଆକ୍ରମଣର ସମ୍ମୁଖୀନ ହୋଇଛନ୍ତି ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟେ ଫ୍ରେଡେରିକସେନ । ପ୍ରଧାନମନ୍ତ୍ରୀଙ୍କ ଉପରେ ଏପରି ଆକ୍ରମଣ ଘଟଣା ସମସ୍ତ ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଥିବା ବେଳେ ଏଥିରେ ତାଙ୍କୁ କୌଣସି ଆଘାତ ଲାଗି ନ ଥିବା ଜଣାଯାଇଛି। ପୁଲିସ୍‌ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି।

Advertisment

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ କୋପେନହେଗେନରେ ପ୍ରଧାନମନ୍ତ୍ରୀଙ୍କ ଉପରେ ଏକ ବ୍ୟକ୍ତି ଅତର୍କିତ ଭାବେ ଆକ୍ରମଣ କରିଥିଲେ। ବ୍ୟକ୍ତିଜଣକ ପ୍ରଧାନମନ୍ତ୍ରୀଙ୍କ କାନ୍ଧକୁ ଧକ୍କା ଦେଇ ତଳେ ପକାଇଥିଲେ।

ଏହାପରେ ସେ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ସୁରକ୍ଷା କର୍ମୀମାନେ ମାଡ଼ି ବସିଥିଲେ। ଏହି ଆକ୍ରମଣରେ ମେଟ୍ଟେ ଫ୍ରେଡେରିକସେନ ଆହତ ହୋଇ ନ ଥିଲେ ବି ଏହା ମାନସିକ ସ୍ତରରେ ତାଙ୍କୁ ଶକ୍ତ ଧକ୍କା ଦେଇଛି।

Advertisment

ୟୁରୋପୀୟ ସଂଘ ନିର୍ବାଚନର ଦୁଇ ଦିନ ପୂର୍ବରୁ ଏହି ଆକ୍ରମଣ ହୋଇଛି। ଏହାର ୩ ସପ୍ତାହ ପୂର୍ବରୁ ସ୍ଲୋଭାକିୟା ପ୍ରଧାନମନ୍ତ୍ରୀଙ୍କୁ ବି ଏପରି ଆକ୍ରମଣ ହୋଇଥିଲା। ଏଥିରେ ସେ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

Prime Minister