Advertisment

୭୦୦୦ କର୍ମଚାରୀଙ୍କୁ ଛଟେଇ କରିବ ଡିଜନୀ

ବିଶ୍ୱବ୍ୟାପୀ ଡିଜନୀରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ୩.୬ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି କମ୍ପାନି ସୂଚନା ଦେଇଛି।

Disney

Disney

Advertisment

ଖର୍ଚ୍ଚ କାଟ୍‌ ପାଇଁ ବଡ଼ ବଡ଼ କମ୍ପାନୀଗୁଡିକ ନିଜ କର୍ମଚାରୀଙ୍କୁ ଏବେ ଛଟେଇ କରିବାରେ ଲାଗିଛନ୍ତି। ଆମାଜନ, ମାଇକ୍ରୋସଫ୍ଟ, ଟ୍ୱିଟର ପରେ ଏବେ ଡିଜନୀ ମଧ୍ୟ ଏଥିରେ ସାମିଲ ହୋଇଛି। ନିଜ ଷ୍ଟ୍ରିମିଂ ବ୍ୟବସାୟକୁ ଲାଭଜନକ କରିବା ଲାଗି ଓ୍ୱାଲ୍‌ଟ ଡିଜ୍‌ନୀ ପ୍ଲସ ନିଜର ୭୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି।

Advertisment

ବିଶ୍ୱବ୍ୟାପୀ ଡିଜନୀରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ୩.୬ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି କମ୍ପାନୀର ସିଇଓ ବବ୍‌ ଆଇଗର ସୂଚନା ଦେଇଛନ୍ତି। ଗତବର୍ଷ ଡିସେମ୍ବରରେ ଏହି ଛଟେଇ କରିବାକୁ ତାଙ୍କୁ କମ୍ପାନି ନିର୍ଦ୍ଦେଶ ଦେଇଥିଲା।

ଖର୍ଚ୍ଚ କାଟ କରିବା ସହିତ କ୍ରିଏଟିଭ୍‌ ଏଗ୍‌ଜିକ୍ୟୁଟିଭ୍‌ମାନଙ୍କୁ କ୍ଷମତା ପ୍ରତ୍ୟାହାର କରିବା ଯୋଜନାରେ ଡିଜ୍‌ନୀ ତିନୋଟି ଭାଗରେ ବିଭକ୍ତ ହେବ। ଏଥିରେ ଫିଲ୍ମ, ଟେଲିଭିଜନ୍‌ ଓ ଷ୍ଟ୍ରିମିଙ୍ଗ୍‌ ପାଇଁ ରହିବ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ୟୁନିଟ୍‌, କ୍ରୀଡ଼ା ପାଇଁ ଇଏସ୍‌ପିଏନ୍‌ ୟୁନିଟ୍‌ ଏବଂ ଡିଜ୍‌ନୀ ପାର୍କସ୍‌ ପାଇଁ ଏକ୍ସପିରିଏନ୍‌ସେସ୍ ଆଣ୍ଡ୍‌ ପ୍ରଡକ୍ଟସ।

Advertisment

ଡିଜ୍‌ନୀ ଛଟେଇ କରିବାକୁ ଯୋଜନା କରୁଥିବା କଥା ଗତ ନଭେମ୍ବର ମାସରେ ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଥିଲେ। ଡିଜ୍‌ନୀ ତା’ର ଶତବାର୍ଷିକୀ ପାଳନ କରିବା ଅବସରରେ ଛଟେଇ କାର୍ଯ୍ୟ ଶେଷ ହୋଇଥିବ ବୋଲି ବର୍ତ୍ତମାନର ସିଇଓ ଆଇଗର୍‌ କହିଛନ୍ତି। ତାଙ୍କ କହିବା ମୁତାବକ, ଡିଜନୀର ଷ୍ଟ୍ରିମିଂ ସେବା ଗତ ତିନି ମାସରେ ପ୍ରଥମ ଥର ପାଇଁ ଗ୍ରାହକ ସଂଖ୍ୟାରେ ହ୍ରାସ ପାଇଛି। କାରଣ ଗ୍ରାହକମାନେ ଖର୍ଚ୍ଚ ହ୍ରାସ କରିଛନ୍ତି। ଗତବର୍ଷ କମ୍ପାନୀର ଗ୍ରାହକ ସଂଖ୍ୟା ବୃଦ୍ଧି ପାଇଥିଲା।

ଘଣ୍ଟାଏ ବ୍ୟବସାୟ କରିବା ପରେ ଗତକାଲି ଡିଜ୍‌ନୀର ସେୟାର୍‌ ମଧ୍ୟ ୪.୭% ବୃଦ୍ଧି ପାଇ ୧୧୭.୨୨ ଡଲାର୍‌ ହୋଇଥିବା କଥା ରଏଟର୍ସ ରିପୋର୍ଟ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe