Advertisment

ଭାରତ ସହ ବିବାଦ: ଚାଇନାରୁ ଫେରିବା ପରେ ନାଲି ଆଖି ଦେଖାଇଲେ ମାଳଦ୍ୱୀପ ରାଷ୍ଟ୍ରପତି

ଭାରତୀୟ ପର୍ଯ୍ୟଟକମାନେ ମାଳଦ୍ୱୀପରୁ ମୁହଁ ଫେରାଉଥିବା କଥା ମଧ୍ୟ ମୁଇଜୁ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଜଣାଇଥିଲେ। ସେଠାରୁ ଫେରିବା ପରେ ସେ କହିଛନ୍ତି ଯେ ମାଳଦ୍ୱୀପକୁ ଧମକାଇବା ପାଇଁ କୌଣସି ରାଷ୍ଟ୍ରର ଅଧିକାର ନାହିଁ।

Maldives

Maldives

Advertisment

ଚାଇନା ଗସ୍ତରୁ ଫେରିବା ପରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ନାଲି ଆଖି ଦେଖାଇଛନ୍ତି। ଭାରତର ସହ ତିକ୍ତତା ମଧ୍ୟରେ ମୁଇଜୁ ଚାଇନା ଗସ୍ତରେ ଯାଇଥିଲେ। ସେଠାରେ ୫ ଦିନ କାଳ ସେ ବିଭିନ୍ନ ପ୍ରସଙ୍ଗରେ ଚାଇନିଜ ରାଷ୍ଟ୍ରପତି ସି ଜିନପିଙ୍ଗ ସହ କଥା ହୋଇଥିଲେ।

Advertisment

ଭାରତୀୟ ପର୍ଯ୍ୟଟକମାନେ ମାଳଦ୍ୱୀପରୁ ମୁହଁ ଫେରାଉଥିବା କଥା ମଧ୍ୟ ମୁଇଜୁ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଜଣାଇଥିଲେ। ସେଠାରୁ ଫେରିବା ପରେ ସେ କହିଛନ୍ତି ଯେ ମାଳଦ୍ୱୀପକୁ ଧମକାଇବା ପାଇଁ କୌଣସି ରାଷ୍ଟ୍ରର ଅଧିକାର ନାହିଁ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ୱୀପ ଗସ୍ତରେ ଯାଇଥିଲେ। ସେଠାକାର ସୌନ୍ଦର୍ଯ୍ୟ ସମ୍ପର୍କରେ ସେ ସମସ୍ତଙ୍କୁ ଅବଗତ କରାଇଥିଲେ। ହେଲେ ମୋଦିଙ୍କ ଗସ୍ତକୁ ନେଇ ମାଳଦ୍ୱୀପର କିଛି ରାଜନେତା ଓ ମନ୍ତ୍ରୀ ବିବାଦୀୟ ଟିପ୍ପଣୀ କରିଥିଲେ। ଏହାକୁ ଭାରତ ଜୋରଦାର ବିରୋଧ କରିବାରୁ ସେମାନଙ୍କ ବିରୋଧରେ ମାଳଦ୍ୱୀପ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତଥାପି ଭାରତ ଓ ମାଳଦ୍ୱୀପ ମଧ୍ୟରେ ତିକ୍ତତା ଚାଲିଥିଲା।

Advertisment

ଏସବୁ ଭିତରେ ମୁଇଜୁ କହିଛନ୍ତି, “ଆମେ ଛୋଟ ଦେଶ ହୋଇପାରୁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମକୁ ଧମକାଇବା ପାଇଁ ଆପଣମାନଙ୍କ ପାଖରେ ଲାଇସେନ୍ସ ରହିଛି। ଆମକୁ ଧମକାଇବା ପାଇଁ କୌଣସି ଦେଶ ପାଖରେ ଅଧିକାର ନାହିଁ।”

ବିବାଦ ପରେ ଭାରତର ଅନେକ ପର୍ଯ୍ୟଟକ ସେମାନଙ୍କର ମାଳଦ୍ୱୀପ ଗସ୍ତ ବାତିଲ କରିଥିଲେ। ଏହାକୁ ନେଇ ସେଠାକାର ସରକାର ଚିନ୍ତାରେ ପଡ଼ିଥିଲେ। ଏଥିପାଇଁ ମାଳଦ୍ୱୀପ ରାଷ୍ଟ୍ରପତି ଚାଇନା ସରକାରଙ୍କୁ ଅଧିକ ପର୍ଯ୍ୟଟକ ପଠାଇବାକୁ ଅନୁରୋଧ କରିଥିଲେ।

ପର୍ଯ୍ୟଟକ ପଠାଇବାକୁ ଅନୁରୋଧ କରି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଚାଇନାକୁ ନିଜର ସବୁଠାରୁ ଘନିଷ୍ଠ ସହଯୋଗୀ କହିବାକୁ ବି ପଛାଇ ନଥିଲେ। ମୁଇଜୁଙ୍କ ଗସ୍ତ ସମୟରେ ପର୍ଯ୍ୟଟନର ବୃଦ୍ଧି ପାଇଁ ଦୁଇ ଦେଶ ମଧ୍ୟରେ ୫୦ ମିଲିୟନ ଡଲାରର ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସମ୍ଭବତଃ ଏହି କାରଣ ପାଇଁ ମୁଇଜୁ ଆଜି ଏପରି ଧମକ କଥା କହିଥିବା ଚର୍ଚ୍ଚା ହେଉଛି।

Maldives Lakshadweep Maldives Row
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe