Advertisment

ଖାଇ ଖାଇ ମୋଟା ହୋଇ ମରିଗଲା କୁକୁର, ମାଲିକାଣୀଙ୍କୁ ୨ ମାସ ଜେଲ୍‌

ଯେତେବେଳେ ନୁଗ୍ଗିକୁ ଅକଲ୍ୟାଣ୍ଡ ସ୍ଥିତ ତା’ ମାଲିକାଣୀ ଘରୁ ଉଦ୍ଧାର କରାଗଲା, ତା’ର ଓଜନ ୫୩. ୭ କେଜି ଥିଲା।

ଅଦ୍ୟତନ ହୋଇଛି
Dog

Dog

Advertisment

ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ଖାଇବାକୁ ଦେବାରୁ ପୋଷା କୁକୁରଟି ମାତ୍ରାଧିକ ମୋଟା ହୋଇ ପ୍ରାଣ ହରାଇବାରୁ ନ୍ୟୁଜିଲ୍ୟାଣ୍ଡର ଏକ କୋର୍ଟ ଜଣେ ମହିଳାଙ୍କୁ ୨ ମାସ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ ତାଙ୍କ ଉପରେ ୬୦ ହଜାର ଟଙ୍କା ଜୋରିମାନା କରିଛନ୍ତି। ସେହିପରି ଆସନ୍ତା ବର୍ଷେ ପର୍ଯ୍ୟନ୍ତ ସେ ଆଉ କୁକୁର ପାଳି ପାରିବେ ନାହିଁ ବୋଲି କୋର୍ଟ ତାଙ୍କର ରାୟରେ ଶୁଣାଇଛନ୍ତି।

Advertisment

ମୃତ କୁକୁରଟିର ନାମ ନୁଗ୍ଗି। ୨୦୨୧ ମସିହା ଅକ୍ଟୋବର ମାସରେ ଯେତେବେଳେ ନୁଗ୍ଗିକୁ ଅକଲ୍ୟାଣ୍ଡ ସ୍ଥିତ ତା’ ମାଲିକାଣୀ ଘରୁ ଉଦ୍ଧାର କରାଗଲା, ତା’ର ଓଜନ ୫୩. ୭ କେଜି ଥିଲା। ସେ ଏତେ ମୋଟା ହୋଇଯାଇଥିଲା ଯେ ୧୦ ମିଟର ମଧ୍ୟ ଚାଲି ପାରୁ ନଥିଲା। ଟିକେ ଚାଲିଲେ ସେ ଧଇଁସଇଁ ହୋଇଯାଉଥିଲା ଓ ନିଃଶ୍ୱାସ ନେବାକୁ ଅଟକି ଯାଉଥିଲା। ବହୁତ ମୋଟା ହୋଇଯାଇଥିବାରୁ ତା’ ଗୋଡ଼ ଚାରୋଟି ମଧ୍ୟ ଭଲ ଭାବେ ଦୃଶ୍ୟମାନ ହେଉ ନଥିଲା। ନୁଗ୍ଗିକୁ ତା’ ମାଲିକାଣୀ ପ୍ରତିଦିନ ୧୦ ପିସ୍ ଚିକେନ୍ ଖାଇବାକୁ ଦେଉଥିଲେ। ତା’ସହିତ କୁକୁରଙ୍କ ପାଇଁ ଉପଲବ୍ଧ ବିସ୍କୁଟ୍ ଓ ଅନ୍ୟାନ୍ୟ ଖାଦ୍ୟ ନୁଗ୍ଗିକୁ ଦେଉଥିଲେ।

ସୋସାଇଟି ଫର ଦି ପ୍ରିଭେନସନ ଅଫ୍ କ୍ରୁଏଲିଟୀ ଟୁ ଏନିମଲ୍‌ସ (SPCA) ପକ୍ଷରୁ ନୁଗ୍ଗିକୁ ଉଦ୍ଧାର କରାଯାଇଥିଲା। ସେମାନେ ନୁଗ୍ଗିର ଯତ୍ନ ନେଇଥିଲେ। ଦୁଇ ମାସ ଭିତରେ ନୁଗ୍ଗିର ଓଜନ ୮.୯ କିଲୋଗ୍ରାମ ହ୍ରାସ ପାଇଥିଲା। କିନ୍ତୁ ତା’ ଲିଭରରେ ଜଟିଳ ସମସ୍ୟା ଦେଖା ଦେଇଥିଲା। ସେହିଭଳି ତା’ର ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିଲା। ଏସବୁ ମାତ୍ରାଧିକ ଓଜନ ଯୋଗୁ ହୋଇଥିଲା ବୋଲି ତାକୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଥିଲେ। ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ଏହି ସବୁ ବିଷୟରେ ଲେଖାଯାଇଥିଲା। ଆଉ ଏଥିପାଇଁ ନୁଗ୍ଗିର ମାଲିକାଣୀଙ୍କୁ ଦାୟୀ କରାଯାଇଥିଲା। କୋର୍ଟରେ ମଧ୍ୟ ଏହା ପ୍ରମାଣିତ ହୋଇଥିଲା। ତେଣୁ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ମାସ ଜେଲ୍‌ ଦଣ୍ଡାଦେଶ ଦେବା ସହିତ ଜୋରିମାନା ପକାଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe