Advertisment

ପୁଣି ଜଣେ ଭାରତୀୟଙ୍କୁ ବଡ଼ ଦାୟିତ୍ୱ ଦେଲେ ଟ୍ରମ୍ପ, କଲେ FBI ନିର୍ଦ୍ଦେଶକ

ଭାରତୀୟ ବଂଶୋଦ୍ଭବ କଶ୍ୟପ ତଥା କାଶ ପଟେଲଙ୍କୁ ସେ ଏଫବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି।

Kash Patel

Kash Patel

Advertisment

ଟ୍ରମ୍ପ ସରକାରରେ ହେଲା ପୁଣି ଭାରତୀୟଙ୍କ ଏଣ୍ଟ୍ରି। ନବନିର୍ବାଚିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଜଣେ ଭାରତୀୟଙ୍କୁ ଦେଲେ ବଡ଼ ଦାୟିତ୍ୱ। ଭାରତୀୟ ବଂଶୋଦ୍ଭବ କଶ୍ୟପ ତଥା କାଶ ପଟେଲଙ୍କୁ ସେ ଏଫବିଆଇ ନିର୍ଦ୍ଦେଶକ ଭାବେ ମନୋନୀତ କରିଛନ୍ତି।

Advertisment

ଶନିବାର ରାତିରେ ଡୋନାଲ୍ଡ ଟ୍ରମ୍ପ ଖୋଦ୍‌ ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ଏନେଇ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି। ସେ ଏଥିରେ ଲେଖିଛନ୍ତି, ମୁଁ ଏହା ଘୋଷଣା କରି ବେଶ୍‌ ଗର୍ବିତ ଅନୁଭବ କରୁଛି ଯେ, କଶ୍ୟପ ତଥା କାଶ ପଟେଲ ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍‌ର ପରବର୍ତ୍ତୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବେ। କାଶ୍ ଜଣେ ଭଲ ଆଇନଜୀବୀ, ଅନୁସନ୍ଧାନକାରୀ ଏବଂ 'ଆମେରିକା ପ୍ରଥମ' 'ସଂଗ୍ରାମୀ, ଯିଏ ଦୁର୍ନୀତିକୁ ଉନ୍ମୋଚନ କରିବା, ନ୍ୟାୟ ରକ୍ଷା କରିବା ଏବଂ ଆମେରିକାର ଲୋକଙ୍କୁ ସୁରକ୍ଷା ଦେବାରେ ନିଜର କ୍ୟାରିୟର ଅତିବାହିତ କରିଛନ୍ତି।

ବଢ଼ୁଥିବା ଅପରାଧ, ଅପରାଧିକ ଗ୍ୟାଙ୍ଗ ଓ ସୀମା ପାର୍‌ ଡ୍ରଗ୍ ଚୋରା ଚାଲାଣ ଭଳି ସମସ୍ୟାର ସମାଧାନ ପାଇଁ ଟ୍ରମ୍ପ ପଟେଲଙ୍କୁ ଦାୟିତ୍। ଦେଇଛନ୍ତି। ସେ ଆଟର୍ଣ୍ଣି ଜେନେରାଲ ପାମ ବୋଣ୍ଡିଙ୍କ ଅଧୀନରେ କାର୍ଯ୍ୟ କରିବେ।

Advertisment

କାଶ ପଟେଲ ଟ୍ରମ୍ପଙ୍କ ଅତି ନିକଟତର ବୋଲି କୁହାଯାଏ। ପଟେଲ ୨୦୧୭ରେ ଗୃହ ସଂସଦୀୟ ଚୟନ କମିଟିର ସଦସ୍ୟ ଥିଲେ। କାଶ ପଟେଲ ପୂର୍ବରୁ ଟ୍ରମ୍ପ ପ୍ରଶାସନରେ ପ୍ରତିରକ୍ଷା ବିଭାଗର ମୁଖ୍ୟ, ନ୍ୟାସନାଲ ଇଣ୍ଟେଲିଜେନ୍ସର ଡେପୁଟି ଡାଇରେକ୍ଟର ଏବଂ ଜାତୀୟ ସୁରକ୍ଷା ପରିଷଦରେ ଆତଙ୍କବାଦ ନିରୋଧୀ ବରିଷ୍ଠ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। କେବଳ ସେତିକି ନୁହେଁ ଭାରତରେ ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ଦେଇଥିବା ବିବୃତ୍ତି ପାଇଁ ମଧ୍ୟ ପଟେଲ ବେଶ୍‌ ଚର୍ଚ୍ଚାରେ ଥିଲେ।

America Donald Trump FBI Kash Patel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe