/odisha-reporter/media/media_files/2026/01/12/trump-2026-01-12-13-28-55.jpg)
ଡୋନାଲ୍ଡ ଟ୍ରମ୍ପ
ସୋଶାଲ ମିଡିଆରେ ଗୋଟିଏ ପୋଷ୍ଟ କରି ନିଜକୁ ଭେନେଜୁଏଲାର କାମଚଳା ତଥା କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ(Donald Trump)ଙ୍କ ଏହି ପୋଷ୍ଟ ପରେ ତୈଳ ଖଚିତ ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲା ଉପରେ ୱାଶିଂଟନର ବଳପୂର୍ବକ ନିୟନ୍ତ୍ରଣ ପ୍ରସଙ୍ଗକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି।
ଟ୍ରମ୍ପ ସୋଶାଲ ମିଡିଆରେ ଶେୟାର କରିଥିବା ପୋଷ୍ଟରେ ତାଙ୍କ ଗୋଟିଏ ଅଫିସିଆଲ ଫଟୋ ରହିଛି। ଏଥିରେ ଟ୍ରମ୍ପଙ୍କୁ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଦର୍ଶାଯାଇଛି। ଏଥିସହ ସେ ୨୦୨୬ରେ ଏହି ଦାୟିତ୍ୱ ପାଇଥିବା ମଧ୍ୟ ଉଲ୍ଲେଖ କରାଯାଇଛି।
ଏହି ଫଟୋରେ ଟ୍ରମ୍ପ ଆମେରିକାର ୪୫ ଓ ୪୭ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିବା ଲେଖା ଯାଇଛି। ୨୦୨୫ ଜାନୁଆରୀ ୨୦ରେ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଦାୟତ୍ୱ ଗ୍ରହଣ କରିଥିଲେ।
ନିକଟରେ ଆମେରିକା ସେନେ ଭେନେଜୁଏଲାରେ ବଡ଼ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଅପରେସନ ବେଳେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀ ସିଲା ଫ୍ଲୋରେସଙ୍କୁ ଆମେରିକା ପଣବନ୍ଦୀ କରିଥିଲା। ଏଥିସହ ଉଭୟଙ୍କୁ ନ୍ୟୁୟର୍କ ନେଇ ଟ୍ରମ୍ପ ଜେଲରେ ରଖିଛନ୍ତି। ନିଶା ଦ୍ରବ୍ୟ ଚୋରା ଚାଲାଣ ମାମଲାରେ ଉଭୟଙ୍କ ବିଚାର ଆମେରିକାରେ ଚାଲିଛି।
ଏସବୁ ଭିତରେ ଟ୍ରମ୍ପ ନିଜକୁ ଭେନେଜୁଏଲାର କାମଚଳା ରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି। ମାଦୁରୋଙ୍କୁ ପଣବନ୍ଦୀ କରିବା ଦିନଠାରୁ ଟ୍ରମ୍ପ କହି ଆସିଛନ୍ତି ଯେ ଭେନେଜୁଏଲାରେ ଗୋଟିଏ ସୁରକ୍ଷିତ, ଉପଯୁକ୍ତ ଓ ନିରପେକ୍ଷ ସରକାର ଦାୟିତ୍ୱ ନେବା ଯାଏ ଆମେରିକା ଏହାକୁ ନିଜ ନିୟନ୍ତ୍ରଣରେ ରଖିବ। ସେପଟେ ମାଦୁରୋଙ୍କ ପଣବନ୍ଦୀ ପରେ ଉପ ରାଷ୍ଟ୍ରପତି ତଥା ତୈଳ ମନ୍ତ୍ରୀ ଡେଲସୀ ରୋଡ୍ରିଗୁଏଜ ଗତ ସପ୍ତାହରେ ଦେଶର ସର୍ବୋଚ୍ଚ ନେତା ଭାବେ ଶପଥ ନେଇଥିଲେ।
ତଥାପି ଟ୍ରମ୍ପ ଭେନେଜୁଏଲା ଉପରେ ନିଜର ଦବଦବା ଦେଖାଇ ଚାଲିଛନ୍ତି। ପୂର୍ବରୁ ସେ ଭେନେଜୁଏଲାର ତୈଳ ଭଣ୍ଡାରକୁ ଆମେରିକା ନିଜ ନିୟନ୍ତ୍ରଣକୁ ନେଇଥିବା ଟ୍ରମ୍ପ ଦାବି କରିଥିଲା। ଏବେ ଟ୍ରମ୍ପ ଆଉ ପାଦେ ଆଗକୁ ବଢ଼ି ନିଜକୁ ଭେନେଜୁଏଲାର କାମଚଳା ରାଷ୍ଟ୍ରପତି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
