Advertisment

ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା; ୩୪ଟି ମାମଲାରେ ଦୋଷୀ ସାବ୍ୟସ୍ତ

ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିବା ସମସ୍ତ ୩୪ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଟ୍ରମ୍ପ।

Donald Trump(Left)

Donald Trump(Left)

Advertisment

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଗିଛି ଶକ୍ତ ଝଟକା। ହସ୍ ମନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିବା ସମସ୍ତ ୩୪ଟି ମାମଲାରେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

Advertisment

ଅଭିଯୋଗ ମଧ୍ୟରେ ଟ୍ରମ୍ପ ପର୍ଣ୍ଣ ଷ୍ଟାର ଷ୍ଟର୍ମୀ ଡାନିଏଲ୍ସଙ୍କୁ ଚୁପ୍ ରହିବା ପାଇଁ ଟଙ୍କା ଦେଇଥିବା ଅଭିଯୋଗ ହୋଇଥିଲା। ଆମେରିକାର ଏର କୋର୍ଟ ଏହି ସବୁ ମାମଲା ଉପରେ ରାୟ ଦେବା ପୂର୍ବରୁ ୧୦ ଘଣ୍ଟା ଧରି ବିଚାର ବିମର୍ଶ କରିଥିଲେ। ଏହାପରେ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଟ୍ରମ୍ପ୍ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ତାଙ୍କ ଉପରେ କୌଣସି ଦଣ୍ଡ ବିଧାନ ଲାଗୁ ହୋଇନାହିଁ। ତାଙ୍କୁ କେଉଁ ଦଣ୍ଡରେ ଦଣ୍ଡିତ କରାଯିବ ସେନେଇ ଜୁଲାଇ ୧୧ରେ ଶୁଣାଣି ହେବ।

Advertisment

ତେବେ ପୂର୍ବତନ ରାଷ୍ଟ୍ରପତି ଭାବରେ କୌଣସି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବାରେ ପ୍ରଥମ ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକାର ଇତିହାସରେ ଏହା ପୂର୍ବରୁ ଏପରି କେବେ ହୋଇନଥିଲା।

ସୂଚନା ମୁତାବକ, ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗଗୁଡିକ ୨୦୧୬ର। ଅର୍ଥାତ୍ ସେ ପ୍ରଥମ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପୂର୍ବରୁ ଏହି ସବୁ ମାମଲା ରୁଜୁ ହୋଇଥିଲା। ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଟ୍ରମ୍ପ ଏଥିପାଇଁ ​​ପୁଣିଥରେ ପ୍ରସ୍ତୁତ ହେଉଥିବା ବେଳେ ମାମଲାରେ ଛନ୍ଦି ହେବା ତାଙ୍କୁ ନିଶ୍ଚିନ୍ତ ରୂପେ ଅଡୁଆରେ ପକାଇଛି। 

America Former President America President Election Donald Trump Hush Money Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe