Advertisment

ଜନ୍ମାଧିକାର ନାଗରିକତା ଶେଷ କରିବାକୁ ଯାଉଛନ୍ତି ଟ୍ରମ୍ପ, ଭାରତକୁ ଏହା କେମିତ ପ୍ରଭାବିତ କରିବ?

ଟ୍ରମ୍ପ ବଡ଼ ଘୋଷଣା କରି କହିଛନ୍ତି ଯେ ଆମେରିକାରେ କେବଳ ଦୁଇଟି ଲିଙ୍ଗ ରହିବ; ପୁରୁଷ ଓ ମହିଳା। ଅର୍ଥାତ୍‌ ଏଲ୍‌ଜିବିଟି ସଂପ୍ରଦାୟର ଲୋକଙ୍କୁ ଟ୍ରମ୍ପ ନିଜର ଘୋଷଣା ମାଧ୍ୟମରେ ବଡ଼ ଝଟ୍‌କା ଦେଇଛନ୍ତି। ଆମେରିକାରେ ଆଉ ତୃତୀୟ ଲିଙ୍ଗ ବ୍ୟବସ୍ଥା ରହିବ ନାହିଁ।

author-image
Hemant Lenka
ଅଦ୍ୟତନ ହୋଇଛି
Donald Trump

Donald Trump

ଡୋନାଲ୍ଡ ଟ୍ରମ୍ପ ୨୦୨୫ ମସିହା ଜାନୁଆରୀ ୨୦ରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଶପଥ ନେଇଛନ୍ତି। ଅନେକ ଅପରାଧିକ ମାମଲା, ଦୁଇଟି ମହାଭିଯୋଗ ଓ ଦୁଇଟି ହତ୍ୟା ଉଦ୍ୟମ ଭଳି ଘଟଣାର ସମ୍ମୁଖୀନ ହେବା ପରେ ଟ୍ରମ୍ପ ଆଶ୍ଚର୍ଯ୍ୟଜନକ ଭାବେ ଆମେରିକାରେ ପୁଣି କ୍ଷମତାକୁ ଫେରି ଇତିହାସ ରଚିଛନ୍ତି।

Advertisment

ପ୍ରବଳ ଥଣ୍ଡା ଯୋଗୁ ୪୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କ୍ୟାପିଟୋଲ ହିଲ ଭିତରେ ଆମେରିକା ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଥିଲା। ଜେଡି ଭାନ୍ସ ଉପରାଷ୍ଟ୍ରପତି ଭାବରେ ଶପଥ ନେଇଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଦିବସ କାର୍ଯ୍ୟକ୍ରମରେ ଅନେକ ଶିଳ୍ପପତି, ତାଙ୍କ କ୍ୟାବିନେଟର ସଦସ୍ୟ ଓ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ଶପଥ ଗ୍ରହଣ ପରେ ତାଙ୍କ ଅଭିଭାଷଣରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ଦକ୍ଷିଣ ସୀମାରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଆମେରିକାର ଦକ୍ଷିଣ ସୀମା ମେକ୍ସିକୋକୁ ଲାଗି ରହିଛି। ଆମେରିକାକୁ ମେକ୍ସିକୋରୁ ବେଆଇନ ଅନୁପ୍ରବେଶ ହେଉଥିବାରୁ ଟ୍ରମ୍ପ ଏପରି ନିଷ୍ପତ୍ତି ନେଇଛନ୍ତି। ଏଣିକି ସେଠାରେ ସେନା ମୁତୟନ ହେବେ।

Advertisment

ଟ୍ରମ୍ପ ତାଙ୍କ ପ୍ରଥମ ଭାଷଣରେ ପାନାମା କେନାଲକୁ ଚାଇନା କବ୍‌ଜାରୁ ଫେରାଇ ଆଣିବେ ବୋଲି କହିଛନ୍ତି। ଏହାବାଦ ମେକ୍ସିକୋ ଉପସାଗର ଏବେ ଆମେରିକା ଉପସାଗର ନାମରେ ପରିଚିତ ହେବ। ମେକ୍ସିକୋ ସୀମାରେ ଅନୁପ୍ରବେଶ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯିବ। ମୁଦ୍ରାସ୍ଫୀତି ହ୍ରାସ ପାଇଁ ସମସ୍ତ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି।

ଟ୍ରମ୍ପ ବଡ଼ ଘୋଷଣା କରି କହିଛନ୍ତି ଯେ ଆମେରିକାରେ କେବଳ ଦୁଇଟି ଲିଙ୍ଗ ରହିବ; ପୁରୁଷ ଓ ମହିଳା। ଅର୍ଥାତ୍‌ ଏଲ୍‌ଜିବିଟି ସଂପ୍ରଦାୟର ଲୋକଙ୍କୁ ଟ୍ରମ୍ପ ନିଜର ଘୋଷଣା ମାଧ୍ୟମରେ ବଡ଼ ଝଟ୍‌କା ଦେଇଛନ୍ତି। ଆମେରିକାରେ ଆଉ ତୃତୀୟ ଲିଙ୍ଗ ବ୍ୟବସ୍ଥା ରହିବ ନାହିଁ।

ତେବେ ସବୁଠାରୁ ଚର୍ଚ୍ଚାରେ ରହିଛି ଜନ୍ମାଧିକାର ନାଗରିକତା ଉପରେ ଟ୍ରମ୍ପ ନେଇଥିବା ନିଷ୍ପତ୍ତି। ୪ ବର୍ଷ ପରେ ହ୍ୱାଇଟ ହାଉସକୁ ଫେରିଥିବା ଟ୍ରମ୍ପ ଶପଥ ନେବା ମାତ୍ରେ ଏକାଧିକ ପ୍ରଶାସନିକ ନିର୍ଦ୍ଦେଶ ଉପରେ ଦସ୍ତଖତ କରିଛନ୍ତି। ଏହା ମଧ୍ୟରେ ଆମେରିକାରେ ଚାଲିଥିବା ଜନ୍ମାଧିକାର ନାଗରିକତା ରହିଛି। ଏହାକୁ ଟ୍ରମ୍ପ ଶେଷ କରିବାକୁ ଚାହୁଁଛନ୍ତି। ଏହାଦ୍ୱାରା ଅଣଆମେରିକୀୟଙ୍କ ଠାରୁ ଜନ୍ମ ହେଉଥିବା ପିଲାଙ୍କୁ ଆପେଆପେ ମିଳୁଥିବା ନାଗରିକତା ଉପରେ ଏଣିକି ରୋକ ଲାଗିବ।

ଟ୍ରମ୍ପ ଦସ୍ତଖତ କରିଥିବା ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଆମେରିକାରେ ଜନ୍ମ ହେଉଥିବା ପିଲାକୁ ଆପେଆପେ ନାଗରିକତା ମିଳି ପାରିବ ନାହିଁ। ଯଦି ପିଲାଟିର ବାପା ମା’ଙ୍କ ମଧ୍ୟରୁ ଜଣେ ଆମେରିକାର ନାଗରିକ ହୋଇଥିବେ କିମ୍ବା ସେମାନଙ୍କ ପାଖରେ ଆଇନଗତ ସ୍ଥାୟୀ ଠିକଣା(ଗ୍ରୀନ କାର୍ଡଧାରୀ) ଥିବ କିମ୍ବା ଆମେରିକା ସେନାର ସଦସ୍ୟ ଥିବା ଲୋକ ଠାରୁ ଜନ୍ମିତ ପିଲାଙ୍କୁ ହିଁ ନାଗରିକତା ମିଳିବ।

ଟ୍ରମ୍ପ କହିଛନ୍ତି, “ଫେଡଲାର ସରକାର ବେଆଇନ ଭାବେ ଆମେରିକାରେ ରହୁଥିବା ଲୋକଙ୍କ ଠାରୁ ଜନ୍ମିତ ପିଲାଙ୍କୁ ଆପେଆପେ ନାଗରିକତା ପ୍ରଦାନ କରିବେ ନାହିଁ। ଆମେ ବେଆଇନ ପ୍ରବାସୀମାନଙ୍କ ସ୍କାନିଂ କରିବାକୁ ମଧ୍ୟ ଯାଉଛୁ। ସମସ୍ତ ବେଆଇନ ପ୍ରବେଶ ଉପରେ ତୁରନ୍ତ ରୋକ ଲାଗିବ। ଆମେ ବେଆଇନ ଭାବେ ଆମେରିକାକୁ ଆସିଥିବା ଲକ୍ଷ ଲକ୍ଷ ଲୋକଙ୍କୁ ସେମାନେ ଆସିଥିବା ସ୍ଥାନକୁ ପୁଣି ପଠାଇବୁ।”

ଜନ୍ମାଧିକାର ନାଗରିକତା କ’ଣ?

ଜନ୍ମାଧିକାର ନାଗରିକତାର ଅର୍ଥ ଯିଏ ଆମେରିକା ମାଟିରେ ଜନ୍ମ ଗ୍ରହଣ କରିବେ, ସେ ଆପେଆପେ ସେଠାକାର ନାଗରିକତା ପାଇବେ। ତାଙ୍କ ବାପା ମା’ ପାଖରେ ଯଦି ଆମେରିକାର ନାଗରିକତା ନଥିବ କିମ୍ବା ସେମାନେ ଶରଣାର୍ଥୀ ହୋଇଥିଲେ ବି ପିଲାମାନଙ୍କୁ ଆମେରିକାର ନାଗରିକତା ମିଳିବ। ଏହି ପ୍ରାବଧାନ ୧୮୬୮ ମସିହାରୁ ଆମେରିକାରେ କାର୍ଯ୍ୟକାରୀ ହେଉଛି। ଆମେରିକାରେ ଜନ୍ମିତ ପିଲାଙ୍କୁ ନାଗରିକତା ସହ ସମସ୍ତ ପ୍ରକାରର ସୁବିଧା ଦେବାକୁ ଏହାକୁ ପ୍ରଣୟନ କରାଯାଇଥିଲା।

ପିଲାମାନେ ଆମେରିକାର ଯେକୌଣସି ପ୍ରାନ୍ତରେ ଜନ୍ମ ହୋଇଥିବେ, ସେମାନଙ୍କୁ ସେଠାକାର ନାଗରିକତା ଭାବେ ବିଚାରକୁ କରିବାକୁ ସମ୍ବିଧାନର ୧୪ତମ ସଂଶୋଧରେ ବ୍ୟବସ୍ଥା କରାଯାଇଛି। ୩ ବର୍ଷ ଧରି ଆମେରିକାରେ ଚାଲିଥିବା ଗୃହଯୁଦ୍ଧ ପା ୧୮୬୮ରେ ଏପରି ନିୟମ ଲାଗୁ କରାଯାଇଥିଲା।

କାହିଁକି ଟ୍ରମ୍ପ ଜନ୍ମାଧିକାର ନାଗରିକତାକୁ ଶେଷ କରିବାକୁ ଚାହୁଁଛନ୍ତି?

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ଭାବେ ଜନ୍ମାଧିକାର ନାଗରିକତାକୁ ଶେଷ କରିବାକୁ ବାରମ୍ବାର କହି ଆସିଛନ୍ତି। ସେ ଏହାକୁ ଅତ୍ୟନ୍ତ ବେକାର ବ୍ୟବସ୍ଥା ଭାବେ ଅବିହିତ କରୁଛନ୍ତି। ହେଲେ ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ହେଲେ ବେଆଇନ ପ୍ରବେଶକାରୀଙ୍କ ଉପରେ ରୋକ ଲଗାଇବା। ମେକ୍ସିକୋ ଓ କାନାଡା ସୀମାରୁ ଅନେକ ବେଆଇନ ପ୍ରବାସୀ ଆମେରିକାରେ ପ୍ରବେଶ କରୁଛନ୍ତି। ଏଥିଯୋଗୁ ଆମେରିକାରେ ଶରଣାର୍ଥୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେମାନେ ଏଠାରେ ରହି ଆମେରିକାର ମୂଳବାସିନ୍ଦାଙ୍କୁ ମିଳୁଥିବା ସୁବିଧାର ଫାଇଦା ମଧ୍ୟ ଉଠାଉଛନ୍ତି।

ଭାରତ କେମିତି ପ୍ରଭାବିତ ହେବ?

ଭାରତୀୟ ବଂଶୋଦ୍ଭବ ଆମେରିକୀୟଙ୍କ ସହ ୱାଶିଂଟନରେ ଦ୍ରୁତଗତିରେ ବଢ଼ି ଚାଲିଛି। ଟ୍ରମ୍ପଙ୍କ ନୂଆ ନିର୍ଦ୍ଦେଶ ଦ୍ୱାରା ଏମାନେ ସବୁଠାରୁ ଅଧିକ ପ୍ରଭାବିତ ହେବେ। ୨୦୨୪ର ତଥ୍ୟ ଅନୁସାରେ ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କ ସଂଖ୍ୟା ୫.୪ ମିଲିୟନ। ଏହା ଆମେରିକାର ମୋଟ ଜନସଂଖ୍ୟାର ୧.୪୭%। ଏମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ଶରଣାର୍ଥୀ। ସେହିପରି ୩୪% ହେଉଛି ଆମେରିକାର ଜନ୍ମିତ।

ଯଦି ଟ୍ରମ୍ପଙ୍କ ନିର୍ଦ୍ଦେଶନାମା ଅନୁସାରେ ନାଗରିକତା ନୀତିରେ ପରିବର୍ତ୍ତନ ହେବ, ତା’ହେଲେ ଏଚ୍-୧ବି ଭିସା ଭଳି ଅସ୍ଥାୟୀ ଭିସାରେ ଆମେରିକାରେ ରହୁଥିବା ଭାରତୀୟଙ୍କ ଠାରୁ ଜନ୍ମିତ ପିଲାମାନଙ୍କୁ ଆଉ ଆପେଆପେ ଆମେରିକାର ନାଗରିକ ଭାବେ ବିବେଚନା କରାଯିବ ନାହିଁ। ପ୍ରତି ଆମେରିକାରେ ଭାରତୀୟ ଶରଣାର୍ଥୀଙ୍କ ଠାରୁ ଜନ୍ମ ହେଉଥିବା ହଜାର ହଜାର ପିଲା ନୂଆ ନୀତି ଦ୍ୱାରା ପ୍ରଭାବିତ ହେବେ।

ସେହିପରି ଆମେରିକାରେ ଜନ୍ମିତ ପିଲାମାନେ ଯଦି ଜନ୍ମାଧିକାର ନାଗରିକତା ହାସଲ କରିପାରିବେ ନାହିଁ, ତା’ହେଲେ ୨୧ ବର୍ଷ ବୟସ ହେବା ପରେ ସେମାନେ ନିଜର ବାପା ମା’ଙ୍କୁ ନିଜ ପାଖକୁ ଆଣିବା ପାଇଁ କରୁଥିବା ଆବେଦନରୁ ମଧ୍ୟ ବଞ୍ଚିତ ହେବେ। ଏହାଦ୍ୱାରା ପରିବାର ଭାଗଭାଗ ହେବେ ଓ ଅନେକ ଆଇନଗତ ସମସ୍ୟା ଦେଖାଯିବ।

ଏବେ ଆମେରିକାର ଜନ୍ମଗତ ପର୍ଯ୍ୟଟନ ଶବ୍ଦ ବେଶ ବ୍ୟବହାର ହେଉଛି। ଟ୍ରମ୍ପଙ୍କ ନୂଆ ନୀତି ଦ୍ୱାରା ଏହା ହ୍ରାସ ପାଇବ। କିଛି ମହିଳା ଗର୍ଭବତୀ ଥିବା ବେଳେ ଆମେରିକାକୁ ବୁଲିବାକୁ ଆସୁଛନ୍ତି। ସେମାନେ ଏଠାରେ କିଛି ଦିନ ରହିବା ପରେ ଜନ୍ମ କରୁଛନ୍ତି। ସେମାନଙ୍କର ଉଦ୍ଦେଶ୍ୟ ହେଲା ନିଜ ପିଲାଙ୍କୁ ଆମେରିକାର ନାଗରିକତା ପ୍ରଦାନ କରିବା। ଯଦି ପିଲା ଆମେରିକାରେ ଜନ୍ମ ହେଉଛି, ତା’ହେଲେ ତା’କୁ ଆପେଆପେ ନାଗରିକତା ମିଳିବାର ପ୍ରାବଧାନ ଏବେ ପ୍ରଚଳିତ ହେଉଛି। ଏହି କାମକୁ ରୋକିବା ପାଇଁ ଟ୍ରମ୍ପ ଜନ୍ମାଧିକାର ନାଗରିକତାକୁ ବନ୍ଦ କରିବାକୁ ଚାହୁଁଛନ୍ତି।

ଅଣ ପ୍ରବାସୀ ଭିସାରେ ଭାରତୀୟ ଶିକ୍ଷାର୍ଥୀଙ୍କ ଠାରୁ ଜନ୍ମ ନେଉଥିବା ପିଲାମାନଙ୍କୁ ଆମେରିକା ନାଗରିକତା ପାଇବାକୁ ବେଶ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ।

USA Donald Trump