Advertisment

ଟ୍ରମ୍ପ କ୍ୟାବିନେଟ୍‌ରେ ହିନ୍ଦୁ ନେତାଙ୍କ ଏଣ୍ଟ୍ରି, ତୁଲସୀଙ୍କୁ ମିଳିଲା ବଡ଼ ଦାୟିତ୍ୱ

ତୁଲସୀଙ୍କ ବ୍ୟତୀତ ଡୋନାଲ୍ଡ ଟ୍ରମ୍ପ ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି।

tulsi gabbard

tulsi gabbard

Advertisment

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଟିମ୍‌ ଗଠନ କରିବାରେ ବ୍ୟସ୍ତ ଅଛନ୍ତି। ସେ ଗୋଟିଏ ପରେ ଗୋଟିଏ ବଡ଼ ନିଯୁକ୍ତି ଦେଉଛନ୍ତି। ଏବେ ତାଙ୍କ କ୍ୟାବିନେଟ୍‌ରେ ଜଣେ ହିନ୍ଦୁ ନେତାଙ୍କୁ ମିଳିଛି ଏଣ୍ଟ୍ରି। ଭାରତୀୟ ବଂଶୋଦ୍ଭବ ତୁଲସୀ ଗଓ୍ୱାର୍ଡଙ୍କୁ ମିଳିଛି ବଡ଼ ଦାୟିତ୍ୱ। ତାଙ୍କୁ ଟ୍ରମ୍ପ ରାଷ୍ଟ୍ରୀୟ ଗୁଇନ୍ଦା ନିର୍ଦ୍ଦେଶକ ତଥା ଡାଇରେକ୍ଟର ଅଫ୍‌ ନ୍ୟାସନାଲ ଇଣ୍ଟେଲିଜେନ୍ସ ଭାବେରେ ନିଯୁକ୍ତ କରିଛନ୍ତି।

Advertisment

ପୂର୍ବତନ କଂଗ୍ରେସ ସଦସ୍ୟ ତୁଲସି ଗଓ୍ୱାର୍ଡ ଆମେରିକାର ପ୍ରଥମ ହିନ୍ଦୁ କଂଗ୍ରେସ ମହିଳା ଭାବରେ ମଧ୍ୟ ମାନ୍ୟତା ପାଇଛନ୍ତି। ତୁଲସୀ ଜଣେ ଅଭିଜ୍ଞ ସୈନିକ। ବିଭିନ୍ନ ସମୟରେ ମଧ୍ୟ ପୂର୍ବ ଏବଂ ଆଫ୍ରିକାର ଯୁଦ୍ଧ ଜୋନ୍‌ରେ ନିୟୋଜିତ ଥିଲେ। ସେ କିଛି ସମୟ ପୂର୍ବରୁ ଡେମୋକ୍ରାଟ୍ ପାର୍ଟିରୁ ଅଲଗା ହୋଇଥିଲେ ଏବଂ ନିର୍ବାଚନ ସମୟରେ ରିପବ୍ଲିକାନ୍ ପାର୍ଟିରେ ଯୋଗ ଦେଇଥିଲେ। ତୁଲସୀଙ୍କ ବ୍ୟତୀତ ଡୋନାଲ୍ଡ ଟ୍ରମ୍ପ ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି।

ଫ୍ଲୋରିଡା ସିନେଟର ମାର୍କୋ ରୁବିଓଙ୍କୁ ଟ୍ରମ୍ପ ଆମେରିକାର ବୈଦେଶିକ ସଚିବ ଭାବେ ନିଯୁକ୍ତ କରିଛନ୍ତି। ରୁବିଓ ଜଣେ ରୁଢ଼ିବାଦୀ ନେତା। ସେ ପ୍ରାୟତଃ ଚୀନ୍, କ୍ୟୁବା ଏବଂ ଇରାନ ବିରୁଦ୍ଧରେ ନିଜର ମତ ପ୍ରକାଶ କରୁଥିବା ଦେଖାଯାଏ। ୨୦୧୦ରେ ପ୍ରଥମ ଥର ପାଇଁ ରୁବିଓ ସିନେଟକୁ ନିର୍ବାଚିତ ହୋଇଥିଲେ। ୨୦୧୬ ରେ ରିପବ୍ଲିକାନ୍ ରାଷ୍ଟ୍ରପତି ରେସ୍‌ ସମୟରେ ରୁବିଓ ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କରିଥିଲେ। ଟ୍ରମ୍ପ ମଧ୍ୟ ତାଙ୍କୁ ଛୋଟ ମାର୍କୋ ବୋଲି କହିଥିଲେ। ତେବେ ବର୍ତ୍ତମାନ ରୁବିଓ ଟ୍ରମ୍ପଙ୍କ ସବୁଠାରୁ ବଡ଼ ସମର୍ଥକ ଅଟନ୍ତି।

Advertisment

ଏହା ବ୍ୟତୀତ ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂତନ ପ୍ରତିରକ୍ଷା ସଚିବଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି। ପ୍ରତିରକ୍ଷା ସଚିବ ପଦ ପାଇଁ ଟ୍ରମ୍ପ ଫକ୍ସ ନ୍ୟୁଜ୍ ହୋଷ୍ଟ, ଲେଖକ ତଥା ଅବସରପ୍ରାପ୍ତ ସେନା ପିଟ୍ ହେଗସେଥଙ୍କୁ ଚୟନ କରିଛନ୍ତି। ୪୪ ବର୍ଷୀୟ ପିଟ୍ ହେଗସେଟ୍ ଆଫଗାନିସ୍ତାନ ଏବଂ ଇରାକରେ ସୈନ୍ୟବାହିନୀରେ କାର୍ଯ୍ୟ କରିଛନ୍ତି। ପିଟଙ୍କୁ ନିଯୁକ୍ତି ଦେବାବେଳେ ଟ୍ରମ୍ପ ତାଙ୍କୁ ଜଣେ କଠୋର, ସ୍ମାର୍ଟ ଏବଂ ଆମେରିକାରେ ପ୍ରକୃତ ବିଶ୍ୱାସୀ ବୋଲି ବର୍ଣ୍ଣନା କରିଛନ୍ତି। ଏହା ସହିତ ଟ୍ରମ୍ପ ଫ୍ଲୋରିଡାର କେମେଟ ଗେଟେଜଙ୍କୁ ଦେଶର ନୂଆ ଆଟର୍ଣ୍ଣି ଜେନେରାଲ ଭାବେ ବାଛିଛନ୍ତି।

Donald Trump Trump Cabinet Tulsi Gabbard USA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe