Advertisment

ଗୋପନୀୟ ଦସ୍ତାବିଜ ଚୋରି ମାମଲାରେ ଟ୍ରମ୍ପ ଗିରଫ, ଜାମିନ ପରେ ବାଇଡେନଙ୍କ ଉପରେ ବର୍ଷିଲେ

ଗୋପନ ଦସ୍ତାବିଜ ଚୋରି ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ କଲେ ଆତ୍ମସମର୍ପଣ । ଏହାପରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ତୁରନ୍ତ ତାଙ୍କୁ ନିସର୍ତ୍ତ ଜାମିନ ବି ମିଳିଛି ।

author-image
Niharika Rout
Trump

Trump

ଗୋପନ ଦସ୍ତାବିଜ ଚୋରି ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ କଲେ ଆତ୍ମସମର୍ପଣ । ଏହାପରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ତୁରନ୍ତ ତାଙ୍କୁ ନିସର୍ତ୍ତ ଜାମିନ ବି ମିଳିଛି । ଯୁକ୍ତରାଷ୍ଟ୍ର ଆମେରିକାର ଇତିହାସରେ ଜଣେ ରାଷ୍ଟ୍ରପତି ଗିରଫ ହେବା ପ୍ରଥମ ଘଟଣା। ଟ୍ରମ୍ପ ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଟ୍ରମ୍ପ ଅସ୍ୱୀକାର କରିବା ସହ ଏଥିନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନଙ୍କୁ ଦାୟୀ କରିଛନ୍ତି।

Advertisment

ପୂର୍ବରୁ ଏଫବିଆଇ ପକ୍ଷରୁ ଟ୍ରମ୍ପ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଏନେଇ ମାମଲା ରୁଜୁ ହୋଇଥିଲା । ଟ୍ରମ୍ପ ଗତକାଲି ଭାରତୀୟ ସମୟ ପ୍ରାୟ ଅପରାହ୍ନ ୧ଟା୩୦ରେ ନିଜ ପ୍ରାଇଭେଟ ବିମାନରେ ଫ୍ଳୋରିଡା ରାଜ୍ୟର ମିୟାମି କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଏହାପରେ ତାଙ୍କୁ ତୁରନ୍ତ ଗିରଫ କରାଯାଇଥିଲା । ପ୍ରାୟ ୪୫ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିବା ଶୁଣାଣି ବେଳେ ଟ୍ରମ୍ପ ନିଜକୁ ନିର୍ଦ୍ଦୋଷ ବୋଲି ଯୁକ୍ତି ବାଢ଼ିଥିଲେ। ପରେ ତାଙ୍କୁ ଜାମିନ ମିଳିଥିଲା। ଅପରାହ୍ନ ପ୍ରାୟ ୪ଟାରେ ପରେ ସେ କୋର୍ଟରୁ ବାହାରି ଯାଇଥିଲେ।

ଜାମିନ ନିମନ୍ତେ ଟ୍ରମ୍ପଙ୍କ ଉପରେ କୌଣସି ସର୍ତ୍ତ ଲଗାଯାଇନି। ତାଙ୍କୁ ପାସପୋର୍ଟ ଜମା କରିବାକୁ କୁହାଯାଇ ନ ଥିବା ବେଳେ ତାଙ୍କ ଗସ୍ତ ଉପରେ ବି କୌଣସି ରୋକ ଲଗାଯାଇନି। ମାତ୍ର ଟ୍ରମ୍ପ ନିଜ ସହଯୋଗୀ ବାଲ୍ଟ ନୌଟାଙ୍କ ସହ କଥାବାର୍ତ୍ତା ହେବା ଉପରେ କୋର୍ଟ ରୋକ ଲଗାଇ ଦେଇଛନ୍ତି।

Advertisment

ଗତବଷ FBI ଫ୍ଲୋରିଡାସ୍ଥିତ ଟ୍ରମ୍ପଙ୍କ ରିସର୍ଟରେ ରେଡ କରି ୧୧ ହଜାର ଫାଇଲ୍‌ ଜବତ କରିଥିଲା। ସେଥିରେ କିଛି ଟପ୍‌ ସିକ୍ରେଟ ଫାଇଲ୍‌ ଥିବା ଜଣାଯାଇଛି। ଆମେରିକା ରାଷ୍ଟ୍ରପତିଙ୍କ ସମେତ କାହାକୁ ମଧ୍ୟ ଟପ୍‌ ସିକ୍ରେଟ ଫାଇଲ୍‌ ଅନାଧିକୃତ ଭାବେ ରଖିବାକୁ ଅନୁମତି ନାହିଁ। ତେଣୁ ଟ୍ରମ୍ପଙ୍କ ଉପରେ ସରକାରୀ ସିକ୍ରେଟ ଫାଇଲ୍‌ ଅବୈଧ ରୂପେ ରଖିବା ସହ ନ୍ୟାୟ ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିବା ତଥା ଷଡଯନ୍ତ୍ର ରଚିବା ଅଭିଯୋଗ ଲାଗିଥିଲା।

କୋର୍ଟରୁ ବାହାରି ଟ୍ରମ୍ପ ନ୍ୟୁ ଜର୍ସିସ୍ଥିତ ନିଜ ଗଲ୍ଫ କ୍ଲବକୁ ଚାଲି ଯାଇଥିଲେ। ସେଠାରେ ସେ ମିଡିଆକୁ ସମ୍ବୋଧନ କରି ନିଜ ଉପରେ ଲାଗିଥିବା ସମସ୍ତ ଆରୋପକୁ ଖଣ୍ଡନ କରିଛନ୍ତି। ଏହା ତାଙ୍କ ବିରୋଧରେ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି । ଏଥିସହ ସେ କହିଛନ୍ତି, ଆଜି ଆମେ ନିଜ ଦେଶର ଇତିହାସରେ କ୍ଷମତାର ସବୁଠୁ ଅଧିକ ଦୂରପଯୋଗ ଦେଖିଛୁ। ଏହା ଖୁବ୍‌ ଦୁଃଖଦାୟକ ।

ଏଥିସହ ସେ କହିଛନ୍ତି, ଜଣେ ଭ୍ରଷ୍ଟ ରାଷ୍ଟ୍ରପତି ନିଜ ପ୍ରତିଦ୍ୱନ୍ଦ୍ୱୀ ପରେ ମିଥ୍ୟା ଓ କଳ୍ପୋକଳ୍ପିତ ଆରୋପ ଲଗାଇ ଗିରଫ କରିବାକୁ ପଛାଉ ନାହାନ୍ତି। ଏହା ରାଷ୍ଟ୍ରପତି ନିର୍ବାଚନର ଠିକ୍‌ ପୂର୍ବରୁ ହେଉଛି ତଥାପି ଆମେ ଜିତିବୁ ବୋଲି ଆଶା ଥିବା କହିଛନ୍ତି ଟ୍ରମ୍ପ ।

ବାଇଡେନଙ୍କ ଉପରେ ଟ୍ରମ୍ପ ବର୍ଷିବା ସହ ନିଜ ଉପରେ ଲାଗିଥିବା ସମସ୍ତ ଆରୋପକୁ ଫାଲତୁ ଅଭିଯୋଗ ବୋଲି କହିବା ସହ ପ୍ରେସିଡେଣ୍ଟ ରେକର୍ଡ ଆକ୍ଟ ଅନୁଯାୟୀ ରେଡ ସମୟରେ ଜବତ ହୋଇଥିବା ସମସ୍ତ ଫାଇଲ୍‌ ରଖିବାର ଅଧିକାର ତାଙ୍କ ନିକଟରେ ଥିଲା ବୋଲି ସ୍ପଷ୍ଟ କରିଛନ୍ତି।

Donald Trump Arrest