Advertisment

ପର୍ଣ୍ଣ ଷ୍ଟାର୍‌ଙ୍କୁ ଗୁପ୍ତ ଧନ ଦେବା ମାମଲା, ସୁପ୍ରିମକୋର୍ଟ ଗଲେ ଟ୍ରମ୍ପ

ନ୍ୟୁୟର୍କ କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

ଅଦ୍ୟତନ ହୋଇଛି
Donald Trump

Donald Trump

Advertisment

ଖୁବଶୀଘ୍ର ଶପଥ ନେବେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତେବେ ତାଙ୍କ ବିରୋଧରେ ଥିବା ପୁରୁଣା ମାମଲା ପିଛା ଛାଡୁନି। ଶପଥ ପୂର୍ବରୁ ପର୍ଣ୍ଣ ଷ୍ଟାର୍‌ଙ୍କୁ ଗୁପ୍ତ ଧନ ଦେବା ମାମଲାରେ ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ନ୍ୟୁୟର୍କ କୋର୍ଟର ନିଷ୍ପତ୍ତିକୁ ସେ ଚ୍ୟାଲେଞ୍ଜ କରିଛନ୍ତି।

Advertisment

ଜଣେ ପର୍ଣ୍ଣଷ୍ଟାରଙ୍କୁ ଚୁପ୍‌ ରହିବା ପାଇଁ ଟଙ୍କା ଦେବା ମାମଲାରେ ଶୁକ୍ରବାର ତାଙ୍କ ବିରୋଧରେ ଦଣ୍ଡାଦେଶ ସ୍ଥଗିତ ରଖିବାକୁ ସେ ପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଟ୍ରମ୍ପଙ୍କ ଓକିଲମାନେ ବୁଧବାର ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଏହି ଆବେଦନ କରିଛନ୍ତି। ତେବେ ପୂର୍ବରୁ ନ୍ୟୁୟର୍କ କୋର୍ଟ ଜଜ ଜଷ୍ଟିସ୍‌ ଜୁଆନ ଏମ ମାର୍ଚେନଙ୍କ ଦ୍ୱାରା ଦିଆଯାଇଥିବା ଦଣ୍ଡକୁ ସ୍ଥଗିତ ରଖିବାକୁ ମନା କରିଦେଇଥିଲେ।

ଜାନୁଆରୀ ୧୦ରେ ଟ୍ରମ୍ପଙ୍କ ମାମଲାର ଶୁଣାଣି କରିବାକୁ ଜିଦ୍ ଧରିଥିବା ଜଜ୍ ମର୍ଚେନ ଗତ ବର୍ଷ ମେ ମାସରେ ଟ୍ରମ୍ପଙ୍କୁ ୩୪ଟି ନକଲି ବ୍ୟବସାୟ ରେକର୍ଡ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

Advertisment

ତେବେ ଟ୍ରମ୍ପଙ୍କ ଓକିଲମାନେ ତୁରନ୍ତ ଦଣ୍ଡାଦେଶ ଶୁଣାଇବା ଉପରେ ରୋକ୍‌ ଲଗାଇବାକୁ ସୁପ୍ରିମକୋର୍ଟରେ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଟ୍ରମ୍ପ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପ୍ରସ୍ତୁତିରେ ବାଧା ସୃଷ୍ଟି ହେବ ବୋଲି ସେମାନେ କହିଛନ୍ତି। ଏହି ମାମଲାର ତୁରନ୍ତ ଶୁଣାଣି କରିବାକୁ ଟ୍ରମ୍ପ ନ୍ୟୁୟର୍କର ସର୍ବୋଚ୍ଚ ଅଦାଲତାରେ ଆବେଦନ କରିଛନ୍ତି। 

ହଶମନିର ଏହି ମାମଲା ଟ୍ରମ୍ପଙ୍କ ପର୍ଣ୍ଣଷ୍ଟାର୍‌ ଷ୍ଟାର୍ମି ଡେନିୟଲ୍ସ ସହ ଜଡିତ। ଅଭିଯୋଗ ହୋଇଛି ଯେ, ନିଜ ସମ୍ପର୍କକୁ ଗୋପନ ରଖିବା ଲାଗି ପର୍ଣ୍ଣଷ୍ଟାର୍‌ଙ୍କୁ ଚୁପ୍‌ ରହିବା ପାଇଁ ଟ୍ରମ୍ପ ଟଙ୍କା ଦେଇଥିଲେ। ୨୦୧୬ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପର୍ଣ୍ଣଷ୍ଟାର ଷ୍ଟାର୍ମି ଡାନିଏଲ୍ସଙ୍କୁ ୧,୩୦,୦୦୦ ଡଲାର ଦେବା ମାମଲାକୁ ଲୁଚାଇବାକୁ ଉଦ୍ୟମ କରାଯାଇଥିଲା। ଡାନିଏଲ୍ସ ଟ୍ରମ୍ପଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଥିଲେ। ତେବେ ଟ୍ରମ୍ପ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ।

Donald Trump Hush Money Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe