/odisha-reporter/media/post_attachments/uploadimage/library/16_9/16_9_0/IMAGE_1754641074.jpg)
Donald Trump
ଭାରତ ଓ ଆମେରିକା ମଧ୍ୟରେ ଏବେ ଟାରିଫ ବିବାଦ ତୀବ୍ର ହେବାରେ ଲାଗିଛି। ରୁଷ ସହ ବ୍ୟବସାୟ କରୁଥିବାରୁ ଭାରତ ଉପରେ ୫୦% ଟାରିଫ ଲଗାଇଛି ଆମେରିକା। ଏହାକୁ ଭାରତ ତୀବ୍ର ନିନ୍ଦା କରିଥିବା ବେଳେ ଏବେ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟାରିଫ ବିବାଦ ଯୋଗୁ ଭାରତ ସହ ବାଣିଜ୍ୟ ବୁଝାମଣାକୁ ବନ୍ଦ କରାଯାଇଥିବା ସୂଚନା ଦେଇଛନ୍ତି ଟ୍ରମ୍ପ।
ଭାରତ ଉପରେ ୫୦% ଟାରିଫ ଲାଗୁ ହୋଇଥିବା ବେଳେ କ’ଣ ଆମେରିକା ପକ୍ଷରୁ ନୂଆଦିଲ୍ଲୀ ସହ ବାଣିଜ୍ୟ ବୁଝାମଣା ପାଇଁ ଆଲୋଚନା ଜାରି ରହିବ କି ପ୍ରଶ୍ନ ଟ୍ରମ୍ପକୁ କରାଯାଇଥିଲା। ଏହାର ଜବାବରେ ସେ କହିଛନ୍ତି, “ନାଁ। ଆମେ ଏହି ବିବାଦ(ଟାରିଫ) ସମାଧାନ ନ ହେବା ଯାଏ ଆଲୋଚନା କରିବୁ ନାହିଁ। ଏବେ ଆଉ ଆଲୋଚନା ହେବନି।”
ବୁଧବାର ହ୍ୱାଇଟ ହାଉସ ପକ୍ଷରୁ ଗୋଟିଏ ନିର୍ଦ୍ଦେଶନାମା ଜାରି କରି ଭାରତ ଉପରେ ଅତିରିକ୍ତ ୨୫% ଟାରିଫ ଲାଗୁ କରାଯାଇଥିଲା। ଏହାକୁ ମିଶାଇ ଭାରତରୁ ଆମେରିକାକୁ ରପ୍ତାନୀ ହେଉଥିବା ସାମଗ୍ରୀ ଉପରେ ଟାରିଫର ପରିମାଣ ୫୦%କୁ ବୃଦ୍ଧି ପାଇଛି।
ଜାତୀୟ ସୁରକ୍ଷା ଓ ବୈଦେଶିକ ନୀତିକୁ ଆଧାର କରି ଆମେରିକା ଏପରି ପଦକ୍ଷେପ ନେଇଥିବା ଟ୍ରମ୍ପ ସଙ୍କେତ ଦେଇଛନ୍ତି। ଭାରତ ଶସ୍ତାରେ ରୁଷ ଠାରୁ ତେଲ କିଣୁ ଥିବାରୁ ଆମେରିକା ଖପ୍ପା ହୋଇଛି। ଏଥିପାଇଁ ଆମେରିକା ୨ଟି ପର୍ଯ୍ୟାୟରେ ଭାରତ ଉପରେ ୫୦% ଟାରିଫ ଲଗାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
