Advertisment

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମହାବିତର୍କ; ଟ୍ରମ୍ପ କହିଲେ- ରାଷ୍ଟ୍ରପତି ହେଲେ ୨୪ ଘଣ୍ଟାରେ ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିଦେବି

ଟ୍ରମ୍ପ କହିଛନ୍ତି, ଯଦି ସେ ଏଥର ରାଷ୍ଟ୍ରପତି ହୁଅନ୍ତି, ତେବେ ୨୪ ଘଣ୍ଟା ଭିତରେ ଏହି ଯୁଦ୍ଧର ପରିସମାପ୍ତି ଘଟିବ ।

ଅଦ୍ୟତନ ହୋଇଛି
donald-trump & kamala-harris

donald-trump & kamala-harris

Advertisment

ଆମେରିକା ନିର୍ବାଚନ ଆଉ ମାତ୍ର ୮ ସପ୍ତାହ ବାକି ଥିବା ବେଳେ ଏହା ପୂର୍ବରୁ ପରମ୍ପରା ଅନୁଯାୟୀ ଉଭୟ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ମହାବିତର୍କ । ଫିଲାଡେଲଫିଆର ନ୍ୟାସନାଲ କନଷ୍ଟିଚ୍ୟୁସେନ ସେଣ୍ଟରରେ ଦୁଇ ପ୍ରାର୍ଥୀ କମଳା ହାରିସ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଦ୍ୟରେ ଚାଲିଛି ଘମାଘୋଟ ବାକ୍‌ ଯୁଦ୍ଧ ।

Advertisment

ଏହି ବିତର୍କ ବେଳେ ଟ୍ରମ୍ପ ରୁଷ- ୟୁକ୍ରେନ୍‌ ଯୁଦ୍ଧକୁ ନେଇ ଦେଇଛନ୍ତି ବଡ଼ ବୟାନ । ଟ୍ରମ୍ପ କହିଛନ୍ତି, ଯଦି ସେ ଏଥର ରାଷ୍ଟ୍ରପତି ହୁଅନ୍ତି, ତେବେ ୨୪ ଘଣ୍ଟା ଭିତରେ ଏହି ଯୁଦ୍ଧର ପରିସମାପ୍ତି ଘଟିବ । ୟୁକ୍ରେନ ଆଜି ଏକ ସ୍ୱତନ୍ତ୍ର ଦେଶ ଭାବେ ମୁଣ୍ଡ ଟେକିଥିବା ବେଳେ ଏହା ପଛରେ ଆମେରିକା ହାତ ଥିବା କହିଛନ୍ତି ଟ୍ରମ୍ପ । ମାତ୍ର ଟ୍ରମ୍ପଙ୍କ ଏହି ଟିପ୍ପଣୀ ଉପରେ ଆଟାକ୍‌ କରିଛନ୍ତି କମଳା ହାରିସ । ସେ କହିଛନ୍ତି, ଟ୍ରମ୍ପଙ୍କ ବିଦେଶ ନୀତି ସବୁଠୁ ଦୁର୍ବଳ , ଏହା ସମସ୍ତଙ୍କୁ ଜଣା।

ଉଭୟ ଟ୍ରମ୍ପ ଓ ହାରିସଙ୍କ ମଧ୍ୟରେ ଇସରାଏଲ ଓ ହମାସ ଯୁଦ୍ଧଙ୍କୁ ନେଇ ମଧ୍ୟ ସାମନାସାମନି ବିତର୍କ ହୋଇଛି। ବାଇଡେନ ଇସ୍ରାଏଲକୁ ଅଣଦେଖା କରିଥିବା ଦୋଷାରୋପ କଲେ ଟ୍ରମ୍ପ । ମାତ୍ର ଏଥିରେ ନାରାଜ ହୋଇଥିବା ହାରିସ କହିଲେ, ବାଇଡେନ ସରକାର ଆରମ୍ଭରୁ ହିଁ ଇସ୍ରାଏଲ ସହ ଛିଡ଼ା ହୋଇଛନ୍ତି। ଆଗକୁ ବି ଏହି ସମର୍ଥନ ଜାରି ରହିବ । ଧ୍ୱସ୍ତବିଧ୍ୱସ୍ତ ହୋଇ ଯାଇଥିବା ଗାଜାର ପୁଣି ଥରେ ପୁନଃ ନିର୍ମାଣ ହେବ ବୋଲି କହିଛନ୍ତି ହାରିସ ।

Advertisment

ଏହାପରେ ଟ୍ରମ୍ପ କହିଛନ୍ତି, ଏଥର ମୁଁ ରାଷ୍ଟ୍ରପତି ହେଲେ ରୁଷ ଏବେ ଦେଖାଉଥିବା ମାମଲାତି ଆଉ ଦେଖାଇ ପାରିବନି। କମଳା ଇସ୍ରାଏଲକୁ ଘୃଣା କରୁଥିବା ବେଳେ ସେ ରାଷ୍ଟ୍ରପତି ହେଲେ ଉକ୍ତ ଦେଶ ନିଜ ଅସ୍ତିତ୍ୱ ହରାଇ ବସିବ ବୋଲି କହିଛନ୍ତି ଟ୍ରମ୍ପ । ମାତ୍ର ଏହାକୁ ଅସ୍ୱୀକାର କରିବା ସହ ହାରିସ କହିଛନ୍ତି, ମୁଁ ମୋ ଜୀବନ କାଳ ଭିତରେ ସବୁବେଳେ ଇସ୍ରାଏଲ ସହ ଛିଡ଼ା ହୋଇଛି। ଆଗକୁ ବି ଏହାକୁ ବଳବତ୍ତର ରଖିବି ବୋଲି ସେ କହିଛନ୍ତି।

Donald Trump Kamala Harris
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe