Advertisment

ଆମେରିକାର ୪୭ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଆମେରିକାବାସୀଙ୍କୁ ଥ୍ୟାଙ୍କୟୁ କହିଲେ ଟ୍ରମ୍ପ। ଆମେରିକାବାସୀ ମୋତେ ବିଶ୍ବାସକୁ ନେଇଥିବାରୁ ଧନ୍ୟବାଦ।

author-image
Madhupriya Mistry
ଅଦ୍ୟତନ ହୋଇଛି
Donald Trump

Donald Trump

ଅବ୍‌କି ବାର୍‌ ଟ୍ରମ୍ପ ସରକାର। ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପ। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ରେସ୍‌ରେ ​​ଡୋନାଲ୍ଡ ଟ୍ରମ୍ପ ବାଜି ମାରିଛନ୍ତି। ସେ ଜିତିଛନ୍ତି ହ୍ୱାଇଟ୍‌ ହାଉସ୍‌ ଲଢ଼େଇ। 

Advertisment

ୟୁଏସ୍‌ ମିଡିଆର ତଥ୍ୟ ଅନୁଯାୟୀ, ରିପବ୍ଲିକାନ୍‌ ପାର୍ଟିର ପ୍ରାର୍ଥୀ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସଙ୍କୁ ହରାଇଛନ୍ତି। ଡୋନାଲ୍ଡ ଆମେରିକାର ୪୭ତମ ରାଷ୍ଟ୍ରପତି ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କୁ ୨୭୭, କମଳା ହ୍ୟାରିସଙ୍କୁ ୨୨୬ ଭୋଟ୍‌ ମିଳିଛି। ୪ ବର୍ଷ ପରେ ପୁଣି ଥରେ ଟ୍ରମ୍ପଙ୍କ ସ୍ୱପ୍ନ ସାକାର ହୋଇଛି। ସେ ପୁଣି ଥରେ ଦଖଲ କରିଛନ୍ତି ହ୍ୱାଇଟ୍‌ ହାଉସ। 

ବିଜୟ ପରେ ନିଜ ସମର୍ଥକଙ୍କ ପାଖରେ ପହଞ୍ଚିଛନ୍ତି ଡୋନାଲ୍ଡ ଟ୍ରମ୍ପ। ସେ ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ବିଜୟ ଭାଷଣ ଦେଇଛନ୍ତି।
‘ଆମେରିକାବାସୀ ମୋତେ ବିଶ୍ୱାସକୁ ନେଇଥିବାରୁ ଧନ୍ୟବାଦ। ଜବରଦସ୍ତ ବିଜୟ ଦେଇଥିବାରୁ ଆମେରିକାବାସୀଙ୍କ ପ୍ରତି କୃତଜ୍ଞ। ବିଜୟ ଯାତ୍ରାପଥ ଆଦୌ ସହଜ ନଥିଲା ବୋଲି ଟ୍ରମ୍ପ ନିଜ ଭୋଟର୍‌ଙ୍କୁ କହିଛନ୍ତି। ଏଥିସହ ପତ୍ନୀ ମେଲାନିଆ ଓ ପରିବାର ସଦସ୍ୟଙ୍କୁ ବି ଧନ୍ୟବାଦ ଦେଇଛନ୍ତି।

Advertisment

ଟ୍ରମ୍ପ ଆହୁରି କହିଛନ୍ତି ଏହା ହେଉଛି ଇତିହାସର ସବୁଠାରୁ ବଡ଼ ରାଜନୈତିକ ମୁହୂର୍ତ୍ତ। ଆମେ ଭୋଟରଙ୍କ ପାଇଁ ସବୁକିଛି ଠିକ୍ କରିବାକୁ ଯାଉଛୁ। ଏହା ଏକ ରାଜନୈତିକ ବିଜୟ। ଏଭଳି ବିଜୟ ଆମେରିକା କେବେ ଦେଖି ନାହିଁ। ୪୭ ତମ ରାଷ୍ଟ୍ରପତି ଭାବରେ ମୁଁ ପ୍ରତିଦିନ ଆପଣଙ୍କ ପାଇଁ ଲଢ଼ିବି। ଆମେରିକା ପାଇଁ ଏହା ଏକ ବଡ଼ ବିଜୟ, ଯାହା ଆମେରିକାକୁ ପୁଣି ମହାନ କରିବ।' 

ମ୍ୟାଜିକ ନମ୍ବର ୨୭୦ ଥିବା ବେଳେ ଏହାକୁ ପାର୍‌ କରି ଦେଇଛନ୍ତି ଟ୍ରମ୍ପ। କମଲା ହାରିସ ୨୨୬ଟି ଭୋଟ୍‌ ମିଳିଥିବା ବଳେ ଡୋନାଲ୍ଡ ଟ୍ରମ୍ପ ୨୭୭ଟି ଭୋଟ୍‌ ହାସଲ କରିଛନ୍ତି।  

Donald Trump US Presidential Election 2024 FOX News