Advertisment

Afghan Taliban Vs Pakistan: ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ଘମାଘୋଟ ଲଢ଼େଇ, ଗଲାଣି ଅନେକ ଜୀବନ

ଆଫଗାନର ତାଲିବାନ ଫୋର୍ସ ପାକିସ୍ତାନ ଆର୍ମିର ଗୋଟିଏ ବର୍ଡର ଆଉଟ ପୋଷ୍ଟକୁ ଧ୍ୱଂସ କରିଦେଇଛି। ତାଲିବାନ ପୋଷ୍ଟକୁ ଟାର୍ଗେଟ କରିବା ପାଇଁ ପାକିସ୍ତାନ ବ୍ୟବହାର କରୁଥିବା ଟ୍ୟାଙ୍କକୁ ମଧ୍ୟ ତାଲିବାନ ସିଜ କରିନେଇଛି।

Pakistan

ଆଫଗାନ ସେନା

Advertisment

ଅଶାନ୍ତ ହୋଇ ଉଠିଛି ପାକିସ୍ତାନ-ଆଫଗାନିସ୍ତାନ ସୀମା। ମୁହାଁମୁହିଁ ହୋଇଛନ୍ତି ଦୁଇ ପଡ଼ୋଶୀ। ଦୁଇ ଦେଶ ପରସ୍ପର ଉପରେ ଗୁଳି ଓ ମିସାଇଲ ମାଡ଼ କରି ଚାଲିଛନ୍ତି। ଏଥିଯୋଗୁ ୧୨ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଏବେ ବି ଦୁଇ ପକ୍ଷ ମଧ୍ୟରେ ଲଢ଼େଇ ଜାରି ରହିଛି।

Advertisment

ରିପୋର୍ଟରେ ଦାବି କରାଯାଇଛି ଯେ ଆଫଗାନର ତାଲିବାନ ଫୋର୍ସ ପାକିସ୍ତାନ ଆର୍ମିର ଗୋଟିଏ ବର୍ଡର ଆଉଟ ପୋଷ୍ଟକୁ ଧ୍ୱଂସ କରିଦେଇଛି। ତାଲିବାନ ପୋଷ୍ଟକୁ ଟାର୍ଗେଟ କରିବା ପାଇଁ ପାକିସ୍ତାନ ବ୍ୟବହାର କରୁଥିବା ଟ୍ୟାଙ୍କକୁ ମଧ୍ୟ ତାଲିବାନ ସିଜ କରିନେଇଛି। 

ଉଭୟ ପକ୍ଷ ପରସ୍ପରକୁ ସୀମାରେ ଉତ୍ତେଜନା ସୃଷ୍ଟି କରିବା ପାଇଁ ଦାୟୀ କରିଛନ୍ତି। ପାକିସ୍ତାନ(Pakistan)ର ଚମାନ ଜିଲ୍ଲା ଓ ଆଫଗାନିସ୍ତାନର ସ୍ପିନ ବୋଲଡାକ ଜିଲ୍ଲା ସୀମାରେ ସୃଷ୍ଟି ହୋଇଥିବା ଉତ୍ତେଜନା ଯୋଗୁ ପ୍ରଭାବିତ ହୋଇଛି। 

Advertisment

କ’ଣ କହୁଛି ଆଫଗାନିସ୍ତାନ? 

ଆଫଗାନ ତାଲିବାନ ଦାବି କରିଛି ଯେ ପାକିସ୍ତାନ ସେନା ପକ୍ଷରୁ ସୀମାନ୍ତ ସ୍ପିନ ବୋଲଡାକରେ ଘନଘନ ଆକ୍ରମଣ କରାଯାଇଛି। ଏଥିରେ ୧୨ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି, ବୁଧବାର ଭୋର ସମୟରୁ ପାକିସ୍ତାନ ସେନା ପକ୍ଷରୁ ସୀମାନ୍ତ ଜିଲ୍ଲାରେ ଆକ୍ରମଣ ଜାରି ରହିଛି।

ଆଫଗାନିସ୍ତାନ(Afganistan) ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଛି। ଏଥିରେ ଅନେକ ପାକିସ୍ତାନ ସେନାଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନ ସେନା ପୁଣି ଆକ୍ରମଣ କରି ଉତ୍ତେଜନା ସୃଷ୍ଟି କରିବା ଦୁର୍ଭାଗ୍ୟଜନକ। ପାକିସ୍ତାନ ଆକ୍ରମଣ କରିବାକୁ ଆଫଗାନ ଫୋର୍ସ ବାଧ୍ୟ ହୋଇ ଏହାର ଜବାବ ଦେଇଥିଛି।

ଏଥିରେ ଅନେକ ପାକ ସୈନ୍ୟଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନର ଏକାଧିକ ସାମରିକ ପ୍ରତିଷ୍ଠାନ ଧ୍ୱଂସ ହୋଇଥିବା ବେଳେ ଟ୍ୟାଙ୍କକୁ ସିଜ କରାଯାଇଥିବା ସେ କହିଛନ୍ତି। ଆଫଗାନ ତାଲିବାନ ଫୋର୍ସ ପକ୍ଷରୁ ଜାରି ହୋଇଥିବା ଭିଡିଓରେ ଆଉ ୧୦ ଜଣ ପାକିସ୍ତାନୀ ପୁଲିସ୍‌ ଓ ସୈନ୍ୟଙ୍କ ମୃତଦେହ ପଡ଼ି ରହିଥିବା ଦେଖିବାକୁ ମିଳୁଛି। 

କ’ଣ କହୁଛି ପାକିସ୍ତାନ?

ସୀମା ଉତ୍ତେଜନା ପାଇଁ ପାକିସ୍ତାନ ସରକାରଙ୍କ ଦ୍ୱାରା ପରିଚାଳିତ ମିଡିଆ ଆଫଗାନ ଫୋର୍ସ ଓ ପାକିସ୍ତାନୀ ତାଲିବାନ ଆତଙ୍କବାଦୀଙ୍କୁ ଦାୟୀ କରିଛି। ଆଫଗାନ ଫୋର୍ସ ଓ ପାକିସ୍ତାନୀ ତାଲିବାନ ମିଳିତ ଭାବେ ସୀମାରେ ପାକିସ୍ତାନ ସେନାକୁ ଟାର୍ଗେଟ କରିଥିଲେ। ଏହାର ଦୃଢ଼ ଜବାବ ପାକିସ୍ତାନ ସେନା କୁରାମ ଜିଲ୍ଲାରେ ଦେଇଥିବା ସ୍ଥାନୀୟ ଗଣମାଧ୍ୟମ ଦାବି କରିଛି। 

ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଆଫଗାନର ଏକାଧିକ ଟ୍ୟାଙ୍କ ଓ ସାମରିକ ପୋଷ୍ଟ ଧ୍ୱଂସ ହୋଇଯାଇଛି। ସୀମାରେ ଥିବା ଆତଙ୍କୀ ସଂଗଠନ ପାକିସ୍ତାନୀ ତାଲିବାନର ଗୋଟିଏ ଟ୍ରେନିଂ କ୍ୟାମ୍ପକୁ ମଧ୍ୟ ନଷ୍ଟ କରାଯାଇଛି। ଚମନ ନିକଟ ପାକିସ୍ତାନୀ ପୋଷ୍ଟକୁ ତାଲିବାନ ଫୋର୍ସ ଟାର୍ଗେଟ କରିବାରୁ ଏହାର ଜବାବ ଦିଆଯାଇଛି। ୫ ଘଣ୍ଟା ହେଲା ଲଢ଼େଇ ଜାରି ରହିଛି। ପାକିସ୍ତାନୀ ସେନା ସବୁ ପ୍ରକାରର ଆକ୍ରମଣକୁ ପଣ୍ଡ କରିଛି ବୋଲି ଇସଲାମାବାଦ କହିଛି। 

ଅନ୍ୟପକ୍ଷରେ ପାକିସ୍ତାନ ତାଲିବାନ ପକ୍ଷରୁ ଓରାକଜାଇ ଅଞ୍ଚଳରେ ଥିବା ମହମୁଦଜାଇ ପୋଷ୍ଟ ଉପରେ ଆକ୍ରମର କରାଯାଇଛି। ଏଥିଯୋଗୁ ୮ ଜଣ ଫ୍ରଣ୍ଟିଅର କ୍ରପ୍ସ କର୍ମଚାରୀ ପ୍ରାଣ ହରାଇଛନ୍ତି। ଅନେକ ନିଖୋଜ ହେବାର ଖବର ମଧ୍ୟ ମିଳିଛି। 

ପାକିସ୍ତାନ-ଆଫଗାନିସ୍ତାନ ବିବାଦ

ଚଳିତ ସପ୍ତାହରେ ଦ୍ୱିତୀୟ ଥର ପାଇଁ ଦୁଇ ପକ୍ଷ ମଧ୍ୟରେ ଏପରି ସୀମା ବିବାଦ ଦେଖିବାକୁ ମିଳିଛି। ଉଭୟ ପରସ୍ପର ଉପରକୁ ଗୁଳି ମାଡ଼ କରିବାରୁ ଉତ୍ତେଜନା ପ୍ରକାଶ ପାଇଛି। ଆଫଗାନିସ୍ତାନର ରାଜଧାନୀ କାବୁଲ ଉପରେ ଗତ ଗୁରୁବାର ଏୟାର ଷ୍ଟ୍ରାଇକ ହୋଇଥିଲା। ଏଥିପାଇଁ ଆଫଗାନ ତାଲିବାନ ପକ୍ଷରୁ ପାକିସ୍ତାନକୁ ଦାୟୀ କରାଯାଇଥିଲା।

ତେବେ ଇସଲାମାବାଦ ଏପରି ଆକ୍ରମଣକୁ ସ୍ୱୀକାର କରିନାହିଁ। ବରଂ ଆଫଗାନିସ୍ତାନରେ ଥିବା ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିବା ପାକିସ୍ତାନ କହିଛି। ଏହାର ଜବାବ ଦେବାକୁ ଆଫଗାନିସ୍ତାନ ସୀମା ପାର ଅପରେସନ ଆରମ୍ଭ କରିଥିଲା। ଏଥିରେ ୫୮ ଜଣ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ ହୋଇଥିଲା। 

Pakistan Afganistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe