ପୁଣି ଗାଜା ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍। ଏଥିରେ ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିବା ସହ ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଏୟାର ଷ୍ଟ୍ରାଇକର କିଛି ଘଣ୍ଟା ପୂର୍ବରୁ ମଧ୍ୟ ଆକ୍ରମଣ କରିଥିଲା ଇସ୍ରାଏଲ। ଏଥିରେ ହମାସ ପଣବନ୍ଦୀ ରଖିଥିବା ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ପୁନର୍ବାର ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ପାଲେଷ୍ଟାଇନବାସୀଙ୍କ ମୃତ୍ୟୁ ଘଟିଥିବା ପାଲେଷ୍ଟାଇନ ମିଡିଆରୁ ପ୍ରକାଶ ପାଇଛି।
Also Read
WAFA ନ୍ୟୁଜ୍ ଏଜେନ୍ସି ଅନୁସାରେ, ଜବାଲିଆ ପୁରୁଣା ଗାଜା ଷ୍ଟ୍ରିଟର ଦୁଇଟି ସ୍ଥାନରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ ସେନା। ଏଥିରେ ଦୁଇଟି କୋଠା ଭୁଶୁଡି ପଡିବା ସହ ଅତିକମରେ ୧୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି।
ସେହିପରି ଜବାଲିଆ ସହରର ଅନ୍ୟ ଏକ ଘର ଉପରେ ମଧ୍ୟ ଆକ୍ରମଣ ହୋଇଥିବା ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି। ଏଥିରେ ୧୨ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକେ ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
International
କାନାଡାରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ
କାନାଡା ସହ ତିକ୍ତତା ମଧ୍ୟରେ ଏକ ଭାରତୀୟ ବିମାନ କାନାଡାରେ ଜରୁରୀ ଅବତରଣ କରିଛି।
International
ପାକିସ୍ତାନରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ସ୍ୱାଗତ
ପାକିସ୍ତାନରେ ସ୍ୱାଗତ ସମୟର ଫଟୋ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି ମନ୍ତ୍ରୀ ଜୟଶଙ୍କର।
International
ବିବାହ ମଣ୍ଡପ ଏବଂ ବାରରେ ଚଢାଉ କରୁଛି ୟୁକ୍ରେନ ସେନା, ଜାଣନ୍ତୁ କାରଣ
ଯୁଦ୍ଧ ସମୟରେ ୟୁକ୍ରେନ ସୈନ୍ୟ ଶତ୍ରୁ ପକ୍ଷଙ୍କ ସହ ଲଢ଼ିବା ପରିବର୍ତ୍ତେ ବାର୍, ରେସ୍ତୋରାଁ, ବିବାହ ମଣ୍ଡପରେ ଚଢାଉ କରୁଛି।
International
କାନାଡାର ଅଭିଯୋଗ, ଲରେନ୍ସ ବିଷ୍ଣୋଇ ସହ ମିଶି କାମ କରୁଛନ୍ତି ଭାରତୀୟ ଏଜେଣ୍ଟ
ଭାରତର କାନାଡାର ଏହି ଅଭିଯୋଗକୁ ଖଣ୍ଡନ କରିଛି। ଏହାକୁ ଭିତ୍ତିହୀନ ବୋଲି କହିଛି।
Business
ଅର୍ଥନୀତିରେ ନୋବେଲ ଘୋଷଣା, ଏଥର ମିଳିତ ଭାବେ ତିନି ଜଣଙ୍କୁ ମିଳିବ ପୁରସ୍କାର
ଡାରେନ ଏସ୍ମୋଗଲୁ, ସାଇମନ ଜନ୍ସନ୍ ଓ ଜେମ୍ସ ଏ. ରବିନ୍ସନ ପାଇବେ ଚଳିତ ବର୍ଷର ନୋବେଲ ପୁରସ୍କାର।