Advertisment

ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍; ୧୨ରୁ ଅଧିକ ପାଲେଷ୍ଟିନୀୟଙ୍କ ମୃତ୍ୟୁ

ପାଲେଷ୍ଟାଇନ ମିଡିଆ ରିପୋର୍ଟ ଅନୁସାରେ, ଗାଜା ଉପରେ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ୧୨ରୁ ଊର୍ଦ୍ଧ୍ୱ ପାଲେଷ୍ଟାଇନବାସୀଙ୍କ ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
Stock Image

Stock Image

Advertisment

ପୁଣି ଗାଜା ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍। ଏଥିରେ ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିବା ସହ ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଏୟାର ଷ୍ଟ୍ରାଇକର କିଛି ଘଣ୍ଟା ପୂର୍ବରୁ ମଧ୍ୟ ଆକ୍ରମଣ କରିଥିଲା ଇସ୍ରାଏଲ। ଏଥିରେ ହମାସ ପଣବନ୍ଦୀ ରଖିଥିବା ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ପୁନର୍ବାର ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ପାଲେଷ୍ଟାଇନବାସୀଙ୍କ ମୃତ୍ୟୁ ଘଟିଥିବା ପାଲେଷ୍ଟାଇନ ମିଡିଆରୁ ପ୍ରକାଶ ପାଇଛି। 

Advertisment

WAFA ନ୍ୟୁଜ୍ ଏଜେନ୍ସି ଅନୁସାରେ, ଜବାଲିଆ ପୁରୁଣା ଗାଜା ଷ୍ଟ୍ରିଟର ଦୁଇଟି ସ୍ଥାନରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ ସେନା। ଏଥିରେ ଦୁଇଟି କୋଠା ଭୁଶୁଡି ପଡିବା ସହ ଅତିକମରେ ୧୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି।

ସେହିପରି ଜବାଲିଆ ସହରର ଅନ୍ୟ ଏକ ଘର ଉପରେ ମଧ୍ୟ ଆକ୍ରମଣ ହୋଇଥିବା ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି। ଏଥିରେ ୧୨ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକେ ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି। 

Advertisment
Palestine Hamas Israel-Palestine War Israel Air Strike In Gaza War Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe