Advertisment

କିପରି ହୋଇଥିଲା ହମାସ ଚିଫର ହତ୍ୟା, ସାମ୍ନାକୁ ଆସିଲା ଭିଡିଓ

ଗୁରୁବାର ସନ୍ଧ୍ୟାରେ ଇସ୍ରାଏଲର ଆକ୍ରମଣରେ ହାମାସ ମୁଖ୍ୟ ୟାହୟା ସିନୱାରଙ୍କ ମୃତ୍ୟୁ ପରେ ଆଇଡିଏଫ୍ ବର୍ତ୍ତମାନ ଏହି ଭିଡିଓ ସେୟାର କରିଛି।

author-image
Madhupriya Mistry
Yahya Sinwar dead

Yahya Sinwar dead

ରକ୍ତ ଜୁଡୁବୁଡୁ ଶରୀର। ମୁଣ୍ଡରୁ ଗୋଡ଼ ଯାଏ ଧୂଳି। କଟା ହାତ। ଜୀବନ ବଞ୍ଚାଇ ଦୌଡି ପଳାଇବାରେ ଅସଫଳ। ସୋଫା ଉପରେ ବସି ଉଡି ଯାଇଛି ପ୍ରାଣ। ହମାସ ଚିଫ୍‌ ୟାହୟା ସିନଓ୍ୱାରଙ୍କ ଏଭଳି କିଛି ଶେଷ ଭିଡିଓ ଏବେ ସାମ୍ନାକୁ ଆସିଛି। ଇସ୍ରାଏଲ ସେନା ଏହି ଭିଡିଓକୁ ଜାରି କରିଛି।

Advertisment

ଇସ୍ରାଏଲର ରକେଟ୍‌ ଆକ୍ରମଣରେ ହମାସ ମୁଖ୍ୟ ୟାହୟା ସିନଓ୍ୱାରର ମୃତ୍ୟୁ ହୋଇଛି। ଏନେଇ ଇସ୍ରାଏଲ ସେନା ଓ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ଇସ୍ରାଏଲର ଆକ୍ରମଣରେ ହାମାସ ମୁଖ୍ୟ ୟାହୟା ସିନୱାରଙ୍କ ମୃତ୍ୟୁ ପରେ ଆଇଡିଏଫ୍ ବର୍ତ୍ତମାନ ଏହି ଭିଡିଓ ସେୟାର କରିଛି। ଏହି ଭିଡିଓ ରିଲିଜ୍ ହେବା ପରେ ସିନୱାରଙ୍କୁ ହତ୍ୟା କରାଯାଇଥିବା ପ୍ରମାଣ ମଧ୍ୟ ସାମ୍ନାକୁ ଆସିଛି। କୁହାଯାଉଛି ଯେ ଇସ୍ରାଏଲ୍ ୟାହୟା ସିନୱାରଙ୍କୁ ହତ୍ୟା କରିବା ପାଇଁ ଏକ ସ୍ୱତନ୍ତ୍ର ଅପରେସନ୍ ଚଳାଇଥିଲା।

ଆଉଡିଏଫ୍‌ ହମାସ ଚିଫ୍‌ଙ୍କ ଯେଉଁ ଶେଷ ସମୟର ଭିଡିଓ ଜାରି କରିଛି, ସେଥିରେ ସିନଓ୍ୱାର ବେଶ୍‌ ଅସହାୟ ଦେଖାଯାଉଛି। ଭିଡିଓରେ ସିନଓ୍ୱାର ଏକ ନଷ୍ଟ ହୋଇଯାଇଥିବା ଫ୍ଲାଟ ଭିତରେ ବସିଥିବା ବେଳେ ତାଙ୍କର ଗୋଟିଏ ଛିଣ୍ଡି ଯାଇଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ସୋଫା ଉପରେ ରକ୍ତ ଜୁଡୁବୁଡୁ ଓ ମୁଣ୍ଡରୁ ଗୋଡ଼ ଯାଏ ଧୂଳିରେ ଢ଼ାଙ୍କି ଗୁରୁତର ଅବସ୍ଥାରେ ବସିଛି। ତେବେ ନିଜ ଶେଷ ସମୟରେ ବି ସିନଓ୍ୱାର କିଭଳି ଜୀବନ ରକ୍ଷା କରି ଦୌଡି ପଳାଇବାକୁ ଚେଷ୍ଟା କରୁଛି ତାହା ମଧ୍ୟ ଭିଡିଓରେ ନଜର ଆସିଛି।

Advertisment

ୟାହୟା ସିନଓ୍ୱାରଙ୍କୁ ହତ୍ୟା କରିବା ପରେ ଆଇଡିଏଫ୍ ମୁଖପାତ୍ର ଡାନିଏଲ୍‌ ହାଗରୀ ଏକ ବୟାନ ଜାରି କରିଛନ୍ତି। ଏକ ଫ୍ଲାଟ ଖୋଜୁଥିବାବେଳେ ଆମ ଟିମ୍‌ ସିନୱାରଙ୍କୁ ଦେଖିବାକୁ ପାଇଥିଲେ। ଆମ ସୈନ୍ୟବାହିନୀ ତାଙ୍କ ଲୋକେସନ ବିଷୟରେ ଜାଣିବା ପରେ ୟାହୟା ନିଜକୁ ବଞ୍ଚାଇବା ପାଇଁ ଏଠାରୁ ସେଠାକୁ ଦୌଡିବାକୁ ଲାଗିଥିଲେ। ତେବେ ଆମ ଟିମ୍‌ ଠିକ୍ ସମୟରେ ତାଙ୍କ ଲୋକେସନକୁ ଟ୍ରେସ୍‌ କରି ତାଙ୍କୁ ହତ୍ୟା କରିଥିଲା। ଗାଜାରେ ଇସ୍ରାଏଲ୍ ଦ୍ୱାରା କରାଯାଇଥିବା ଏହି ସ୍ୱତନ୍ତ୍ର ଅପରେସନ୍ ସମୟରେ ସିନୱାରର ଆହୁରି ଅନେକ ସହଯୋଗୀଙ୍କୁ ମଧ୍ୟ ହତ୍ୟା କରାଯାଇଛି ବୋଲି ହାଗରୀ କହିଛନ୍ତି।

ଇସ୍ରାଏଲ ସେନା କହିଛି ଯେ, ଯେଉଁ ସମୟରେ ସିନଓ୍ୱାରଙ୍କୁ ହତ୍ୟା କରାଯାଇଥିଲା, ତା'ର କିଛି ସମୟ ପୂର୍ବରୁ ହମାସ ମୁଖ୍ୟ ଗାଜାର ସୁଡ଼ଙ୍ଗ ଭିତରେ ବୁଲୁଥିଲେ। ଏହି ସୁଡ଼ଙ୍ଗ ଭିତରୁ ବାହାରି ଯେତେବେଳେ ସେ ଏକ ବିଲ୍ଡିଂରେ ଲୁଚିଥିଲେ ସେତେବେଳେ ଆଇଡିଏଫ୍‌କୁ ଏହି ସୂଚନା ମିଳିଥିଲା। ଏହାପରେ ଇସ୍ରାଏଲ ସେନା ପୂରା ଅଞ୍ଚଳକୁ ଘେରି ରହି ଉକ୍ତ ବିଲ୍ଡିଂକୁ ଟାର୍ଗେଟ କରିଥିଲା। ଏହି ଆକ୍ରମଣରେ ସିନଓ୍ୱାର ଗୁରୁତର ଆହତ ହୋଇଥିଲେ ଓ ପରେ ତାଙ୍କର ମୃତ୍ୟୁ ହୋଇଥିବା ଆଇଡିଏଫ୍‌ କହିଛି।  

Israel-Hamas War Hamas Chief Killed Yahya Sinwar