Advertisment

ଡ୍ରୋନ ମାଡ଼ କଲା ହେଜବୁଲ୍ଲା, ଟାର୍ଗେଟ୍‌ରେ ନେତାନ୍ୟାହୁ

ଦକ୍ଷିଣ ହାଇଫାର କେସରିଆରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବାସଭବନ ନିକଟରେ ଏକ ଡ୍ରୋନ୍ ମାଡ଼ ହୋଇଛି।

ଅଦ୍ୟତନ ହୋଇଛି
Netanyahu

Netanyahu

Advertisment

ଥମୁନି ଇସ୍ରାଏଲ ଓ ହେଜବୁଲ୍ଲା ମଧ୍ୟରେ ଯୁଦ୍ଧ। ଦିନକୁ ଦିନ ଏହା ଉଗ୍ର ହେବାରେ ଲାଗିଛି। ଏହାରି ଭିତରେ ହମାସ ମୁଖ୍ୟା ୟାହୟା ସିନଓ୍ୱାରଙ୍କ ମୃତ୍ୟୁର ଦିନକ ପରେ ଇସ୍ରାଏଲ୍‌ ଉପରେ ଆଟାକ୍‌ କରିଛି ହେଜବୁଲ୍ଲା। ଲେବନାନରୁ ଇସ୍ରାଏଲ୍‌ର ଏକ ବିଲ୍ଡିଂ ଉପରେ ହେଜବୁଲ୍ଲା ଡ୍ରୋନ୍‌ ମାଡ଼ କରିଛି। ଏହି ହମ୍‌ଲା ଜରିଆରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଟାର୍ଗେଟ୍ କରିବାକୁ ଚେଷ୍ଟା କରାଯାଇଛି। ଇସ୍ରାଏଲ୍‌ର ହାଇଫା କେସରିୟା ଅଞ୍ଚଳରେ ଏହି ଆକ୍ରମଣ ହୋଇଛି।

Advertisment

ଇସ୍ରାଏଲ ମିଡିଆ ଅନୁସାରେ, ଇସ୍ରାଏଲ୍ ସୁରକ୍ଷା ବାହିନୀ ଏହି ଆକ୍ରମଣକୁ ନେଇ ସ୍ପଷ୍ଟ କରିଛି। ଦକ୍ଷିଣ ହାଇଫାର କେସରିଆରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବାସଭବନ ନିକଟରେ ଏକ ଡ୍ରୋନ୍ ମାଡ଼ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ଲେବନାନ ପଟୁ ରେକଟ୍‌ ମାଡ଼ ହେବା ପରେ ଆଜି ସକାଳେ ହାଇଫା ଅଞ୍ଚଳରେ ଓ୍ୱର୍ଣ୍ଣିଂ ସାଇରନ୍ ବାଜି ଉଠିଥିଲା ବୋଲି ଆଇଡିଏଫ କହିଛି।

ଯେଉଁ ସୂଚନା ସାମ୍ନାକୁ ଆସିଛି ସେଥିରେ ଦର୍ଶାଇଛି ଯେ ଡ୍ରୋନ୍ ସିଧାସଳଖ ଟାର୍ଗେଟକୁ ମାରିବାରେ ସକ୍ଷମ ଥିଲା। ଇସ୍ରାଏଲର ସୁରକ୍ଷା ବାହିନୀ ସ୍ୱୀକାର କରିଛି ଯେ ଡ୍ରୋନ୍ ଆକ୍ରମଣକୁ ରୋକିବାରେ ଏହାର ଏୟାର ଡିଫେନ୍ସ ସିଷ୍ଟମ୍‌ ବିଫଳ ହୋଇଛି।

Advertisment

ଇସ୍ରାଏଲ୍ ସେନା ଅନୁଯାୟୀ, ତିନିଟି ଡ୍ରୋନ୍ ଲେବନାନରୁ ହାଇଫା ଆଡକୁ ଆସିଥିଲା, ସେଥିମଧ୍ୟରୁ କେବଳ ଦୁଇଟି ଚିହ୍ନଟ ହୋଇଥିଲା ଏବଂ ତାକୁ ଅଟକାଯାଇଥିଲା। ତୃତୀୟ ଡ୍ରୋନ୍ଟି କେସରିୟାରେ ଥିବା ଏକ କୋଠା ଉପରେ ମାଡ଼ ହୋଇଥିଲା। ଏହି ବିସ୍ଫୋରଣ ବେଶ୍ ଶକ୍ତିଶାଳୀ ଥିଲା।

ତେବେ ଇସ୍ରାଏଲ ସେନା ଡ୍ରୋନ ମାଡ଼ ସମୟରେ ନେତାନ୍ୟାହୁ କେସରିୟାରେ ଥିବା ତାଙ୍କ ବ୍ୟକ୍ତିଗତ ବାସଭବନରେ ଥିଲେ ନା ନାହିଁ ତାହା ସ୍ପଷ୍ଟ କରି ନାହିଁ। ତେବେ କୁହାଯାଉଛି ଯେ ନେତାନ୍ୟାହୁ ଘରେ ନଥିଲେ। ଲେବନାନ୍ ଉପରେ ଇସ୍ରାଏଲ କରିଥିବା ନିର୍ଦ୍ଦୟ ଆକ୍ରମଣ ଏବଂ ଗାଜାରେ ହୋଇଥିବା ହତ୍ୟାକାଣ୍ଡର ଜବାବରେ ହେଜବୁଲ୍ଲା ନିଜର କାର୍ଯ୍ୟକଳାପକୁ ଆହୁରି ଦୃଢ଼ କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଏହି ଆକ୍ରମଣ ହୋଇଛି।

Benjamin Netanyahu Hezbollah Strikes Israel Israel-Hezbollah War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe