ମଦ ନିଶାର ପରିଣାମ କେତେ ଭୟଙ୍କର ହୋଇପାରେ, ତାର ଆଉ ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। ଦୁଇ ବନ୍ଧୁ ସାଙ୍ଗ ହୋଇ ମଦ ପିଇବା ପରେ ଜଣେ ଅନ୍ୟ ଜଣଙ୍କର ଜୀବନ ନେଇଯାଇଛି। କୌଣସି ଜମି-ଜମା ସଂକ୍ରାନ୍ତୀୟ କାରଣ ନୁହେଁ, ବରଂ ମଦ ପିଇବାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି।
ସୂଚନା ଅନୁସାରେ, ଏହି ଘଟଣା ଆମେରିକାର ହମ୍ପଟନ୍ସରେ ଘଟିଛି। ୪୩ ବର୍ଷୀୟ ଜେରେମି ଆଲେନ ଏବଂ ଖ୍ରୀଷ୍ଟୋଫର ହାହ (୪୩) ସାଙ୍ଗ ହୋଇ ମଦ ପିଇଥିଲେ। ଏହି ସମୟରେ ଉଭୟ ସେମାନଙ୍କ ଜୀବନର ପରବର୍ତ୍ତୀ ଯୋଜନା ବାବଦରେ ଚର୍ଚ୍ଚା କରିଥିଲେ।
Also Read
ହାହ କହିଥିଲେ, ମୁଁ ଆଉ ଆଗକୁ ମଦ ପିଇବି ନାହିଁ। ମଦ ଅଭ୍ୟାସଠୁ ଦୂରେଇ ରହିବି। ଏହାକୁ ନେଇ ଆଲୋନ ତାଙ୍କ ସହ ଯୁକ୍ତି କରିଥିଲେ। ଏହି ଯୁକ୍ତି ଏପରି ଉଗ୍ରରୂପ ଧାରଣ କରିଥିଲା ଯେ ଆଲେନ ତାଙ୍କୁ ଛଅ ଘଣ୍ଟା ଧରି ବାଡ଼େଇଥିଲେ।
କେବଳ ମାଡ଼ ମାରିନଥିଲେ ଛୁରୀରେ ତାଙ୍କ ବେକ ଏବଂ ମୁଣ୍ଡକୁ ଗଭୀର ଆଘାତ ଦେଇଥିଲେ। ଫଳରେ ହାହଙ୍କର ମୃତ୍ୟୁ ଘଟିଛି। ପୁଲିସ ଆଲେନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Science & Environment
ପଦାର୍ଥ ବିଜ୍ଞାନରେ ୨ ଜଣଙ୍କୁ ନୋବେଲ
ଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ ଜରିଆରେ ମେସିନ ଲର୍ଣ୍ଣିଂ କୌଶଳ ପାଇଁ ସେମାନଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ମିଳିବ।
Guest Column
ଆତଙ୍କବାଦର ବିପଜ୍ଜନକ ଚେହେରା ‘ପେଜର ବୋମା’
ପେଜର ଓ ୱାକିଟକିରେ ଉପରୋକ୍ତ ବୋମା ବିସ୍ଫୋରଣର ଘଟଣାଗୁଡ଼ିକ ଲୋବାନନରେ ଘଟିଛି କିନ୍ତୁ ଏହା ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଦେଇଛି। ସଂଖ୍ୟାଦୃଷ୍ଟିରୁ ଦେଖିଲେ ଏହି ଘଟଣାରେ ଏଯାଏଁ ଯେତେଜଣ ମୃତାହତ ହୋଇଛନ୍ତି ତାହା ଅତିତରେ ସଂଗଠିତ ଅନେକ ଆତଙ୍କବାଦୀ ଘଟଣା ତୁଳନାରେ କମ୍ ହୋଇପାରେ କିନ୍ତୁ ଏହି ଆତଙ୍କର ସଦ୍ୟତମ ଘଟଣା ନିଶ୍ଚିତ ଭାବେ ପୂର୍ବ ଘଟଣାମାନଙ୍କରୁ ଅଧିକ ବିପଜ୍ଜନକ ମନେହେଉଛି।
International
ହେଜବୁଲ୍ଲା ମୁଖ୍ୟ କାର୍ଯ୍ୟାଳୟର କମାଣ୍ଡର ନିପାତ
ବେରୁଟ ଆକ୍ରମଣରେ ହେଜବୁଲ୍ଲାର ମୁଖ୍ୟ କାର୍ଯ୍ୟାଳୟରେ ଥିବା କମାଣ୍ଡର ବି ନିପାତ ହୋଇଛି।
Crime
ପ୍ରେମ ପାଇଁ ପରିବାରର ୧୩ ଜଣଙ୍କୁ ବିଷ ଦେଇ ହତ୍ୟା
ପରିବାର ଲୋକ ପ୍ରେମିକ ସହ ବାହା ଦେବାକୁ ରାଜି ନହେବାରୁ ୧୩ ଜଣଙ୍କୁ ମାରିଦେଲେ ଯୁବତୀ।
Viral
ପୃଥିବୀର ସବୁଠୁ ବଡ଼ ଆପାର୍ଟମେଣ୍ଟ, ରହୁଛନ୍ତି ୨୦ ହଜାର ଲୋକ
ଆପାର୍ଟମେଣ୍ଟରେ ପରିବା ମାର୍କେଟଠୁ ଆରମ୍ଭ କରି ସ୍କୁଲ୍, ଡାକ୍ତରଖାନା , ସୁଇମିଂ ପୁଲ୍ ସବୁ କିଛି ରହିଛି।