Advertisment

ଛାଡ଼ପତ୍ର ପରେ ପରଫ୍ୟୁମ୍‌ ଲଞ୍ଚ କଲେ ଦୁବାଇ ରାଜକୁମାରୀ, ନାଁ ଦେଲେ 'Divorce'

ମହରା ଗତକାଲି ନିଜ ଇନଷ୍ଟା ଆକାଉଣ୍ଟରେ ଏକ ପୋଷ୍ଟ କରି ନିଜ ଫଲୋର୍ସଙ୍କୁ ସୂଚନା ଦେଇଥିଲେ। ଏହି ଭିଡିଓରେ ଏକ କଳା ଆକର୍ଷଣୀୟ ସିଲ୍କ ବଟଲ ଦେଖିବାକୁ ମିଳିଥିବା ବେଳେ ସେଥିରେ ଲେଖାଅଛି 'Divorce.' ।

ଅଦ୍ୟତନ ହୋଇଛି
dubai-princess with perfume

dubai-princess with perfume

Advertisment

ସ୍ୱାମୀଙ୍କୁ ଛାଡ଼ପତ୍ର ଦେବାର ଦୁଇ ମାସ ମଦ୍ୟରେ ନିଜକୁ ସମ୍ଭାଳି ନେଲେଣି ଦୁବାଇ ରାଜକୁମାରୀ ଶେଖ ମହରା । ଏପରିକି ନିଜ ଜୀବନରେ ଆଗକୁ ବଢ଼ି ଗଲେଣି। ଇତି ମଧ୍ୟରେ ଶେଖ ମହରା ନିଜ ବ୍ରାଣ୍ଡରେ ଏକ ପରଫ୍ୟୁମ୍‌ ଲଞ୍ଚ କରିଛନ୍ତି। ଆଉ ସେ ଏହାର ନାମ ଦେଇଛନ୍ତି  'Divorce.' ।

Advertisment

ଏହାକୁ ଲଞ୍ଚ କରିବା ପୂର୍ବରୁ ମହରା ଗତକାଲି ନିଜ ଇନଷ୍ଟା ଆକାଉଣ୍ଟରେ ଏକ ପୋଷ୍ଟ କରି ନିଜ ଫଲୋର୍ସଙ୍କୁ ଏ ସମ୍ପର୍କ ସୂଚନା ଦେଇଥିଲେ। ଏହି ଭିଡିଓରେ ଏକ କଳା ଆକର୍ଷଣୀୟ ସିଲ୍କ ବଟଲ ଦେଖିବାକୁ ମିଳିଥିବା ବେଳେ ସେଥିରେ ଲେଖାଅଛି 'Divorce.' ।  

ସେ ନିଜର ଇନଷ୍ଟା ପୋଷ୍ଟରେ ସୋମବାର ମହରା ଏମ୍‌-୧ ବ୍ରାଣ୍ଡ ପରଫ୍ୟୁମର ଟିଜର ରିଲିଜ୍ କରିଛନ୍ତି। ଏହି ଟିଜର ଏବେ ସୋଶାଲ ମିଡିଆରେ ପ୍ରଚାରିତ ହେବାରେ ଲାଗିଛି। ପୋଷ୍ଟରେ ସେ”ଡିଭୋର୍ସ’ ଶବ୍ଦ ଲେଖାଥିବା ଏକ କଳା ରଙ୍ଗର ପରଫ୍ୟୁମ ବୋତଲର ଭିଡିଓ ଶେଆର କରିଛନ୍ତି। ଏଥିରେ ଭଙ୍ଗାଯାଇଥିବା କାଚ, କଳା ରଂଗର ଫୁଲ ପାଖୁଡା ଦେଖିବାକୁ ମିଳିଛି। 

Advertisment

ଶେଖ ମହରା ମହମ୍ମଦ ରଶିଦ ଅଲ୍ ମାକତୁମ ହେଉଛନ୍ତି ଦୁବାଇର ବର୍ତ୍ତମାନର ଶାସକ ଶେଖ ମହମ୍ମଦ ବିନ୍ ରସିଦ ଅଲ୍ ମାକତୁମଙ୍କ ଝିଅ। ସେ ବର୍ତ୍ତମାନ ଉପରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ସେ ଶିଳ୍ପପତି ଶେଖ ମନ୍ ବିନଙ୍କୁ ମେ ୨୦୨୩ରେ ବିବାହ କରିଥିଲେ। ୪ ମାସ ତଳେ ସେମାନଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା।

ମାତ୍ର କିଛି ଦିନ ପୂର୍ବରୁ ରାଜକୁମାରୀ ଶେଖ ମହରା ସ୍ୱାମୀଙ୍କ ସହ କୌଣସି ଫଟୋ ପୋଷ୍ଟ କରୁନଥିଲେ। ଏପରିକି ଉଭୟ ଉଭୟଙ୍କୁ ଇନଷ୍ଟାଗ୍ରାମରେ ମଧ୍ୟ ଅନଫଲୋ କରି ଦେଇଥିଲେ।

ରାଜକୁମାରୀ ଶେଖ ମହରା ଜୁଲାଇ ୧୬ରେ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ତାଙ୍କ ସ୍ୱାମୀଙ୍କୁ ସନ୍ଦେହ କରୁଥିବା ଜଣାପଡ଼ିଥିଲା। ସେ ତାଙ୍କ ପୋଷ୍ଟରେ ଲେଖିଥିଲେ, "ପ୍ରିୟ ସ୍ୱାମୀ, ଯେହେତୁ ତୁମେ ଅନ୍ୟ ସାଥୀମାନଙ୍କ ସହ ବ୍ୟସ୍ତ, ସେହେତୁ ମୁଁ ଏଠାରେ ଆମର ଛାଡପତ୍ର ଘୋଷଣା କରୁଛି। ଆଇ ଡିଭୋର୍ସ ୟୁ, ଆଇ ଡିଭୋର୍ସ ୟୁ ଆଣ୍ଡ୍ ଆଇ ଡିଭୋର୍ସ ୟୁ। ଟେକ୍ କେୟାର୍... ଇତି ତୁମର ପୂର୍ବ ପତ୍ନୀ।"

ଇସଲାମିକ୍ ନିୟମରେ, ତୁରନ୍ତ ଛାଡ଼ପତ୍ର ଦେବାକୁ "ତଲାକ୍-ଇ-ବିଦ୍ଦତ୍" କୁହାଯାଏ। ଏହି ନିୟମ ଅନୁସାରେ, ସ୍ୱାମୀ ତିନି ଥର "ତଲାକ୍" କହିଦେଲେ ଛାଡ଼ପତ୍ର ହୋଇଯାଏ। କିନ୍ତୁ ଦୁବାଇ ରାଜକୁମାରୀ ଇନଷ୍ଟାଗ୍ରାମ ପୋଷ୍ଟରେ ତିନି ଥର "ଆଇ ଡିଭୋର୍ସ ୟୁ..." ଲେଖି ଛାଡ଼ପତ୍ର ଦେଇଥିଲେ। ଏହାପରେ ସେ ଏବେ ସେ ନିଜ ବ୍ରାଣ୍ଡରେ  ‘ଡିଭୋର୍ସ’ ନାମକ ପରଫ୍ୟୁମ୍‌ ଲଞ୍ଚ କରିଛନ୍ତି।

Divorce Dubai Dubai Princess
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe