Advertisment

ଇନଷ୍ଟାଗ୍ରାମରେ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଲେ ଦୁବାଇ ରାଜକୁମାରୀ

ଦୁଇ ମାସ ତଳେ ମାଆ ହୋଇଥିଲେ ରାଜକୁମାରୀ ଶେଖ ମହରା ମହମ୍ମଦ ରଶିଦ ଅଲ୍ ମାକତୁମ।

ଅଦ୍ୟତନ ହୋଇଛି
Dubai Princess & her husband

Dubai Princess & her husband

Advertisment

ଦୁବାଇ ରାଜକୁମାରୀ ଶେଖ ମହରା ମହମ୍ମଦ ରଶିଦ ଅଲ୍ ମାକତୁମ ଇନଷ୍ଟାଗ୍ରାମରେ ତାଙ୍କ ସ୍ୱାମୀ ଶେଖ ମନ୍ ବିନ୍ ମହମ୍ମଦ ବିନ୍ ରଶିଦ ବିନ୍ ମନ୍ ଅଲ୍ ମାକତୁମଙ୍କୁ ଛାଡ଼ପତ୍ର ଦେଇଛନ୍ତି। ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ରାଜକୁମାରୀ ଶେଖ ମହରା ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଥିବା ଜଣାପଡ଼ିଛି। 

Advertisment

ସୂଚନା ଅନୁସାରେ, ରାଜକୁମାରୀ ଶେଖ ମହରା ଜୁଲାଇ ୧୬ରେ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ତାଙ୍କ ସ୍ୱାମୀଙ୍କୁ ସନ୍ଦେହ କରୁଥିବା ଜଣାପଡ଼ିଥିଲା। ସେ ତାଙ୍କ ପୋଷ୍ଟରେ ଲେଖିଥିଲେ, "ପ୍ରିୟ ସ୍ୱାମୀ, ଯେହେତୁ ତୁମେ ଅନ୍ୟ ସାଥୀମାନଙ୍କ ସହ ବ୍ୟସ୍ତ, ସେହେତୁ ମୁଁ ଏଠାରେ ଆମର ଛାଡପତ୍ର ଘୋଷଣା କରୁଛି। ଆଇ ଡିଭୋର୍ସ ୟୁ, ଆଇ ଡିଭୋର୍ସ ୟୁ ଆଣ୍ଡ୍ ଆଇ ଡିଭୋର୍ସ ୟୁ। ଟେକ୍ କେୟାର୍... ଇତି ତୁମର ପୂର୍ବ ପତ୍ନୀ।"

ଇସଲାମିକ୍ ନିୟମରେ, ତୁରନ୍ତ ଛାଡ଼ପତ୍ର ଦେବାକୁ "ତଲାକ୍-ଇ-ବିଦ୍ଦତ୍" କୁହାଯାଏ। ଏହି ନିୟମ ଅନୁସାରେ, ସ୍ୱାମୀ ତିନି ଥର "ତଲାକ୍" କହିଦେଲେ ଛାଡ଼ପତ୍ର ହୋଇଯାଏ। କିନ୍ତୁ ଦୁବାଇ ରାଜକୁମାରୀ ଇନଷ୍ଟାଗ୍ରାମ ପୋଷ୍ଟରେ ତିନି ଥର "ଆଇ ଡିଭୋର୍ସ ୟୁ..." ଲେଖି ଛାଡ଼ପତ୍ର ଦେଇଛନ୍ତି। 

Advertisment

ଇସଲାମିକ୍ ପରମ୍ପରା ଅନୁସାରେ, ଛାଡ଼ପତ୍ର ପାଇଁ ପୁରୁଷମାନେ "ତଲାକ୍" କହୁଥିବା ବେଳେ ମହିଳାମାନେ "ଖୁଲା" ନାମକ ଏକ ଭିନ୍ନ ପ୍ରକ୍ରିୟା ମାଧ୍ୟମରେ ଛାଡ଼ପତ୍ର ପାଇ ପାରନ୍ତି। ଏଥିପାଇଁ ସେମାନଙ୍କୁ ତାଙ୍କ ସ୍ୱାମୀ କିମ୍ବା କୋର୍ଟରେ "ଖୁଲା" ଆବେଦନ କରିବାକୁ ପଡ଼ିଥାଏ। 

କେତେକ ପ୍ରାଧିକରଣରେ, ମହିଳାମାନେ ସେମାନଙ୍କର ବିବାହ ଚୁକ୍ତି (ନିକାହନାମା)ରେ ଏକ ଧାରା ଅନ୍ତର୍ଭୁକ୍ତ କରିପାରିବେ, ଯାହା ଫଳରେ ସେମାନେ ପରବର୍ତ୍ତୀ ସମୟରେ ତଲାକ୍ କହି ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେଇ ପାରିବେ। 

ପ୍ରକାଶ ଥାଉକି, ଶେଖ ମହରା ଶିଳ୍ପପତି ଶେଖ ମନ୍ ବିନଙ୍କୁ ମେ ୨୦୨୩ରେ ବିବାହ କରିଥିଲେ। ଦୁଇ ମାସ ତଳେ ସେମାନଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି। କିଛି ଦିନ ହେବ ରାଜକୁମାରୀ ଶେଖ ମହରା ସ୍ୱାମୀଙ୍କ ସହ କୌଣସି ଫଟୋ ପୋଷ୍ଟ କରୁନଥିଲେ। ଏପରିକି ଉଭୟ ଉଭୟଙ୍କୁ ଇନଷ୍ଟାଗ୍ରାମରେ ମଧ୍ୟ ଅନଫଲୋ କରି ଦେଇଛନ୍ତି। 

ଶେଖ ମହରା ମହମ୍ମଦ ରଶିଦ ଅଲ୍ ମାକତୁମ ହେଉଛନ୍ତି ଦୁବାଇର ବର୍ତ୍ତମାନର ଶାସକ ଶେଖ ମହମ୍ମଦ ବିନ୍ ରସିଦ ଅଲ୍ ମାକତୁମଙ୍କ ଝିଅ। ସେ ବର୍ତ୍ତମାନ ଉପରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି। 

Divorce Triple Talaq Dubai Princess
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe