Advertisment

ପାଣିରେ ଉବୁଟୁବୁ ଦୁବାଇ; ବର୍ଷକର ବର୍ଷା ଦିନକରେ ଛେଚିଦେଲା

ରାଷ୍ଟ୍ରୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଦେଶର ବିଭିନ୍ନ ଅଞ୍ଚଳରେ ରେଡ ଆଲର୍ଟ ଜାରି କରି ଖୁବ୍‌ ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛି। ପ୍ରବଳ ବର୍ଷା ଯୋଗୁ ଓମାନରେ ୧୮ ଜଣଙ୍କ ମୃତ୍ୟୁ ହୋଇ ଯାଇଥିବା ସୂଚନା ମିଳିଛି।

author-image
Niharika Rout
Rain

Rain

ଦୁବାଇରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଲଗାଣ ବର୍ଷା ଯୋଗୁ ବେହାଲ ହେଲାଣି ଦୁବାଇ । ଦୁବାଇରେ ୨୪ ଘଣ୍ଟାରେ ହୋଇଥିବା ବର୍ଷାର ପରିମାଣ ବର୍ଷକ ମଧ୍ୟରେ ହେଉଥିବା ବର୍ଷାର ପରିମାଣଠୁ ଯଥେଷ୍ଟ ଅଧିକ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଅତ୍ୟଧିକ ବର୍ଷା ଯୋଗୁ ରାସ୍ତା, ଘାଟ, ବିମାନବନ୍ଦର ଆଦି ଜଳମଗ୍ନ ହୋଇ ଯାଇଛି। ଏହାବାଦା ଘର ସହ ଆପାର୍ଟମେଣ୍ଟ, ମଲ୍‌ରେ ବି ଆଣ୍ଠୁଏ ଉଚ୍ଚର ପାଣି ପଶିଛି।

Advertisment

ଦୁବାଇରେ ସୋମବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ମଙ୍ଗଳବାର ପର୍ଯ୍ୟନ୍ତ ଲାଗି ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତ ସୋମବାରଠୁ ମଙ୍ଗଳବାର ମଧ୍ୟରେ ଦୁବାଇରେ ୨୪ ଘଣ୍ଟାରେ ସର୍ବାଧିକ ୧୬୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମାତ୍ର ହାରାହାରି ଦେଖିବାକୁ ଗଲେ ପ୍ରତି ବର୍ଷ ଦୁବାଇରେ ୮୮.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥାଏ।

Dubai Flood Situationଦୁବାଇ ରାସ୍ତା ଘାଟ ଜଳମୟ ।

ଲଗାଣ ବର୍ଷା ଯୋଗୁ ଦୁବାଇର ବିମାନବନ୍ଦର ଏକ ପ୍ରକାର କୁତ୍ରିମ ସମୁଦ୍ର ପରି ଦୃଶ୍ୟମାନ ହେଉଛି। ସେଠାରେ ପାଣି ଉଛୁଳୁଥିବା ବେଳେ ବିମାନଗୁଡ଼ିକ ପାଣି ଜାହଜ ପରି ଯାତାୟତ କରୁଛନ୍ତି। ଏଥିଯୋଗୁ ବହୁ ବିମାନ ଚଳାଚଳକୁ ବାତିଲ କରି ଦିଆଯାଇଛି। ଦୁବାଇରୁ ଭାରତ, ପାକିସ୍ତାନ, ଲଣ୍ଡନ ଯିବାକୁ ଥିବା ବହୁ ଫ୍ଲାଇଟ୍‌କୁ ବାତିଲ କରି ଦିଆଯାଇଛି ନଚେତ ତାହା ବିଳମ୍ବରେ ଯିବ ବୋଲି ସୂଚନା ଦିଅଯାଇଛି।

Advertisment
Dubaiଦୁବାଇ ରାସ୍ତା ଜଳମୟ ହୋଇଥିବା ବେଳେ ଗାଡ଼ିଗୁଡ଼ିକ ଅଟକି ରହିଛି ।

ରାଷ୍ଟ୍ରୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଦେଶର ବିଭିନ୍ନ ଅଞ୍ଚଳରେ ରେଡ ଆଲର୍ଟ ଜାରି କରି ଖୁବ୍‌ ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛି। ପ୍ରବଳ ବର୍ଷା ଯୋଗୁ ଓମାନରେ ୧୮ ଜଣଙ୍କ ମୃତ୍ୟୁ ହୋଇ ଯାଇଥିବା ସୂଚନା ମିଳିଛି। ଏଥିସହ ଦୁଇ ଜଣ ନିଖୋଜ ଥିବା ସୂଚନା ମିଳିଛି।

ଦୁବାଇ, ଆବୁଧାବି, ସାରଜାହ,ଅମିରତ ଆଦି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ଏଥିସହ ନିଜ ବାହନକୁ ବନ୍ୟା ସମ୍ଭାବିତ ଅଞ୍ଚଳଠୁ ଦୂରେଇ ରଖିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Flood Situation Dubai