Advertisment

ମଝି ଆକାଶରେ ଥରିଲା ବିମାନ, ୧୨ ଆହତ

ଆହତ ହୋଇଥିବା ୬ ଜଣ ଯାତ୍ରୀ ଏବଂ ୬ ଜଣ ବିମାନ କର୍ମଚାରୀଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

author-image
Madhupriya Mistry
qatar-airways

qatar-airways

ମଝି ଆକାଶରେ ପୁଣି ଥରିଲା ବିମାନ। ଟର୍ବୁଲାନ୍ସର ଶିକାର ହେଲା କତାର ଏୟାରବେଜ୍‌। ଏଥିରେ ୧୨ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ରବିବାର ଦୋହାରୁ ଆୟରଲ୍ୟାଣ୍ଡ ଯାଉଥିବା ଏକ ଯାତ୍ରୀବାହୀ ବିମାନ ଟର୍ବୁଲାନ୍ସର ଶିକାର ହୋଇଛି। ମଝି ଆକଶରେ ବିମାନଟି ହଠାତ ଥରିବାକୁ ଲାଗିଥିଲା। ଏଥିରେ ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ। ଏଥିସହ ୧୨ ଜଣ ଆହତ ହୋଇଥିବା ଡବଲିନ ବିମାନବନ୍ଦର ପକ୍ଷରୁ ସୂଚନା ମିଳିଛି। ତେବେ ଟର୍ବୁଲାନ୍ସର ଶିକାର ହୋଇଥିଲେ ମଧ୍ୟ କତାର ଏୟାରବେଜ୍‌ ବମାନ ବୋଇଂ ୭୮୭ ସୁରକ୍ଷିତ ଭାବେ ନିର୍ଦ୍ଦାରିତ ସମୟରେ ଅବତରଣ କରିଥିବା ଡବଲିନ୍‌ ବିମାନ ବନ୍ଦର କହିଛି।

ସୂଚନା ମୁତାବକ, ରବିବାର କତାର ଏୟାରୱେଜ୍ QR017 ବିମାନ ରବିବାର ୧ଟା ପୂର୍ବରୁ ଡବଲିନ୍ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ବିମାନରେ ଥିବା ଲୋକମାନେ ତୁର୍କୀ ଉପର ଦେଇ ଉଡ଼ିବା ସମୟରେ ଅସ୍ଥିରତା ଅନୁଭବ କରିଥିଲେ। ମଝି ଆକାଶରେ ବିମାନଟି ହଠାତ୍‌ ଦୋହଲିବାକୁ ଲାଗିଥିଲା। ଏହା ଟର୍ବୁଲାନ୍ସର ଶିକାର ହୋଇଥିଲା।

Advertisment

ବମାନଟି ଏୟାରପୋର୍ଟରେ ପହଞ୍ଚିବା ପରେ ବିମାନ ବନ୍ଦର ପୁଲିସ, ଅଗ୍ନିଶମ ଏବଂ ଉଦ୍ଧାର ବିଭାଗ ସମେତ ଅବତରଣ ପରେ ଜରୁରୀକାଳୀନ ସେବା ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ଆହତ ହୋଇଥିବା ୬ ଜଣ ଯାତ୍ରୀ ଏବଂ ୬ ଜଣ ବିମାନ କର୍ମଚାରୀଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଚିକିତ୍ସା ପରେ ୪ ଜଣଙ୍କୁ ଛାଡି ଦିଆଯାଇଛି।

ଏହାପୂର୍ବରୁ ୨୧୧ ଯାତ୍ରୀଙ୍କୁ ନେଇ ଲଣ୍ଡନରୁ ସିଙ୍ଗାପୁର ଆସୁଥିବା ସିଙ୍ଗାପୁର ଏୟାରଲାନ୍ସ ମଧ୍ୟ ଗୁରୁତର ଟର୍ବୁଲାନ୍ସର ଶିକାର ହୋଇଥିଲା। ଏଥିଲାଗି ବିମାନଟିକୁ ବ୍ୟାଙ୍କକ୍‌ରେ ଏମରଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡିଥିଲା। ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ।

Flight Turbulence Dublin Airport Qatar Airways Flight