Advertisment

୨୧ ହଜାର ଟପିଲା ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା

ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି।

undefined

Turkey earthquake

Advertisment

ତୁର୍କୀ ଓ ସିରିଆରେ ପ୍ରଳୟଙ୍କରୀ ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୨୧ ହଜାର ଅତିକ୍ରମ କରିଛି। ୭.୮ ତୀବ୍ରତାର ଭୂକମ୍ପ ଓ ପରେ ପ୍ରାୟ ୨୦୦ ଥର ପଶ୍ଚାତ୍‌ କମ୍ପନ ଯୋଗୁ ହଜାର ହଜାର କୋଠା ଧରାଶାୟୀ ହୋଇଛି। କୋଠାଗୁଡ଼ିକର ଭଗ୍ନାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ବହୁସଂଖ୍ୟାରେ ମୃତଦେହ ମିଳିବାରେ ଲାଗିଛି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି।

Advertisment

ଭାରତ ସମେତ ବିଭିନ୍ନ ଦେଶ ତୁର୍କୀ ଓ ସିରିଆକୁ ଉଦ୍ଧାରକାରୀ ଟିମ୍‌ ଓ ସହାୟତା ପଠାଇବାରେ ଲାଗିଛନ୍ତି। ଏବେ ୨୪,୪୦୦ ଜରୁରୀ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଭୂକମ୍ପରେ କେବଳ ତୁର୍କୀରେ ପାଖାପାଖି ୬,୦୦୦ ବିଲ୍ଡିଂ ଭୁଶୁଡ଼ିଥିବାବେଳେ ସେହି ଅନୁଯାୟୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସଂଖ୍ୟା ଯଥେଷ୍ଟ ନୁହେଁ। ତୁର୍କୀ ବିପର୍ଯ୍ୟୟ ଓ ଜରୁରୀକାଳୀନ ପରିଚାଳନା ପ୍ରେସିଡେନ୍ସି (ଏଏଫ୍ଏଡି)ର କହିବା ଅନୁଯାୟୀ ଦେଶରେ ମୃତ୍ୟୁସଂଖ୍ୟା ୧୭ହଜାର ଅତିକ୍ରମ ବେଳେ ୬୦ହଜାରରୁ ଅଧିକ ଆହତ ହୋଇଛନ୍ତି। ଭୂମିକମ୍ପରେ ୮କୋଟି ୫୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ସେହିପରି ସିରିୟା ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଭୂକମ୍ପ ୪୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ
୨୦ହଜାର ଆହତ ହୋଇଛନ୍ତି। ପ୍ରାୟ ୩ଲକ୍ଷ ଲୋକ ବାସହରା ହୋଇଛନ୍ତି। ବାସହରା ଲୋକଙ୍କୁ ୧୮୦ଟି ରିଲିଫ ଶିବିରରେ ରଖାଯାଇଛି।
ତୁର୍କୀର ସମସ୍ତ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରି ନଥିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଆନ୍ତର୍ଜାତିକ ସଂଗଠନ ଓ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସତ୍ତ୍ୱେ ଏହା ପ୍ରଭାବିତ ଅଞ୍ଚଳ ପାଇଁ ଯଥେଷ୍ଟ ହୋଇପାରି ନାହିଁ। ଭୂମିକମ୍ପର ୭୨ ଘଣ୍ଟା ପରେ ଲୋକେ ଭଗ୍ନାବଶେଷ ମଧ୍ୟରେ ଚାପି ହୋଇ ରହିଛନ୍ତି। ସରକାରଙ୍କ ଏପରି ବିଫଳତାକୁ ନେଇ ତୁର୍କୀ ସରକାରଙ୍କୁ ସମାଲୋଚନା କରାଯାଇଛି। ଭୂମିକମ୍ପରେ ଘରଦ୍ୱାର ହରାଇଥିବା ଲୋକେ ଏବେ ପ୍ରବଳ ଶୀତରେ ତମ୍ବୁତଳେ ଆଶ୍ରୟ ନେଇଛନ୍ତି। ସେମାନଙ୍କ ପାଇଁ ଆବଶ୍ୟକ ଖାଦ୍ୟ ଓ ପାନୀୟ ପହଞ୍ଚିପାରି ନାହିଁ।

ଭାରତ ସରକାରଙ୍କ ପକ୍ଷରୁ ‘ଅପରେସନ ଦୋସ୍ତ’ ନାମରେ ଚାଲିଥିବା ଅଭିଯାନରେ ତୁର୍କୀକୁ ୬ଟି ଯୁଦ୍ଧବିମାନରେ ଉଦ୍ଧାରକାରୀ ଦଳ ଓ ରିଲିଫ ସାମଗ୍ରୀ ପଠାଗଲାଣି। ପ୍ରଥମ ଭୂମିକମ୍ପ ପରେ ପରେ ଆଉ ଦୁଇଥର ବଡ ଧରଣର ଭୂମିକମ୍ପ ହୋଇଥିଲା। ଫଳରେ ଦୁଇ ଦେଶରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୮ ଗୁଣ ବଢ଼ିପାରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପୂର୍ବାନୁମାନ କରିଛି। ପଶ୍ଚାତ୍‌ କମ୍ପନ ଲାଗିରହିଥିବାରୁ ଅଧିକ ଘର ଭାଙ୍ଗିବାରେ ଲାଗିଛି। ତେଣୁ ମୃତ୍ୟୁସଂଖ୍ୟା ୮ ଗୁଣ ବଢ଼ିବା ଆଶଙ୍କା କରାଯାଉଛି ବୋଲି ଡବ୍ଲ୍ୟୁଏଚ୍‌ଓର ବରିଷ୍ଠ ଏମର୍ଜେନ୍ସି ଅଫିସର କାଥେରିନ୍‌ ସ୍ମଲ୍‌ଉଡ୍‌ କହିଛନ୍ତି।

Advertisment
Turkey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe