Advertisment

ବଡ଼ ଧରଣର ଭୂମିକମ୍ପ: ୭ ମୃତ, ୪୫୦ ଆହତ

ଭୂମିକମ୍ପ ପରେ ଅନେକ ସ୍ଥାନରେ ବିଦ୍ୟୁତ ସେବା ଓ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହୋଇଯାଇଛି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

author-image
Madhupriya Mistry
Earthquake

Earthquake

ଭୟଙ୍କର ଭୂମିକମ୍ପରେ ଦୋହଲିଲା ଇରାନ୍‌। ଭୂମିକମ୍ପ ଯୋଗୁଁ ଉତ୍ତର-ପଶ୍ଚିମ ଇରାନର ଖୋଇ ସହରରେ ଅନେକ ଘର ଭାଙ୍ଗି ଯାଇଛି। ତୁର୍କୀ-ଇରାନ ସୀମା ନିକଟରେ ଏହି ସ୍ଥାନଟି ରହିଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୯ ରେକର୍ଡ କରାଯାଇଛି। ଶନିବାର ଆସିଥିବା ଭୂକମ୍ପ ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ୪୫୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଅନେକ ଘର ଭାଙ୍ଗି ଯାଇଛି। ଏବେ ବି ଧ୍ୱଂସାବଶେଷ ତଳେ ଅନେକ ଲୋକ ଚାପି ହୋଇ ରହିଛନ୍ତି। ଭୂକମ୍ପର କେନ୍ଦ୍ରସ୍ଥଳ ୭ କିଲୋମିଟର ଗଭୀରରେ ଥିବା ବିଶେଜ୍ଞମାନେ କହିଛନ୍ତି।

Advertisment

ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଭୂମିକମ୍ପ ପରେ ଅନେକ ସ୍ଥାନରେ ବିଦ୍ୟୁତ ସେବା ଓ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହୋଇଯାଇଛି। ଇରାନରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏଭଳି ସ୍ଥିତିରେ ଭୂମିକମ୍ପ ଯୋଗୁଁ ଅନେକ ଲୋକ ଖୋଲା ଆକାଶ ତଳେ ପଡି ରହିଛନ୍ତି।

Advertisment

ଗତବର୍ଷ ମଧ୍ୟ ଇରାନ୍‌ରେ ଭୟଙ୍କର ଭୂମିକମ୍ପ ହୋଇଥିଲା। ଦକ୍ଷିଣ ଇରାନ୍‌ରେ ୬.୩ ତୀବ୍ରତାର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଏଥିଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୪ ଜଣ ଆହତ ହୋଇଥିଲେ। ଅନେକ ଘର ଦ୍ୱାର ଭାଙ୍ଗି ନଷ୍ଟ ମଧ୍ୟ ହୋଇଥିଲା।

Earthquake