Advertisment

ଚୀନ୍‌ରେ ଭୟଙ୍କର ଭୂମିକମ୍ପ, ଦୋହଲିଲା ଦିଲ୍ଲୀ

ଦିଲ୍ଲୀ, ନୋଏଡା, ଫରିଦାବାଦ, ଗୁରୁଗ୍ରାମ, ଗାଜିଆବାଦ ସମେତ ନିକଟ ସହରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି।

Earthquake

Earthquake

Advertisment

ଭମିକମ୍ପରେ ଦୋହଲିଲା ପଡୋଶୀ ଦେଶ ଚୀନ୍‌। ଚୀନ୍‌ର ଦକ୍ଷିଣ ଝାଜିୟାଙ୍ଗ ପ୍ରାନ୍ତରେ ଭୟଙ୍କର ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ଏହି ଭୂମିକମ୍ପ ଝଟ୍‌କା ଏତେ ତୀବ୍ର ଥିଲା ଯେ ଦେଶର ରାଜଧାନୀ ଦିଲ୍ଲୀ ଓ ଏନ୍‌ସିଆର୍ ମଧ୍ୟ ଦୋହଲି ଯାଇଛି।

Advertisment

ଖବର ଅନୁଯାୟୀ, କିର୍ଗିଜସ୍ଥାନ ଏବଂ ଝାଜିୟାଙ୍ଗ ସୀମା ଅଞ୍ଚଳରେ ଏହି ଭୂକମ୍ପ ଘଟିଛି। ଦିଲ୍ଲୀ-ଏନସିଆରରେ ମଧ୍ୟ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି। ଗତକାଲି ରାତି ୧୧ଟା ୩୯ ମିନିଟ୍‌ ଓ ୧୧ ସେକେଣ୍ଡରେ ଏହି ଭୂମିକମ୍ପ ହୋଇଥିଲା। ଏହାର କେନ୍ଦ୍ର ଭୂମି ଠାରୁ ୮୦ କିଲୋମିଟର ଗଭୀରରେ ଥିବା କୁହାଯାଉଛି।

ଭୂକମ୍ପ ପରେ ତୁରନ୍ତ ଲୋକମାନେ ଘରୁ ବାହାରି ଆସିଥିଲେ। ଉଚ୍ଚ ଅଟ୍ଟାଳିକାରେ ରହୁଥିବା ଲୋକମାନେ ଅଧିକ କମ୍ପନ ଅନୁଭବ କରିଥିଲେ। ଦିଲ୍ଲୀ, ନୋଏଡା, ଫରିଦାବାଦ, ଗୁରୁଗ୍ରାମ, ଗାଜିଆବାଦ ସମେତ ନିକଟ ସହରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହା ସହିତ ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ, ରାଜସ୍ଥାନରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି।

Advertisment

ରଏଟର୍ସର ରିପୋର୍ଟ ମୁତାବକ, ନିକଟ କାଜାଖସ୍ତାନର ଜରୁରୀକାଳୀନ ମନ୍ତ୍ରଣାଳୟ ୬.୭ ତୀବ୍ରତାର ସମାନ ଭୂକମ୍ପ ରେକର୍ଡ କରିଛି। ଭୂକମ୍ପ ପରେ ୧୪ ଥର ଝଟ୍‌କା ଅନୁଭୂତ ହୋଇଥିବା ଚୀନ୍‌ର ବ୍ରଡକାଷ୍ଟର ସିସିଟିଭି ସୂଚନା ଦେଇଛି। ସେଥିମଧ୍ୟରୁ ଦୁଇଟିର ତୀବ୍ରତା ୫ରୁ ଅଧିକ ଥିବା କୁହାଯାଇଛି। ତେବେ ଏହି ଭୂକମ୍ପ ଯୋଗୁ ମୃତ୍ୟୁ ହୋଇନାହିଁ। କିନ୍ତୁ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି। କିନ୍ତୁ ଏଯାଏଁ କ'ଣ ସବୁ କ୍ଷୟକ୍ଷତି ହୋଇଛି ସେ ନେଇ କିଛି ସୂଚନା ମିଳିନାହିଁ।    

ଭୂକମ୍ପର ବିପଦକୁ ଧ୍ୟାନରେ ରଖି ଭୂବିଜ୍ଞାନୀମାନେ ଦେଶର କିଛି ଅଂଶକୁ ସିସ୍ମିକ୍‌ ବା ଭୂକମ୍ପ ଅଞ୍ଚଳରେ ବିଭକ୍ତ କରିଛନ୍ତି। ସର୍ବନିମ୍ନ ବିପଦ ଜୋନ୍ ୨ ରେ ଏବଂ ସବୁଠାରୁ ବଡ ବିପଦ ହେଉଛି ଜୋନ୍ ୫ରେ। ଦିଲ୍ଲୀ ଜୋନ୍ ୪ରେ ଅଛି, ଏଠାରେ ରିକ୍ଟର ସ୍କେଲରେ ୬ରୁ ଅଧିକ ତୀବ୍ରତାର ଭୂକମ୍ପ ବଡ଼ ଧ୍ୱଂସ ଘଟାଇପାରେ। ସେହିପରି ଜୋନ୍ ୪ରେ ମୁମ୍ବାଇ ମଧ୍ୟ ରହିଛି। ଏହା ବ୍ୟତୀତ ଜମ୍ମୁ-କଶ୍ମୀର, ହିମାଚଳ, ପଶ୍ଚିମ ଗୁଜୁରାଟ, ଉତ୍ତରପ୍ରଦେଶର ପାହାଡ଼ିଆ ଅଞ୍ଚଳ ଏବଂ ବିହାର-ନେପାଳ ସୀମା ଅଞ୍ଚଳ ମଧ୍ୟ ଏହି ଜୋନ୍‌ରେ ସାମିଲ ଅଛି। ଏଠାରେ ଲଗାତର ଭୂକମ୍ପ ହେବା ଆଶଙ୍କା ରହିଛି।

Earthquake Delhi China Delhi NCR
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe