Advertisment

ପୁଣି ଭୂମିକମ୍ପରେ ଥରିଲା ତୁର୍କୀ, ଭୁଶୁଡିଲା ୨୯ କୋଠା

ଏହାପୂର୍ବରୁ ଫେବ୍ରୁଆରୀ ୬ ତାରିଖରେ ତୁର୍କୀରେ ଭୟଙ୍କର ଭୂମିକମ୍ପ ହୋଇଥିଲା। ଗୋଟିଏ ଦିନରେ ଲଗାତର ତିନି ଥର ଦୋହଲିଥିଲା ତୁର୍କୀ।

author-image
Madhupriya Mistry
Turkey Earthquake

Turkey Earthquake

ଥମୁନି ଭୂମିକମ୍ପ ଝଟ୍‌କା। ତିନି ସପ୍ତାହ ପରେ ପୁଣି ଥରେ ଭୂକମ୍ପ ଯୋଗୁଁ ଥରି ଉଠିଛି ତୁର୍କୀ। ସୋମବାର ତୁର୍କୀର ଦକ୍ଷିଣ ପୂର୍ବ ଅଞ୍ଚଳରେ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଏଥର ରେକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ଥିବା ଜଣାପଡିଛି । ଫଳରେ ୨୯ଟି ସୁଉଚ୍ଚ କୋଠା ମାଟିରେ ମିଶିଯାଇଛି। ସେପଟେ ଭୂମିକମ୍ପ ଯୋଗୁଁ ଜଣଙ୍କ ମୃତ୍ୟୁ ମୃତ୍ୟୁ ହୋଇଥିବାବେଳେ ୬୯ରୁ ଅଧିକ ଲୋକ ଆହତ ହୋଇଛନ୍ତି।

Advertisment

ଏହାସହ ଆଫଗାନିସ୍ତାନ ଓ ତାଜିକସ୍ତାନରେ ମଧ୍ୟ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲରେ ଆଫଗାନିସ୍ତାନରେ ୪.୧ ତୀବ୍ରତାର ଭୂମିକମ୍ପ ହୋଇଥିବା ବେଳେ ତାଜିକସ୍ତାନରେ ୪.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି। ଏଥିରେ କୌଣସି ସ୍ଥାନରେ ବଡ଼ଧରଣର କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ। ମଣିପୁରରେ ମଧ୍ୟ ୩.୨ ତୀବ୍ରତାର ଭୂମିକମ୍ପଜ ଅନୁଭୂତ ହୋଇଥିବାର ସୂଚନା ମିଳିଛି। 

ଏହାପୂର୍ବରୁ ଫେବ୍ରୁଆରୀ ୬ ତାରିଖରେ ତୁର୍କୀରେ ଭୟଙ୍କର ଭୂମିକମ୍ପ ହୋଇଥିଲା। ଗୋଟିଏ ଦିନରେ ଲଗାତର ତିନି ଥର ଦୋହଲିଥିଲା ତୁର୍କୀ। ପ୍ରଥମେ ୭.୮ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଦକ୍ଷିଣ ତୁର୍କୀର ଗାଜିୟାଟେପ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା। ଏହାର ମାତ୍ର କିଛି ସମୟ ପରେ ୬.୪ ତୀବ୍ରତାର ଆଉ ଏକ ଜୋରଦାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଏହାପରେ ୬.୫ ତୀବ୍ରତାର ପୁଣି ଥରେ ଭୂମିକମ୍ପ ହୋଇଥିଲା। 

Advertisment

ଲଗାତର ଓ ଭୟଙ୍କର ଭୂମିକମ୍ପ ଯୋଗୁ ବର୍ତ୍ତମାନ ସୁଦ୍ଧା ୫୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି। ଲକ୍ଷ ଲକ୍ଷ ଲୋକ ଆହତ ହୋଇଥିବା ବେଳେ ଅନେକ ବାସହରା ହୋଇଛନ୍ତି।  ମାଲାଟୟା, ସନଲିଉର୍ଫା, ଓସ୍ମାନିଆ ଓ ଦିଆରବାକିର ସମେତ ୧୧ଟି ଅଞ୍ଚଳ ଭୂମିକମ୍ପ ଯୋଗୁଁ ବିଶେଷ ଭାବେ ପ୍ରଭାବିତ ହୋଇଛି। 

Turkey Turkey Earthquake