Advertisment

ପୁଣି ଥରିଲା ନେପାଳ, ତାଇଓ୍ୱାନରେ ଭୂମିକମ୍ପ

ଗତ ରବିବାରଠାରୁ ନେପାଳରେ ଲଗାତାର ଭୂମିକମ୍ପ ଅନୁଭୂତ ହେଉଛି।

author-image
Madhupriya Mistry
Earthquake

Earthquake

ପୁଣି ଥରିଲା ନେପାଳ। ଏଠାକାର ରାଜଧାନୀ କାଠମାଣ୍ଡୁରେ ଆଜି ଭୋର ୪ଟା ବେଳେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି। ଲଗାତର ତିନି ଦିନ ଧରି ନେପାଳରେ ଭୂମିକମ୍ପ ହେଉଛି। ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି। ତେବେ ଏହି ଭୂକମ୍ପ ଯୋଗୁ କ'ଣ ସବୁ କ୍ଷୟକ୍ଷତି ହୋଇଛି ସେ ନେଇ କୌଣସି ସୂଚନା ମିଳିନାହିଁ।

Advertisment

ଗତ ରବିବାରଠାରୁ ନେପାଳରେ ଲଗାତାର ଭୂମିକମ୍ପ ଅନୁଭୂତ ହେଉଛି। ରବିବାର ରାଜଧାନୀ କାଠମାଣ୍ଡୁରେ ୬.୧ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ଯୋଗୁଁ ପ୍ରାୟ ୨୦ଟି ଘର କ୍ଷତିଗ୍ରସ୍ତ ହୋଇଥିଲା।

ସେହିପରି ତାଇୱାନର ରାଜଧାନୀ ତାଇପେରେ ମଧ୍ୟ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛଇ। ମଙ୍ଗଳବାର ୫.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ। ତାଇଓ୍ଵାନର କେନ୍ଦ୍ରୀୟ ପାଣିପାଗ ବ୍ୟୁରୋ କହିଛି ଯେ ଭୂକମ୍ପର କେନ୍ଦ୍ରସ୍ଥଳ ଦ୍ୱୀପର ପୂର୍ବ ଉପକୂଳରେ ଥିବା ସମୁଦ୍ରରେ ଥିଲା। ଭୂମିକମ୍ପ ଯୋଗୁଁ ତାଇପେଇର ମେଟ୍ରୋ ସିଷ୍ଟମରେ ଟ୍ରେନ୍ ଚଳାଚଳ ମନ୍ଥର ହୋଇଥିଲେ ହେଁ ସେବା ତୁରନ୍ତ ସ୍ୱାଭାବିକ କରାଯାଇଛି ବୋଲି ସରକାର କହିଛନ୍ତି।

Advertisment

୨୦୧୬ରେ ଦକ୍ଷିଣ ତାଇୱାନରେ ହୋଇଥିବା ଭୂମିକମ୍ପରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ସେହିପରି ୧୯୯୯ରେ ୭.୩ ତୀବ୍ରତାର ଭୂମିକମ୍ପରେ ୨୦୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ଏଥିସହ ଅନେକ ଲୋକେ ବାସ ହରା ହୋଇଥିଲେ।

Nepal Earthquake Taiwan