Advertisment

ଭୂକମ୍ପ ଝଟକାରେ ଥରିଲା ନ୍ୟୁୟର୍କ ସହର

ନ୍ୟୁୟର୍କରେ ଥିବା ଜାତିସଂଘର ସୁରକ୍ଷା ପରିଷଦ ବୈଠକ ଚାଲିଥିଲା। ଗାଜା ଉପରେ ଆଲୋଚନା ହେବାର ଥିଲା। କିନ୍ତୁ ଝଟକା ପରେ ବୈଠକକୁ ଅସ୍ଥାୟୀ ରୂପେ ସ୍ଥଗିତ କରି ଦିଆଯାଇଛି।

author-image
Hemant Lenka
 Earthquake

Earthquake

ଭୂକମ୍ପ ଝଟକାରେ ଥରିଛି ଆମେରିକାର ନ୍ୟୁୟର୍କ ସହର। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୮ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ର ସ୍ଥଳର ପଡ଼ୋଶୀ ନ୍ୟୁଜର୍ସି ବୋଲି ଆମେରିକାର ଜିଓଲଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି। ଭୂକମ୍ପ ଝଟକା ସହରବାସୀ ଅନୁଭବ କରିଥିଲେ ମଧ୍ୟ ଏଯାଏ କ୍ଷୟକ୍ଷତିର କୌଣସି ରିପୋର୍ଟ ମିଳି ନାହିଁ।

Advertisment

ଏଏଫପିର ରିପୋର୍ଟ ଅନୁସାରେ, ଭୂକମ୍ପ ଝଟକା ଯୋଗୁ ବ୍ରୁକଲିନରେ ବିଲଡିଂ ଦୋହଲିଛି। କପବୋର୍ଡ ଦ୍ୱାର ଓ ଅନ୍ୟାନ୍ୟ ଜିନିଷ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନ୍ୟୁୟର୍କରେ ଥିବା ଜାତିସଂଘର ସୁରକ୍ଷା ପରିଷଦ ବୈଠକ ଚାଲିଥିଲା। ଗାଜା ଉପରେ ଆଲୋଚନା ହେବାର ଥିଲା। କିନ୍ତୁ ଝଟକା ପରେ ବୈଠକକୁ ଅସ୍ଥାୟୀ ରୂପେ ସ୍ଥଗିତ କରି ଦିଆଯାଇଛି।

Advertisment

ବୈଠକରେ ପିଲାଙ୍କ ସୁରକ୍ଷା ଉପରେ କାମ କରୁଥିବା ଜଣ୍ଟି ସୋରିପଟୋ ଭାଷଣ ଦେଉଥିବା ବେଳେ ହିଁ ବିଲଡିଂ ଥରିଥିଲା। ସେ ଏଥିପାଇଁ ଅଟକି ଯିବା ସହ ଏହା କ’ଣ ଭୂକମ୍ପ ବୋଲି ପ୍ରଶ୍ନ କରିଥିଲେ।

ଫିଲାଡେଲଫିଆ ଠାରୁ ନ୍ୟୁୟର୍କ ଯାଏ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଅନେକ ଲୋକ ସୋଶାଲ ମିଡିଆରେ ମତ ରଖିଛନ୍ତି। ତେବେ ଝଟକାରେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ।

USA Earthquake New Yorks