ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ। ଇଣ୍ଡୋନେସିଆର ତଲୌଦ ଦ୍ୱୀପରେ ଏହି ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପ ଝଟକା ଯୋଗୁ ଲୋକେ ଛାନିଆ ହୋଇ ପଡ଼ିଥିବା ବେଳେ ଏଥିରେ କୌଣସି କ୍ଷୟକ୍ଷତି ହେବାର ସୂଚନା ମିଳିନି ।
ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ୧୮ ମିନିଟ୍ରେ ତଲୌଦ ଦ୍ୱୀପ ସମୂହ ଅଞ୍ଚଳରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ର ସ୍ଥଳ ଭୂପୃଷ୍ଠରୁ ୮୦ କିମି ଗଭୀରରେ କେନ୍ଦ୍ରୀଭୂତ ହୋଇଥିଲା। ତେବେ ଏଥିରେକେହି ମୃତାହତ ହେବାର ସୂଚନା ମିଳିନି।
ଇଣ୍ଡୋନେସିଆରେ ବାରମ୍ବାର ଭୂକମ୍ପ ଝଟକା ଅନୁଭୂତ ହେଉଛି। ଗତ ସପ୍ତାହରେ ବି ସେଠାରେ ଭୂକମ୍ପ ହୋଇଥିଲା। ।
ଚଳିତ ବର୍ଷ ଆରମ୍ଭରୁ ବିଭିନ୍ନ ଦେଶରେ ହେଉଥିବା ଶକ୍ତିଶାଳୀ ଭୂକମ୍ପ ପରିବେଶବିତଙ୍କ ଚିନ୍ତା ବଢ଼ାଇଛି। ନୂଆ ବର୍ଷ ଆରମ୍ଭରୁ ଜାପାନରେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ ୱ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଥିରେ ଉକ୍ତ ଦେଶର ପ୍ରଭୂତ କ୍ଷତି ହୋଇଥିବା ବେଳେ ଶତାଧୀକ ଲୋକଙ୍କ ଜୀବନ ଚାଲି ଯାଇଥିଲା। ଏହାପରେ ମ୍ୟାନମାର, ଆଫଗାନିସ୍ତାନସମେତ ବହୁ ଦେଶରେ ଭୂକମ୍ପ ଝଟକା ଅନୁଭୂତ ହୋଇ ସାରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।