Advertisment

ଥରିଲା ଜାପାନ୍‌, ଭୟଭୀତ ହୋଇପଡିଲେ ଲୋକେ

ସମୁଦ୍ର କୂଳରୁ ଦୂରେଇ ଯିବାକୁ ଲୋକଙ୍କୁ ନିବେଦନ କରାଯାଇଛି।

ଅଦ୍ୟତନ ହୋଇଛି
Earthquake

Earthquake

Advertisment

ଭୟଙ୍କର ଭୂମିକମ୍ପରେ ଥରିଲା ଜାପାନ୍‌। ସକାଳୁ ସକାଳୁ ଦୁଇ ଦୁଇ ଥର ଅନୁଭୂତି ହେଲେ ଭୂମିକମ୍ପ ଝଟ୍‌କା। ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୯ ରେକର୍ଡ କରାଯାଇଛି।

Advertisment

ସୂଚନା ମୁତାବକ, ସ୍ଥାନୀୟ ସମୟ ୬ଟା ୩୧ ମିନିଟ୍‌ରେ ପ୍ରଥମ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ୫.୯ ଥିଲା। ତେବେ ଏହାର ଠିକ୍‌ ୧୦ ମିନିଟ୍‌ ପରେ ପୁଣି ଥରେ ଥରିଥିଲା ଜାପାନ୍‌। ଦ୍ୱିତୀୟ ଥରର ତୀବ୍ରତା ୪.୮ ଥିବା ରେକର୍ଡ କରାଯଇଛି। ନୋଟୋ ଉପଦ୍ୱୀପରେ କେନ୍ଦ୍ରୀଭୂତ ହୋଇଥିବା ଜଣାପଡିଛି। ଭୂକମ୍ପର କେନ୍ଦ୍ରସ୍ଥଳ ଭୂଗର୍ଭର ୧୦ କିଲୋମିଟର ଗଭୀରରେ ଥିଲା ବୋଲି ଜାପାନ ମେଟେରୋଲୋଜିକାଲ ଏଜେନ୍ସି କହିଛି।

ଏନଏଚକେ ଅନୁଯାୟୀ, ଭୂମିକମ୍ପ ଯୋଗୁ ବିଲ୍ଡିଂ ଗୁଡିକ ଦୋହଲି ଥିଲା। ଫଳରେ ଲୋକେ ଭୟଭୀତ ହୋଇପଡିଥିଲେ। ତୁରନ୍ତ ଘରୁ ବାହାରକୁ ଚାଲି ଆସିଥିଲେ। ଭୂକମ୍ପ ଯୋଗୁ ସମଗ୍ର ପ୍ରଦେଶରେ ବିଦ୍ୟୁତ ସଂଯୋଗ ବନ୍ଦ ହୋଇ ଯାଇଥିଲା। ଫଳରେ ବୁଲେଟ୍ ଟ୍ରେନର ଅଟକି ଯାଇଥିଲା। ସେପଟେ ଏହି ଅଞ୍ଚଳରେ ଥିବା କାଶିୱାଜାକି-କାରିୱା ପରମାଣୁ କାରଖାନାରେ କାମ ବନ୍ଦ କରାଯାଇ କ୍ଷୟକ୍ଷତିର ଆକଳନ କରାଯାଉଛି।

Advertisment

ଭୂକମ୍ପ ଯୋଗୁ ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟି ହୋଇଥିଲେ ମଧ୍ୟ ସୁନାମୀ ବିଷୟରେ କୌଣସି ସତର୍କ ସୂଚନା ନାହିଁ। କିନ୍ତୁ ଲୋକେ ସୁନାମୀ ଗୁଜବ ନେଇ ଆତଙ୍କିତ ହୋଇପଡ଼ିଛନ୍ତି। ଗୁଜବକୁ ବିଶ୍ୱାସ ନ କରିବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ନିବେଦନ କରାଯାଇଛି। ଲୋକଙ୍କୁ ସତର୍କ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି। ସମୁଦ୍ର କୂଳରୁ ଦୂରେଇ ଯିବାକୁ ଲୋକଙ୍କୁ ନିବେଦନ କରାଯାଇଛି। ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି।

ଭୂମିକମ୍ପ କେନ୍ଦ୍ରିଭୂତ ହୋଇଥିବା ଏହି ସ୍ଥାନରେ ଜାନୁଆରୀ ମାସରେ ମଧ୍ୟ ପୂର୍ବରୁ ଭୂମିକମ୍ପ ହୋଇଥିଲା, ଯେଉଁଥିରେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା।

Japan Earthquake
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe