Advertisment

ମଝି ରାତିରେ ଥରିଲା ନେପାଳ, ଗଲାଣି ୧୨୯ ଜୀବନ, ଶହେରୁ ଅଧିକ ଗୁରୁତର

ଗତକାଲି ମଧ୍ୟରାତ୍ରରେ ଆସିଥିବା ବଡ଼ ଧରଣର ଭୂକମ୍ପ ଝଟକାରେ ୧୨୯ରୁ ଅଧିକ ଲୋକଙ୍କର ଜୀବନ ଯାଇଛି। ଶହେରୁ ଅଧିକ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଅଦ୍ୟତନ ହୋଇଛି
Earthquack

Earthquack

Advertisment

ଭୂକମ୍ପ ଝଟକାରେ ଥରିଲା ନେପାଳ। ଗତକାଲି ମଧ୍ୟରାତ୍ରରେ ଆସିଥିବା ବଡ଼ ଧରଣର ଭୂକମ୍ପ ଝଟକାରେ ୧୨୯ରୁ ଅଧିକ ଲୋକଙ୍କର ଜୀବନ ଯାଇଛି। ପ୍ରାୟ ଶହେରୁ ଅଧିକ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

Advertisment

ଗତକାଲି ରାତି ପ୍ରାୟ ୧୧ଟା ୩୨ରେ ଭୂକଂପ ଝଟକା ଅନୁଭୂତ ହୋଇଥିଲା। ନେପାଳରେ ଏହାର କେନ୍ଦ୍ରସ୍ଥଳ ଥିବା ବେଳେ ଉତ୍ତର ଭାରତରେ ମଧ୍ୟ ଭୂକଂପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୪। ଭୂକମ୍ପ ପରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜୋରଦାର କରାଯାଇଛି। ଭଗ୍ନାବଶେଷ ତଳେ ଚାପି ହୋଇ ପ୍ରାୟ ୭୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ନେପାଳ ପ୍ରଧାନମନ୍ତ୍ରୀ ସୋଶାଲ ମିଡିଆ ଏକ୍ସ ଯୋଗେ ନିଜର ଶୋକ ପ୍ରକାଶ କରିଛନ୍ତି।

ଭୂକଂପର କେନ୍ଦ୍ରସ୍ଥଳ ନେପାଳରେ ରହିଥିବା ବେଳେ ଉତ୍ତର ଭାରତରେ ଏହାର ପ୍ରଭାବ ଅନୁଭୂତ ହୋଇଥିଲା। ଅଧରାତିରେ ଥରିଲା ଉତ୍ତର ଭାରତ। ଥରିଲା ଦିଲ୍ଲୀ ଏନସିଆର ସମେତ ନୋଏଡ଼ା, ଗୁରୁଗ୍ରାମ। ୟୁପି ଓ ବିହାରରେ ମଧ୍ୟ ଭୂକଂପ ଝଟକା ଅନୁଭୂତ ହୋଇଛି।

Advertisment

ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ଭୂକଂପର ଝଟକା ଏତେ ଜୋରରେ ଥିଲା ଯେ କିଛି ସମୟ ପାଇଁ ଲୋକେ ଛାନିଆ ହୋଇ ଯାଇଥିଲେ। । ରାତି ପ୍ରାୟ ୧୧ଟା ୩୨ରେ ଭୂକଂପ ଝଟକା ଅନୁଭୂତ ହୋଇଥିଲା। ଏହା ପରେ ଲୋକେ ଘର ଭିତରୁ ବାହାରକୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା।

ଲକ୍ଷ୍ନୌରେ ମଧ୍ୟ ଲୋକେ ଭୂକଂପ ଝଟକା ଅନୁଭବ କରିଛନ୍ତି। ଲୋକେ ଶୋଇବାକୁ ଯାଉଥିବା ବେଳେ ଏହି ଝଟକା ଆସିଥିଲା। ଏହା ପରେ ଲୋକମାନେ ତୁରନ୍ତ ଘରୁ ବାହାରକୁ ଚାଲିଆସିଥିଲେ। ପୁଣି ଥରେ ଝଟକା ଆସିବା ଆଶଙ୍କାରେ ଲୋକେ ଦୀର୍ଘ ସମୟ ଧରି ବାହାରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା।

ତେବେ ଭୂକଂପ ଯୋଗୁଁ ଭାରତରେ କୌଣସି ପ୍ରକାରର କ୍ଷୟକ୍ଷତିର ସୂଚନା ମିଳିନାହିଁ। ଏହା ପୂର୍ବରୁ ଗତ ଅକ୍ଟୋବର ୨୨ତାରିଖରେ ଦିଲ୍ଲୀରେ ଭୂକମ୍ପ ଝଟକା ଆସିଥିଲା। ସେତେବେଳେ ଏହାର ତୀବ୍ରତା ୬ ଦଶମିକ ୧ ଥିଲା।

Nepal Earthquake
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe